ପ୍ରମୁଖ ଖବର
  • ନୀଳଗିରି: ଭୋଟ ଦେବା ବେଳେ ବୁଥ୍‌ରେ ଟଳିପଡିଲେ ବୃଦ୍ଧ, ମୃତକ ଇଶ୍ୱରପୁର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି
  • ||
  • ଓଡ଼ିଶା ଦେଉଛି ଭୋଟ: ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ, ଜଗତସିଂହପୁରରେ ସର୍ବାଧିକ ମତଦାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର

ପୁରୀ ୧୭/୦୫: ଗୁରୁବାର ରଥ ନିର୍ମାଣର ୭ମ ଦିନରେ ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ କରାଯାଇଛି । ମାହାର୍ଦ୍ଦ ସମର୍ପଣ କରି ଶ୍ରୀଫଳ ଭାଙ୍ଗିବା ସହ ଠାକୁରଙ୍କୁ ସୁମରଣା କରି ତିନି ରଥର ମୁଖ୍ୟ ବିଶ୍ୱକର୍ମା କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ନାହାକା ତୁମ୍ବରେ ସର୍ବପ୍ରଥମେ ବିନ୍ଧ ଅନୁକୂଳ ହୋଇଛି । ପରମ୍ପରା ଅନୁଯାୟୀ ବଡ଼ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରୁ ତୁମ୍ବ ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିସହ ଖୋଦେଇ ଯନ୍ତ୍ର ରଥ ଖଳାରେ ପହଞ୍ଚିଯାଇଛି ।  

ଦିନକୁ ୧୨ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ କାମରେ ଲାଗିଛନ୍ତି ନିର୍ମାଣକାରୀ । ପର୍ଯ୍ୟାୟ କ୍ରମେ ପ୍ରସ୍ତୁତ ହେଉଛି ରଥ ଚକ । ଗୁରୁବାର ବିନ୍ଧ ଅନୁକୂଳ ପାଇଁ ନିର୍ମାଣକାରୀମାନେ ତତ୍ପରତା  ଦେଖାଇଥିଲେ । ପୂର୍ବାହ୍ନରେ ତୁମ୍ବରେ ସୁତା ବାଡ଼ିଆ କାର୍ଯ୍ୟ ଆରମ୍ଭ ହୋଇଥିଲା । ସମନ୍ୱୟ ରଖି ନନ୍ଦିଘୋଷ ରଥ, ତାଳଧ୍ୱଜ ରଥ ଏବଂ ଦର୍ପଦଳନ ରଥର ତୁମ୍ବରେ ସୁତା ବାଡ଼ିଆ ହେଲା । ପରେ ତୁମ୍ବର ବଳକା ଅଂଶର ଠେକ ତୁଲିଆ ତଥା ଘେର କଟା କାର୍ଯ୍ୟ । ତୁମ୍ବର ଉଭୟ ପାଶ୍ୱର୍  ନିର୍ଦ୍ଦିଷ୍ଟ ସାଇଜ୍‌ ପରେ ରଥର ନାହାକା ତୁମ୍ବକୁ ଗଡ଼ାଇ ଆଣି  ଭୋଇ ସେବକମାନେ ଉପଯୁକ୍ତ ସ୍ଥାନରେ ରଖିଥିଲେ ।  ଏହା ପରେ ଅନୁକୂଳ ବିଧି ସମ୍ପନ୍ନ ହୋଇ ମୁଖ୍ୟ ବିଶ୍ୱକର୍ମା  ପ୍ରଥମେ ନିହଣ ଓ ମୁଗୁର ସାହାଯ୍ୟରେ ବିନ୍ଧ ଖୋଦେଇର ଶୁଭାରମ୍ଭ କରିଥିଲେ । ନାହାକା ତୁମ୍ବକୁ ରଥ ନିର୍ମାଣ ପ୍ରକ୍ରିୟାରେ ସ୍ୱତନ୍ତ୍ର ସ୍ଥାନ ଦିଆଯାଏ । ଏହି ତୁମ୍ବ ନିର୍ମିତ ଚକରେ ଯେଉଁ ଅଖ ରହେ ତାହାରି ଉପରେ ଠାକୁରଙ୍କ  ସିଂହାସନର ଭାରା ଅଧିକ ଥାଏ । 

