ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଏକାଠି ଦୀପାବଳି ସେଲିବ୍ରେଟ୍ କଲେ ବିଜୟ-ରଶ୍ମିକା! ଭାଇରାଲ୍ ହେଉଛି ଫଟୋ

ମୁମ୍ବାଇ ୧୩/୧୧: ଦୀର୍ଘ ଦିନ ଧରି ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦନା ବିଜୟ ଦେବରାକୋଣ୍ଡାଙ୍କୁ ଡେଟ୍ କରୁଥିବା ଖବର ଆସୁଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି। ଏହି ସମୟରେ, ଦୀପାବଳି ଅବସରରେ ଏହି ଗୁଜବ ଆହୁରି ବଢିଛି। କାରଣ ଏହି ଦୁଇ ଷ୍ଟାର ଏକତ୍ର ଦୀପାବଳି ପାଳନ କରିଛନ୍ତି।




ରଶ୍ମିକା ଏବଂ ବିଜୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୀପାବଳି ଉତ୍ସବର ଫଟୋ ପୋଷ୍ଟ କରିଛନ୍ତି। ବିଜୟ ବାଣ ଫୁଟାଉଥିବା ବେଳେ ତାଙ୍କ ପରିବାର ସହ ଫଟୋ ସେୟାର କରିଛନ୍ତି। ଅନ୍ୟପକ୍ଷେ ରଶ୍ମିକା ନିଜର ଏକ ସିଙ୍ଗଲ୍‌ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଅଭିନେତ୍ରୀ ଏକ ଶାଢୀ ପିନ୍ଧିଛନ୍ତି ଏବଂ ବିଜୟ ହଳଦିଆ କୁର୍ତ୍ତାରେ ନଜର ଆସିଛନ୍ତି। ବିଶେଷ କଥା ହେଉଛି ଉଭୟଙ୍କ ପୋଷ୍ଟର କ୍ୟାପସନ ସମାନ ଏବଂ ବିଜୟଙ୍କ ଘରର ବ୍ୟକ୍‌ଗ୍ରାଉଣ୍ଡ୍‌ ରଶ୍ମିକାଙ୍କ ଫଟୋରେ ଦୃଶ୍ୟମାନ ହେଉଛି।




ରଶ୍ମିକା ଏବଂ ବିଜୟ ଦୀପାବଳି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି-‘ହାପି ଦିୱାଲି ମାଇଁ ଲଭ୍ସ’। ଏହା ସହିତ ଦୁହେଁ ଏକ ହୃଦୟ ଇମୋଜି ଏବଂ ଷ୍ଟାର ପୋଷ୍ଟ କରିଛନ୍ତି। ଯାହା ପରେ ଫ୍ୟାନ୍ସ ଉଭୟଙ୍କୁ ଟ୍ରୋଲ୍‌ କରୁଛନ୍ତି। 

 

Copyright © 2022 - Summa Real Media Private Limited. All Rights Reserved.