ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଆନିମଲ୍‌’ପରେ ନିଜର ଫି’ ବଢାଇଛନ୍ତି ରଶ୍ମିକା! ଗୁଜବକୁ ନେଇ ପ୍ରତିକ୍ରିୟା ଦେଲେ ଅଭିନେତ୍ରୀ

ମୁମ୍ବାଇ ୦୮/୦୨ : ଗତ ବର୍ଷ ମୁକ୍ତିପ୍ରାପ୍ତ ଫିଲ୍ମ ‘ଆନିମଲ୍‌’ରେ ରଣବୀର କପୁରଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ ରଶ୍ମିକା ମନ୍ଦନା । ଫିଲ୍ମଟି ବ୍ଲକ୍‌ବଷ୍ଟର ହିଟ୍‌ ହେବା ସହିତ ବିଶ୍ୱସ୍ତରରେ ୯୦୦ କୋଟିରୁ ଅଧିକ ବ୍ୟବସାୟ କଲା । ଏହାର ସଫଳତାକୁ ନଜରରେ ରଖି ଚର୍ଚ୍ଚା ହେଲା, ରଶ୍ମିକା କାଳେ ନିଜ ପାରିଶ୍ରମିକ ବଢ଼ାଇ ଦେଇଛନ୍ତି । ଏଣିକି ସେ ଗୋଟିଏ ଫିଲ୍ମ ପାଇଁ ୪ରୁ ସାଢ଼େ ୪ କୋଟି ଟଙ୍କା ଦାବି କରୁଛନ୍ତି । ଏବେ ଏକ ଟ୍ୱିଟ୍‌ ଜରିଆରେ ଏହି ରିପୋର୍ଟ ଉପରେ ରଶ୍ମିକା ପ୍ରତିକ୍ରିୟା ଦେଇଛନ୍ତି।

ସେ ଲେଖିଛନ୍ତି ‘ମୁଁ ଆଶ୍ଚର୍ଯ୍ୟ ହେଉଛି ଏହା କିଏ କହୁଛି... ଏ ସବୁ ଦେଖିବା ପରେ ମୋତେ ଲାଗୁଛି ସତରେ ମୋତେ ଏହା କରିବା ଉଚିତ୍‌... ଆଉ ଯଦି ମୋ ପ୍ରଯୋଜକ ପଚାରନ୍ତି ଯେ କାହିଁକି, ତେବେ ମୁଁ କହିବି ‘ମିଡିଆ’ ଏହା କହୁଛି ସାର୍‌... ମୋତେ ଲାଗୁଛି ସେମାନଙ୍କ କଥା ଅନୁସାରେ ମୋତେ କାମ କରିବା ଉଚିତ୍‌ ।’

‘ଆନିମଲ୍‌’ ପୂର୍ବରୁ ରଶ୍ମିକା ‘ଗୁଡ୍‌ ବୟ’ ଓ ‘ମିଶନ୍‌ ମଜ୍‌ନୁ’ ଭଳି ହିନ୍ଦୀ ଫିଲ୍ମରେ କାମ କରିଥିଲେ । ଦୁଇଟିଯାକ ଫିଲ୍ମ ଭଲ ଚାଲିନଥିଲା । ୨୦୨୧ ମସିହାରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ପୁଷ୍ପା: ଦ ରାଇଜ୍‌’ ତାଙ୍କ କ୍ୟାରିଅର୍‌ର ଟର୍ନିଂ ପଏଣ୍ଟ୍‌ ହେଲା । ଏବେ ‘ଆନିମଲ୍‌’ ପରେ ରଶ୍ମିକାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ପୁଷ୍ପା-୨’ । ଏଥିରେ ସେ ପୁଣି ଥରେ ଅଲ୍ଲୁ ଅର୍ଜୁନଙ୍କ ଅପୋଜିଟ୍‌ରେ ନଜର ଆସିବେ । ଭିକି କୌଶଲଙ୍କ ସହ ‘ଛାବା’ର ସୁଟିଂରେ ସେ ଏବେ ବ୍ୟସ୍ତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.