ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଆଇପିଏଲ୍‌ରେ ୩୦୦୦ ରନ୍‌ ପୂରଣ କଲେ ଋଷଭ ପନ୍ତ, ବିରାଟ-ରୋହିତଙ୍କୁ ପଛରେ ପକାଇଲେ ଦିଲ୍ଲୀ କ୍ୟାପ୍ଟେନ୍

Published By : Tapas Panda | April 13, 2024 12:25 PM

ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ଦିଲ୍ଲୀ ୬ ଓ୍ବିକେଟରେ ହରାଇଥବା ବେଳେ ଦଳର ଅଧିନାୟକ ବହୁତ ବଡ଼ ରେକର୍ଡ କରିଛନ୍ତି । ଡିସିର ଅଧିନାୟକ ଋଷଭ ପନ୍ତ ୪୧ ରନ୍‌ ଖେଳି ଦଳୀୟ ବିଜୟରେ ଶ୍ରେଷ୍ଠ ଯୋଗଦାନ ଦେଇଥିଲେ । ଟି-୨୦ ବିଶ୍ବକପ୍‌ ପୂର୍ବରୁ ପନ୍ତଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଏଭଳି ସମୟରେ ଲକ୍ଷ୍ନୌ ବିପକ୍ଷରେ ପନ୍ତ ୪୧ ରନ୍‌ କରିବା ସହ ଆଇପିଏଲ୍‌ କ୍ୟାରିୟରରେ ୩୦୦୦ ରନ୍ ପୂରଣ କରିଛନ୍ତି । ଡେବ୍ୟୁ କରିବା ପାଖରୁ ଋଷଭ ପନ୍ତ ଦିଲ୍ଲୀ ଟିମ ପକ୍ଷରୁ ଖେଳିଆସିଛନ୍ତି । 

ସେ ଗୋଟିଏ ଟିମ୍‌ ପାଇଁ ୩୦୦୦ ରନ୍‌ ପୂରଣ କରିବା ମାମଲାରେ ୧୧ ତମ ଖେଳାଳି ଭାବେ ରେକର୍ଡ କରିଛନ୍ତି । ଏହା ବ୍ୟତୀତ ପନ୍ତ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି । ଆଇପିଏଲ ଇତିହାସରେ ସବୁଠୁ କମ ପାଳି ଖେଳି ୩୦୦୦ ରନ୍‌ ପୂରା କରିଥିବା ଖେଳାଳିଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି କେଏଲ ରାହୁଲ । ୮୦ ପାଳିରେ ସେ ଏହି ରେକର୍ଡ କରିଥିଲେ । ତାଙ୍କ ପରେ ଶୁଭମନ ଗିଲ ୯୪ଟି ପାଳିରେ ଏହି ରେକର୍ଡ କରିଥିବା ବେଳେ ୧୦୩ ପାଳି ଖେଳି ୩ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି ଋଷଭ ପନ୍ତ । 

ସେପଟେ ରୋହିତ ଶର୍ମା ୧୦୯ ପାଳି ଏବଂ ବିରାଟ କୋହଲି ୧୧୦ ପାଳି ଖେଳି ୩ ହଜାର ରନ୍ ସଂଗ୍ରହ କରିପାରିଥିଲେ । ଋଷଭ ପନ୍ତ ଦିଲ୍ଲୀ ଟିମର ପ୍ରଥମ ଖେଳାଳି ଯିଏ ୩ ହଜାର ରନ୍ ପୂରଣ କରିବାରେ ସଫଳ ହୋଇଛନ୍ତି । ସେ ୨୦୨୮ ବଲରେ ଏହ ରନ୍ କରିବା ସହ ୟୁଶୁଫ ପଠାନଙ୍କ ରେକର୍ଡ ଭାଙ୍ଗିଛନ୍ତି । ଆଇପିଏଲରେ ଏବେ ସୁଦ୍ଧା ପନ୍ତ ୧୦୪ଟି ମ୍ୟାଚ୍‌ ଖେଳି ୩୦୩୨ ରନ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଏବଂ ୧୭ଟି ଅର୍ଦ୍ଧାତକ ରହିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.