ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ମଥାରେ ବଡ଼ ସିନ୍ଦୁର ଟୋପା, ନାଁ ତାର ନାଲିଟୋପା: ସୋସିଆଲ୍‌ ମିଡିଆରେ ଗାଳି କରି ଚର୍ଚ୍ଚାରେ ଥିଲା, ବାନ୍ଧିଲା ପୁଲିସ

ପୁରୀ,୨୪/୦୯: ସୋସିଆଲ୍‌ ମିଡିଆରେ ଅଶ୍ଲୀଳ  ଭାଷାରେ ଗାଳି କରି ଆତଙ୍କ ରଚୁଥିବା ନାଲିଟୋପାକୁ  ଟେକିନେଲା ପୁଲିସ । ମଥାରେ ନାଲି ସିନ୍ଦୁରର ବଡ଼ ଟୋପା ଲଗାଇ ସୋସିଆଲ୍‌ ମିଡିଆ ୟୁଜର୍‌ମାନଙ୍କୁ  ଅଶ୍ଲୀଳ ଭାଷାରେ ଗାଳି କରିବା ସହ ଆତଙ୍କ ଭରା ଧମକ ଦେଉଥିବା ଏହି ଯୁବକ ଜଣକ ନାଲିଟୋପା ନାଁରେ  ପରିଚିତ । ନାଲିଟୋପାର ସମ୍ପୂର୍ଣ୍ଣ ନାମ ଶିବା ବାରିକ ଓ  ଘର ବ୍ରହ୍ମଗିରି ବୋଲି ପୁଲିସ କହିଛି । ସେ ବଳଗଣ୍ଡିସ୍ଥିତ ଏକ ତେଜରାତି ଦୋକାନରେ କାମ କରୁଥିବା ଜଣାପଡ଼ିଛି । 

କିଛିଦିନ ଧରି ଲଗାତର ଭାବେ ସୋସିଆଲ୍‌ ମିଡିଆରେ ଆତଙ୍କଭରା ଧମକ ଦେଇ ଭିଡିଓ ପୋଷ୍ଟ  କରୁଥିଲା ନାଲିଟୋପା । ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌  ୟୁଜର୍‌ଙ୍କୁ ଟାର୍ଗେଟ୍‌ କରୁଥିଲା । ଏପରିକି ପ୍ରେମରେ ବିଫଳ  ହୋଇଥିବା କହି ପ୍ରେମିକାକୁ ଖରାପ ଭାଷାରେ ଗାଳି  କରୁଥିବାର ଭିଡିଓ ମଧ୍ୟ ସେୟାର୍‌ କରୁଥିଲା । ନିୟମିତ ଭାବେ ଶ୍ରୀମନ୍ଦିର ସମ୍ମୁଖରେ ଏବଂ ପୁରୀର ବିଭିନ୍ନ  ସ୍ଥାନରେ ଭିଡିଓ ପ୍ରସ୍ତୁତ କରି ପୋଷ୍ଟ କରୁଥିଲା। ଏଭଳି  ଭିଡିଓ ପୁରୀ ପ୍ରତି ଖରାପ ପ୍ରଭାବ ପକାଉଥିଲା ବୋଲି  କହିଛନ୍ତି ଟାଉନ୍‌ ଥାନା ଆଇଆଇସି ସୁନୀଲ ପ୍ରଧାନ ।  

କିଛିଦିନ ତଳେ ବଳଗଣ୍ଡି ଗଣେଶ ମଣ୍ଡପରେ ବସି  ଏକ ଭିଡିଓ ପ୍ରସ୍ତୁତ କରିବା ସହ ଏହାକୁ ପୋଷ୍ଟ କରିଥିଲା ନାଲିଟୋପା । ପୁଲିସ ଏହାକୁ ଯାଞ୍ଚ୍‌ କରିବା ପରେ ସେ ବଳଗଣ୍ଡି  ଅଞ୍ଚଳରେ ରହୁଥିବା ଜାଣିବାକୁ ପାଇଥିଲା । ସୋମବାର  ସନ୍ଧ୍ୟାରେ ବଳଗଣ୍ଡିରେ ଚଢ଼ଉ କରି ତାକୁ ଧରିଥିଲା  କୁମ୍ଭାରପଡ଼ା ଥାନା ପୁଲିସ । ଥାନାକୁ ଉଠାଇ ନେଇ ପୁଲିସ  ତାକୁ ପଚରାଉଚରା କରୁଛି । ଆଗକୁ ଏଭଳି ନକରିବା ପାଇଁ ଚେତାବନୀ ଦେବା ସହ ନୋଟିସ୍‌ ଦେଇ ତାକୁ ଛଡ଼ାଯିବ  ବୋଲି ଜଣେ ଅଧିକାରୀ କହିଛନ୍ତି । ଏନେଇ ଗତ ଅଗଷ୍ଟ ୩୦  ତାରିଖରେ ‘ପ୍ରମେୟ’ରେ ଏକ ଖବର ପ୍ରକାଶ ପାଇଥିଲା । ପୁଲିସ ସେବେଠାରୁ ଏହି ଦିଗରେ ନଜର ରଖିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.