ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଏଣିକି ଲୋନ୍ ନେଉଥିବା ଗ୍ରାହକଙ୍କ ଅଧିକାର ସୁରକ୍ଷିତ ରହିବା ସହ ଲୋନ୍ ବ୍ୟବସ୍ଥା ସୁଦୃଢ ହେବ, RBI ନେଲା ଏମିତି ପଦକ୍ଷେପ

ନୂଆଦିଲ୍ଲୀ ୧୪/୯: ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋନ୍ ନେଉଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତି ଭରା ନିଷ୍ପତ୍ତି ନେଇଛି । ଏଣିକି ଏବେ ଯେଉଁ ବ୍ୟାଙ୍କ ବା ଏନବିଏଫସି ଗ୍ରାହକଙ୍କୁ ଲୋନ୍ ଦେବ, ଲୋନ୍ ପୁରା ହେବା ପରେ ୩୦ ଦିନ ଭିତରେ ଗ୍ରାହକଙ୍କ ଦ୍ୱାରା ଜମା କରାଯାଇଥିବା ପ୍ରପୋର୍ଟିର ଦସ୍ତାବିଜ୍ ତାଙ୍କୁ ଫେରାଇବାକୁ ହେବ । ଏମିତି ନକଲେ ସେମାନଙ୍କୁ ପ୍ରତିଦିନ ୫ ହଜାର ଟଙ୍କାର ଜୋରିମାନା ଭରିବାକୁ ହେବ । 

ବୁଧବାର କେନ୍ଦ୍ର ବ୍ୟାଙ୍କ ଦେଶର ସମସ୍ତ ବ୍ୟାଙ୍କ, ଏନବିଏଫସି ଏବଂ ହାଉସିଂ ଫାଇନାନ୍ସ କମ୍ପାନୀମାନଙ୍କୁ ପରାମର୍ଶ ଦେଇ ଏହି ନିଷ୍ପତ୍ତି ଶୁଣାଇଛି । ଏନେଇ ଆଦେଶ ମଧ୍ୟ ଜାରି ହୋଇଛି । ଖାସ୍ କଥା ହେଉଛି କି ଫୁଲ ଲୋନ୍ ପେମେଣ୍ଟ ହେବା ପରେ ଆର୍ଥିକ ସଂସ୍ଥାନ ଦ୍ୱାରା ଜୋରିମାନା ରୂପେ ପ୍ରତି ଦିନ ଅନୁସାରେ ୫ ହଜାର ଟଙ୍କାର ରାଶି ଭରି ଦିଆଯିବ ଯାହା କି ଗ୍ରାହକଙ୍କୁ ମିଳିବ । ରିପୋର୍ଟ ଅନୁସାରେ ଆରବିଆଇ ଦ୍ୱାରା ଜାରି କରାଯାଇଥିବା ଏକ ସର୍କୁଲାରରେ କୁହାଯାଇଛି କି ଏହି ନିଷ୍ପତ୍ତି ୧ ଡିସେମ୍ବର ୨୦୨୩ରୁ ଲାଗୁ ହେବ । 

ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରୁଛି ଚୀନ୍‌ ଇକୋନୋମି, କ୍ଷତିରେ ଚାଲିଛି ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟ

ବ୍ୟାଙ୍କ, ଏନବିଏଫସି ବା ଅନ୍ୟ ଆର୍ଥିକ ସଂସ୍ଥାରୁ ଲୋନ୍ ନେଉଥିବା ଗ୍ରାହକଙ୍କ ଅଧିକାରକୁ ରକ୍ଷା କରିବା ଏବଂ ଲୋନ୍ ଦେବାର ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏମିତି ପଦକ୍ଷେପ ନେଇଛି । ରିଜର୍ଭ ବ୍ୟାଙ୍କକୁ ଲଗାତର ଅଭିଯୋଗ ମିଳୁଥିଲା କି ଗ୍ରାହକଙ୍କ ଲୋନ୍ ପୈଠ ପରେ ମଧ୍ୟ ବ୍ୟାଙ୍କ ଓ ଏନବିଏଫସି ରଖିଥିବା ପ୍ରପୋର୍ଟି ଡକ୍ୟୁମେଣ୍ଟ୍ସକୁ ଫେରାଇବାରେ ବିଳମ୍ବ କରୁଛି । ଏଥିଯୋଗୁଁ ବିବାଦ ଭଳି ପରିସ୍ଥିତି ସୃଷ୍ଟି ହେଉଛି । 

RBI ନିଜ ସର୍କୁଲାରରେ କହିଛି କି ଲୋନ୍ ସେଟଲମେଣ୍ଟ ସମୟରେ ଆଧାରକର୍ତ୍ତାଙ୍କ ସାମ୍ନାରେ ଆସୁଥିବା ମୁଦ୍ଦା ଉପରେ ଧ୍ୟାନ ଦେବା ପାଇଁ ବ୍ୟାଙ୍କ ଏବଂ ନନ୍ ବ୍ୟାଙ୍କିଂ ସଂସ୍ଥାକୁ ନୂଆ ନିର୍ଦ୍ଦେଶ ଜାରି କରିଛି । ରିଜର୍ଭ ବ୍ୟାଙ୍କ କହିଛି କି ଆରଇର ଚଳ ଏବଂ ଅଚଳ ସମ୍ପତ୍ତି ଦସ୍ତାବିଜକୁ ଜାରି କରିବାରେ ଅଲଗା ଅଲଗା ନିୟମର ପାଳନ ନଜର ଆସୁଛି ଯେଉଁଥିପାଇଁ ଅଭିଯୋଗ ଏବଂ ବିବାଦ ବଢୁଛି । 

Copyright © 2022 - Summa Real Media Private Limited. All Rights Reserved.