ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ରୋହିତଙ୍କ ରେକର୍ଡ ପରେ ରେକର୍ଡ: ଟି-ଟ୍ୱେଣ୍ଟି ଦ୍ରୁତତମ ଅର୍ଦ୍ଧଶତକ, ୨୦୦ ଛକା କ୍ଲବ୍‌ରେ ଏଣ୍ଟ୍ରି

ଗ୍ରସ୍‌ ଆଇଲେଟ୍‌,୨୫/୦୬: ୪୧ଟି ବଲ୍‌ରୁ  ୯୨ରନ୍‌ର ବିଧ୍ୱଂସୀ ଇନିଂସ ଖେଳି ରୋହିତ ଅନେକ ରେକର୍ଡରେ ନିଜ ନାମକୁ ସାମିଲ କରାଇଥିଲେ । ସେ ଚଳିତ ବିଶ୍ୱପକ୍‌ରେ ଦ୍ରୁତତମ ଅର୍ଦ୍ଧଶତକ ଅର୍ଜନ କରିବା ସହ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୯,୦୦୦ ରନ୍‌ ପୂରଣ କରିଥିଲେ । ଏହି ମ୍ୟାଚ୍‌ ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମୋଟ୍‌  ୧୮,୯୧୯ ରନ୍‌ ସଂଗ୍ରହ କରିସାରିଥିଲେ । ସେ ଟେଷ୍ଟ  କ୍ରିକେଟ୍‌ରେ ୪୧୩୭ ରନ୍‌, ଦିନିକିଆରେ ୧୦,୭୦୯ରନ୍‌ ଓ ଟି-ଟ୍ୱେଣ୍ଟିରେ ୪୦୭୩ ରନ୍‌ ସଂଗ୍ରହ କରିଛନ୍ତି । 

ସୋମବାର ରୋହିତ ୯୨ ରନ୍‌ର ଇନିଂସରେ ମୋଟ୍‌ ୮ଟି  ଛକା ମାରିଥିଲେ । ଫଳରେ ଟି-ଟ୍ୱେଣ୍ଟିରେ ତାଙ୍କ ଛକା ସଂଖ୍ୟା ୨୦୩ରେ ପହଞ୍ଚି ଯାଇଥିଲା । ବିଶ୍ୱର ପ୍ରଥମ ଖେଳାଳି ଭାବେ ସେ ଟି-ଟ୍ୱେଣ୍ଟିରେ ୨୦୦ଛକା ପୂରଣ  କରିଥିଲେ । ଏହି ମ୍ୟାଚ୍‌ ପୂର୍ବରୁ ରୋହିତ ୧୫୬ଟି  ଟି-ଟ୍ୱେଣ୍ଟି ଖେଳି ମୋଟ୍‌ ୧୯୫ଟି ଛକା ମାରିଥିଲେ । 

ସୋମବାରର ଅର୍ଦ୍ଧଶତକ ସହ ରୋହିତ ଟି-ଟ୍ୱେଣ୍ଟି  ଅନ୍ତର୍ଜାତୀୟରେ ମଧ୍ୟ ସର୍ବାଧିକ ରନ୍‌ କରିବାରେ ବାବର ଆଜମଙ୍କୁ ଅତିକ୍ରମ କରିଥିଲେ । ରୋହିତ ଟି-ଟ୍ୱେଣ୍ଟିରେ ମୋଟ୍‌  ୪୧୬୫ ରନ୍‌ ସଂଗ୍ରହ କରିଛନ୍ତି । ବାବର ୪୧୪୫ ରନ ସହ  ଦ୍ୱିତୀୟକୁ ଓ ବିରାଟ କୋହଲି ୪୧୦୩ ରନ୍‌ ସହ ତୃତୀୟକୁ  ଖସିଛନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ପକ୍ଷରୁ ଦ୍ୱିତୀୟ  ସର୍ବ ବୃହତ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମଧ୍ୟ ସେ ସର୍ବାଧିକ ରନ୍‌ ସ୍କୋର କରିଥିଲେ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.