ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

କନଫ୍ରେନ୍ସ ହଲ୍‌ରେ ଚୌକି ଖାଲି: ୨ ଘଣ୍ଟା ଅପେକ୍ଷା କରି ଚାଲିଗଲେ ମମତା, ବୈଠକ ପାଇଁ ଆସିଲେନି ଡାକ୍ତରଙ୍କ ପ୍ରତିନିଧି ମଣ୍ଡଳୀ

କୋଲକାତା,୧୨।୯: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟ ଘଟଣାକୁ ଏକ ମାସ ବିତିସାରିଲାଣି। ଏହା  ବିରୋଧରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି।ପଶ୍ଚିମବଙ୍ଗ ସରକାର ଗୁରୁବାର ଆନ୍ଦୋଳନରତ ଡାକ୍ତରଙ୍କୁ ସନ୍ଧ୍ୟାରେ ଭେଟି ଆଲୋଚନା କରିବାକୁ ଡାକିଥିଲେ। ହେଲେ କନଫ୍ରେନ୍ସ ହଲ୍‌କୁ କେହି ବି ଆସିନଥିଲେ।  ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ମମତା ସରକାର ତୃତୀୟ ଥର ଜୁନିଅର ଡାକ୍ତରଙ୍କୁ ଆଲୋଚନା ପାଇଁ ଡାକିଥିଲେ। ତେବେ ମମତାଙ୍କ ସହ ବୈଠକ କରିବାକୁ ଡାକ୍ତରମାନେ କିଛି  ସର୍ତ୍ତ ରଖିଥିଲେ, ଯାହାକୁ ସରକାର ଗ୍ରହଣ ନକରିବା ପରେ ଡାକ୍ତରଙ୍କ ପ୍ରତିନିଧି ମଣ୍ଡଳୀ ଆସିନଥିଲେ।

ବୈଠକ ନବାନ୍ନ କନଫ୍ରେନ୍ସ ହଲ୍‌ରେ ଆୟୋଜିତ ହୋଇଥିଲା। ମମତା ସେଠାରେ ଦୁଇ ଘଣ୍ଟା ଡାକ୍ତରଙ୍କ ପ୍ରତିନିଧି ମଣ୍ଡଳୀଙ୍କୁ ଅପେକ୍ଷା କରିଥିଲେ। ହେଲେ କେହି ଆସିନଥିଲେ, ଏହାପରେ ମମତା କନଫ୍ରେନ୍ସ ହଲ୍‌ରୁ ବାହାରି ଯାଇଥିଲେ। ମମତା କନଫ୍ରେନ୍ସ ହଲ୍‌ ଭିତରେ ଏକାକୀ ବସିଥିବାର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି। ଆନ୍ଦୋଳନରତ ଡାକ୍ତରଙ୍କ ପ୍ରତିନିଧି ମଣ୍ଡଳୀଙ୍କ ସହ କଥା ହେବାକୁ ଅନେକ ଗୁଡିଏ ଚୌକି ରଖାଯାଇଥିଲା। ହେଲେ ସବୁ ଚୌକି ଖାଲି ପଡିଥିଲା। 

ମୁଖ୍ୟ ସଚିବ କହିଛନ୍ତି, ଆମର ଅଧିକାରୀ ତାଙ୍କ ସହ କଥା ହେଉଛନ୍ତି। ପ୍ରାୟ ଦେଢ ଘଣ୍ଟାରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ତାଙ୍କର ଅପେକ୍ଷା କରିଥିଲେ। ଆମେ ମଧ୍ୟ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛୁ। ଲାଇଭ ଷ୍ଟ୍ରିମିଂ ବିନା ମିଟିଂକୁ ଆସିବାକୁ କହିଥିଲୁ ଓ ସବୁ କିଛି ରେକର୍ଡ କରାଯିବ ତାହା ବି ଆଶ୍ବସନା ଦେଇଥିଲୁ, କିନ୍ତୁ ସେମାନେ ଆସିଲେନି।ମୁଖ୍ୟମନ୍ତ୍ରୀ ସନ୍ଧ୍ୟ ୫ଟା ପର୍ଯ୍ୟନ୍ତ ଅପେକ୍ଷା କଲେ, କିନ୍ତୁ ସବୁ ଜିନିଷର ଏକ ସୀମା ଥାଏ। ଆମେ ସୁରକ୍ଷା ଏବଂ ମୌଳିକ ଆବଶ୍ୟକତା ତାଙ୍କ କଥା ଶୁଣିବାକୁ ବି ପ୍ରସ୍ତୁତ ଅଛୁ। 

ଉଲ୍ଲେଖନୀୟ ଯେ, ଡାକ୍ତରଙ୍କ ପ୍ରତିନିଧି ମଣ୍ଡଳୀ ପଶ୍ଚିମବଙ୍ଗ ସରକାରଙ୍କ ଆଗରେ କିଛି ସର୍ତ୍ତ ରଖିଥିଲେ। ତାହା ହେଲା ବୈଠକରେ ମମତା ଯୋଗ ଦେବେ ଏବଂ ଏହାର ଲାଇଭ ଷ୍ଟ୍ରିମିଂ କରାଯିବ। ୧୫ ଜଣ ବଦଳରେ ଡାକ୍ତରଙ୍କ ୩୦ ଜଣିଆ ପ୍ରତିନିଧି ମଣ୍ଡଳୀ ଆସିବେ। ତେବେ ପଶ୍ଚିମବଙ୍ଗ ସରକାର ଗୋଟିଏ ସର୍ତ୍ତ ମାନିଥିଲେ। ତାହା ହେଲା ମମତା ନିଜେ ବୈଠକରେ ଯୋଗ ଦେଇଥିଲେ।   ଲାଇଭ ଷ୍ଟ୍ରିମିଂ ଓ ୩୦ ଜଣିଆ ପ୍ରତିନିଧି ମଣ୍ଡଳୀଙ୍କୁ ଆସିବା ପାଇଁ ଅନୁମତି ମିଳିନଥିଲା। ଡାକ୍ତରମାନେ ତାଙ୍କ ଦାବି ପୂରଣ ହୋଇନଥିବାରୁ ବୈଠକକୁ ଆସିନଥିଲେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.