ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହିରୋ ଫିନକ୍ରପ ଉପରେ ୩.୧ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଆରବିଆଇ

ନୂଆଦିଲ୍ଲୀ, ୨୬/୫: ହିରୋ ଗ୍ରୁପର ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ହିରୋ ଫିନକ୍ରପ ଉପରେ ଲକ୍ଷାଧିକ ଟଙ୍କାର ଜରିମାନା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଆରବିଆଇ ଏହି ଏନବିଏଫସି ଉପରେ ସମୁଦାୟ ୩.୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । କମ୍ପାନୀ ଉପରେ ଆରବିଆଇ ଫେୟର ପ୍ରାକ୍ଟିସ କୋଡରେ ଜଡିତ କିଛି ନିୟମକୁ ପାଳନ ନ କରିବାର କାରଣରୁ ଏହି ପେନାଲ୍ଟି ଲଗାଯାଇଛି । ଏନେଇ  ରିଜର୍ଭ ବ୍ୟାଙ୍କ କହିଛି ଯେ, କମ୍ପାନୀରେ ରେଗୁଲଟରୀ କାରଣମାନ ଯୋଗୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏହି ଜରିମାନାର ପ୍ରଭାବ କୌଣସି ଗ୍ରାହକଙ୍କ ଉପରେ ପଡିନାହିଁ ।

ରିଜର୍ଭ ବ୍ୟାଙ୍କର ବିବୃତ୍ତିରେ ଅନୁଯାୟୀ, ହିରୋ ଫିନକ୍ରପ ନିଜ ଗ୍ରାହକଙ୍କୁ ଋଣର ନିୟମ ଏବଂ ସର୍ତ୍ତାବଳୀ ଗୁଡିକୁ ଲୋକାଲ ଭାଷାରେ ଲିଖିତ ଭାବେ ବୁଝାଇବା କଥା । ହେଲେ କମ୍ପାନୀ ତାହା ପାଳନ କରି ନ ଥିବା ଅଭିଯୋଗ ମିଳିବା ପରେ  ଆରବିଆଇ ୩୧ ମାର୍ଚ୍ଚ ୨୦୨୩ରେ କମ୍ପାନୀର ନୀରିକ୍ଷଣ କରିଛି ।ରିଜର୍ଭ ବ୍ୟାଙ୍କ କମ୍ପାନୀ ବିରୋଧରେ ଅଭିଯୋଗ ମିଳିବା ପରେ ପ୍ରଥମେ ତାକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା, ହେଲେ ଆରବିଆଇ କମ୍ପାନୀର ଉତ୍ତରରେ ସନ୍ତୁଷ୍ଟ ହୋଇନଥିଲା । ଏହାପରେ କେନ୍ଦ୍ରୀୟ ବ୍ୟାଙ୍କ ଏହି ଏନବିଏଫସିରେ ୩.୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।

ତେବେ ହିରୋ ଫିନକ୍ରପ  ହେଉଛି ଦୁଇ ଚକିଆ କମ୍ପାନୀ ହିରୋ ମୋଟୋକର୍ପର ଆର୍ଥିକ କମ୍ପାନୀ। ଯାହା ଗ୍ରାହକଙ୍କୁ ବିଭିନ୍ନ ଆର୍ଥିକ ସେବା ଯୋଗାଇଥାଏ । କମ୍ପାନୀ ଦୁଇ ଚକିଆ ଫାଇନାନ୍ସ ଠାରୁ ଆରମ୍ଭ କରି ଘର କ୍ରୟ, ପଢା ଋଣ ପର୍ଯ୍ୟନ୍ତ ଋଣ ପ୍ରଦାନ କରିଥାଏ | ଦେଶର ବିଭିନ୍ନ ସହରରେ କମ୍ପାନୀର ହଜାର ହଜାର ଶାଖା ଅଛି | ମିଡିଆ ରିପୋର୍ଟ ଅନୁଯାୟୀ, କମ୍ପାନୀ ଶୀଘ୍ର 4000 କୋଟିରୁ ଅଧିକ ମୂଲ୍ୟର ଆଇପିଓ ଲଞ୍ଚ କରିପାରିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.