ସେପଟେ ଦୋଳବେଦି  ପରିସରରେ ଠାକୁରଙ୍କ କମାର ସେବକମାନେ ରଥ ପାଇଁ  ଆବଷ୍ୟକ ଲୁହା ସାମଗ୍ରୀମାନ ପ୍ରସ୍ତୁତ କରୁଛନ୍ତି । ଲକ୍ଷ୍ୟ ସ୍ଥିର ରହିଲେ  ସଫଳତା ନିଶ୍ଚିତ ୨୦୧୭ ମସିହାରୁ ରଥ ଖଳାରେ ନିୟୋଜିତ  ବିନ୍ଧ ଖୋଦେଇ ଯନ୍ତ୍ର । ରଥ କାର୍ଯ୍ୟ ପାଇଁ  ଏହାକୁ ସ୍ୱତନ୍ତ୍ର ଭାବେ ତିଆରିଛନ୍ତି ବାଲେଶ୍ୱର  ନିବାସୀ ରସାନନ୍ଦ ବିନ୍ଧାଣି । ୨୦୧୨ ମସିହାରୁ ଠାକୁରଙ୍କ ସେବାରେ ସେ ଏକନିଷ୍ଠ । ପ୍ରଥମେ କମାର ଶାଳରେ  ସେବା ଦେଉଥିଲେ। ପରେ ରଥ କାର୍ଯ୍ୟକୁ ଲକ୍ଷ୍ୟ କରି  ଏହି ଯନ୍ତ୍ର ତିଆରିଲେ । ଯନ୍ତ୍ରରେ ମୋଟର ଓ ହ୍ୟାଣ୍ଡେଲ  ଫିଟିଂ ହୋଇଛି । ତୁମ୍ବରେ ଅର ଫିଟିଂ ପରେ ବିନ୍ଧ ଯନ୍ତ୍ରର  କାର୍ଯ୍ୟ । ଏଥିସହ କ୍ୱିଣ୍ଟାଲ କ୍ୱିଣ୍ଟାଲ ଓଜନର କାଠ ବୋହିବା  ପାଇଁ ଚକ ଲଗା ଶଗଡ଼ି  ମଧ୍ୟ ରହିଛି । କମାରଙ୍କ କାର୍ଯ୍ୟରେ ସହାୟତା ପାଇଁ ମଧ୍ୟ ଯନ୍ତ୍ର  ରହିଛି । ଶ୍ରୀମନ୍ଦିର  ପ୍ରଶାସନ ଜିମା ରହିବାରେ ପ୍ରଶାସନିକ  ଖର୍ଚ୍ଚରେ ଯନ୍ତ୍ର ସବୁର ଆବଶ୍ୟକ ମରାମତି କରାଯାଉଛି। ତେବେ  କୌଣସି କାର୍ଯ୍ୟରେ ଲକ୍ଷ୍ୟ ସ୍ଥିର  ରହିଲେ ସଫଳତା ନିଶ୍ଚିତ ମିଳିଥାଏ କୁହନ୍ତି ରସାନନ୍ଦ।

୩ଇଞ୍ଚ ଲମ୍ବ, ଦେଢ ଇଞ୍ଚ ଓସାର ବିନ୍ଧ

ତୁମ୍ବର ବିନ୍ଧ ଆୟତାକାର । ଏହାର ଲମ୍ବ ୩ଇଞ୍ଚ ଓ ଓସାର ଦେଢ  ଇଞ୍ଚ । ମଜଭୁତି ପାଇଁ ଦୁଇ ବିନ୍ଧର ମଝିରେ ଇଞ୍ଚେ ମାପର କାଠ  ଛଡ଼ା ଯାଉଛି । ବିନ୍ଧରେ ଭୁଞ୍ଜାଯିବ ଅର(ସ୍ପୋକ୍‌) । ଗୋଟିଏ ଚକରେ  ଲାଗିହୁଏ ୧୬ଟି ଅର । ଅରର ଗୋଟିଏ ମୁହଁକୁ କଟାଯାଇ ଦୁଇଟି  ଦାନ୍ତି ଭଳି ତିଆରି ହେବ । ଯାହାକୁ କୁହାଯାଏ ‘ସାଲ’ । ଅରର ଦୁଇ  ସାଲକୁ ତୁମ୍ବର ଦୁଇ ବିନ୍ଧରେ ଭୁଞ୍ଜାଯିବ । ତୁମ୍ବରେ ଅର ଯୋଡ଼େଇ  ପରେ ସେଥିରେ ପହି(୪ଟି) ଯୋଖି ଚକ ତିଆର ହେବ ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.