ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଏକ୍ସରେ ନିଜର ପ୍ରୋଫାଇଲ ଫଟୋ ବଦଳାଇଲେ ରୋହିତ ଶର୍ମା , ମୈଦାନରେ ତ୍ରିରଙ୍ଗା ପୋତିବାର ଆସିଲେ ନଜର

ନୂଆଦିଲ୍ଲୀ : ୨୯ ଜୁନ୍‌ ୨୦୨୪ ତାରିଖକୁ ବୋଧହୁଏ ଏମିତି କୌଣସି ଭାରତୀୟ କ୍ରିକେଟ୍‌ ପ୍ରଶଂସକ ନଥିବେ, ଯିଏ ବି ଭୁଲି ପାରିବେ। ବାର୍ବାଡୋସ୍‌ର କେନ୍ସିଙ୍ଗଟନ୍‌ ଓଭଲ ମୈଦାନରେ ଭାରତୀୟ କ୍ରିକେଟ୍‌ ଟିମ୍‌ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ, ସାଉଥ୍‌ ଆଫ୍ରିକାକୁ ୭ରନରେ ହରାଇ ଟାଇଟଲକୁ କବଜା କରିଥିଲା। ଏହି ବିଜୟକୁ ୯ ଦିନ ବିତି ସାରିଛି। ଭାରତୀୟ ଟିମ୍‌ ଏହା ପରେ ସ୍ୱଦେଶ ଫେରିଛି, ଏଠାରେ ଜୋରଦାର ତାଙ୍କର ସ୍ୱାଗତ ହୋଇଛି ଏବଂ ଏହାପରେ ରୋହିତ ନିଜ ପରିବାର ସହ କିଛି ଦିନର ବ୍ରେକ୍‌ରେ ମଧ୍ୟ ବାହାରିଛନ୍ତି , କିନ୍ତୁ ଲାଗୁଛି କି, ରୋହିତ ଏବେ ବି ଟି-୨୦ ବିଶ୍ୱକପ୍‌ ୨୦୨୪ ଟାଇଟଲ ଜିତିବାର ଖୁସି ଓ ଉତ୍ସାହରେ ବୁଡ଼ି ରହିଛନ୍ତି। 

ରୋହିତ ଶର୍ମା ଆଜି ସୋସିଆଲ ମିଡ଼ିଆ ଏକ୍ସରେ ନିଜର ପ୍ରୋଫାଇଲ ଫଟୋକୁ ବଦଳାଇ ଦେଇଛନ୍ତି। ସେ ଫଟୋ ବଦଳାଇବା ସହ ଲେଖି୍ଛନ୍ତି , ନ୍ୟୁ ପ୍ରୋଫାଇଲ ପିକ୍‌। ଏହି ଫଟୋରେ ରୋହିତ ଶର୍ମା ବାର୍ବାଡୋସ୍‌ର କେନ୍ସିଙ୍ଗଟନ ଓଭଲ ମୈଦାନରେ ତ୍ରିରଙ୍ଗା ପୋତୁଛନ୍ତି। 


ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚିଫ୍‌ ଜୟ ଶାହ ପୂର୍ବରୁ ମଧ୍ୟ କହିଦେଇ ଥିଲେ ଯେ, ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ ୨୦୨୪ ଜିତିବ ଏବଂ ବାର୍ବାଡୋସ୍‌ରେ ପତାକା ପୋତିବ।ଟିମ୍‌ ଇଣ୍ଡିଆର ବିଜୟ ପରେ ରୋହିତ ଶର୍ମା ପିଚ୍‌ର ମାଟି ଚାଖି ଥିଲେ ଏବଂ ଏହାପରେ ତ୍ରିରଙ୍ଗା ମୈଦାନରେ ପୋତି ଥିଲେ। ରୋହିତଙ୍କ ପାଇଁ ଲାଗୁଛି ଏହି କ୍ଷଣ ହୃଦୟର ଖୁବ୍‌ ନିକଟତର ହୋଇ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.