ପ୍ରମୂଖ ଖବର
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବିରଳ ସଚେତ ଅବସ୍ଥାରେ ମସ୍ତିଷ୍କ ଅତ୍ସୋପଚାର ସମ୍ପନ୍ନ

ଭୁବନେଶ୍ୱର, ୨/୭ : ଅତ୍ୟାଧୁନିକ ନ୍ୟୁରୋ ଏବଂ ସ୍ପାଇନ୍ସ ସର୍ଜରୀ ମାଧ୍ୟମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସଫଳତାର ସହ ୭୧ ବର୍ଷୀୟ ଜଣେ ରୋଗୀଙ୍କର ସଚେତ ଅବସ୍ଥାରେ ଏକ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି ।  ରୋଗୀଙ୍କର ମସ୍ତିଷ୍କ ଉପର ଭାଗରେ ୨-୨.୫ ସେମି ପରିଧିର ଦୁଇଟି ସୂକ୍ଷ୍ମ କଣା (ବାଇଫ୍ରନ୍‌ଟାଲ୍ ବର୍‌ର ହୋଲସ୍‌) କରାଯାଇ ଏହା ମାଧ୍ୟମରେ ରୋଗୀଙ୍କ ମସ୍ତିଷ୍କ ଉପରେ ଚାପ ପକାଉଥିବା ରକ୍ତ ଓ ଅନ୍ୟାନ୍ୟ ତରଳ ପଦାର୍ଥ ଆଦିକୁ ମସ୍ତିଷ୍କ ମଧ୍ୟରୁ ନିଷ୍କାସନ କରିବାରେ ସର୍ଜନ୍ ସଫଳ ହୋଇଥିଲେ । 

ପାରମ୍ପରିକ ଅତ୍ସୋପଚାର ପଦ୍ଧତିରେ ନିଶ୍ଚେତକ (ଜେନେରାଲ୍ ଆନେସ୍ଥେସିଆ) ପ୍ରୟୋଗ କରାଯାଇଥାଏ । କିନ୍ତୁ  ତାହାର ବ୍ୟତିକ୍ରମ ସ୍ୱରୂପ ଉପରୋକ୍ତ ‘ଆୱେକ୍ ସର୍ଜରୀ’ ପଦ୍ଧତିରେ ରୋଗୀ ସଚେତ ଥାଇ ଅପରେସନ୍ କରାଯାଇଥିଲା । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରତାପ ସିଂହ ତୋମାରଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିଲା । 

ଡାକ୍ତର ତୋମାର ଏହି ସଫଳ ଅତ୍ସୋପଚାର ସଂପର୍କରେ କହିଛନ୍ତି ଯେ, ଏହି ଆୱେକ୍ ବ୍ରେନ୍ ଅସ୍ତ୍ରୋପଚାର ଉଲ୍ଲେଖନୀୟ ସମ୍ଭାବନାର ନିଦର୍ଶନ ଅଟେ । ରୋଗୀଙ୍କୁ ସଚେତ ଅବସ୍ଥାରେ ରଖି ଅପରେସନ୍  କରାଯିବା ଦ୍ୱାରା ଆମେ ଅତ୍ୟନ୍ତ ସ୍ପଷ୍ଟ ସଠିକତା (ଗ୍ରେଟର ପ୍ରେସିସନ୍‌) ସହ ଅସ୍ତ୍ରୋପଚାର କରିପାରୁଛୁ ଓ ନିରାପଦ ଦିଗକୁ ହାସଲ କରିପାରୁଛୁ । ଏହା ଆରୋଗ୍ୟ ହେବାର ସମୟକୁ  ହ୍ରାସ କରିବା ସହ ଫଳାଫଳକୁ ଅଧିକ ଉନ୍ନତ କରିବାରେ ସହାୟକ ହେଉଛି । ବୟସ୍କ ରୋଗୀ ଓ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ରୋଗୀଙ୍କ କ୍ଷେତ୍ରରେ ଏହି କୌଶଳ ଅଧିକ ଲାଭଦାୟକ ହୋଇପାରିବ ।

ଏ ସଂପର୍କରେ ଶୀତଳାପଲ୍ଲୀସ୍ଥିତ ସମ୍ ହସ୍ପିଟାଲର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଛନ୍ତି ଯେ ଆୱେକ୍ ବ୍ରେନ୍ ସର୍ଜରୀର ସଫଳତା ଆଧୁନିକ ନ୍ୟୁରୋସର୍ଜରୀ କ୍ଷେତ୍ରରେ ରୋଗୀକୈନ୍ଦ୍ରିକ ଆପ୍ରୋଚ୍ ଓ ଜଟିଳତା ହ୍ରାସର ବର୍ଦ୍ଧିତ ମହତ୍ୱକୁ ସୂଚାଏ । ଯେହେତୁ ଟେକ୍‌ନିକ୍ ଓ ଟେକ୍‌ନୋଲୋଜି ବିକଶିତ ହୋଇଚାଲିଛି, ସେ କ୍ଷେତ୍ରରେ ବିଭିନ୍ନ ସ୍ନାୟୁବିକ୍ (ନ୍ୟୁରୋଲୋଜିକାଲ୍ )ସ୍ଥିତିରେ ରୋଗୀ ଚିକିତ୍ସାର ଷ୍ଟାଣ୍ଡାର୍ଡ ପ୍ରାକ୍ଟିସ୍ ଉନ୍ନତ ହୋଇପାରୁଛି । ରୋଗୀଙ୍କ ନିରାପତା, ସୁବିଧା ଓ ଶୀଘ୍ର ଆରୋଗ୍ୟତାକୁ ପ୍ରାଥମିକତା ଦେଇ ଏଭଳି ନିଆରା ପଦ୍ଧତିକୁ ଗ୍ରହଣ କରାଯିବା ମସ୍ତିଷ୍କ ରୋଗ ( ବ୍ରେନ୍ କଣ୍ଡିସନ୍‌) ଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଅଧିକ ପ୍ରଭାବୀ ହୋଇପାରୁଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.