ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

୨୪ ଘଣ୍ଚା ଭିତରେ ୟୁକ୍ରେନ ଆକ୍ରମଣର ପ୍ରତିଶୋଧ ନେଲା ଋଷ, କ୍ଷେପଣାସ୍ତ୍ର ମାଡରେ ୭ ମୃତ...

ନୂଆଦିଲ୍ଲୀ: ୨୪ ଘଣ୍ଚା ଭିତରେ ୟୁକ୍ରେନ ଆକ୍ରମଣର ପ୍ରତିଶୋଧ ନେଲା ଋଷ । ଦକ୍ଷିଣ ୟୁକ୍ରେନର ଏକ ସହର ଉପରେ ଋଷ ଏୟାର ଷ୍ଟ୍ରାଇକ୍ କରିଛି । ଏହି ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ଋଷ କ୍ଷେପଣାସ୍ତ୍ର ମାଧ୍ୟମରେ ଏହି ଆକ୍ରମଣ କରିଥିଲା । ୟୁକ୍ରେନ ଅଧିକାରୀଙ୍କ କହିବାନୁସାରେ, ଏହି ଆକ୍ରମଣରେ ଶିଶୁ ସମେତ ୭ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଏଥିସହ ଅନେକ ଆହତ ମଧ୍ୟ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ଶନିବାର ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣରେ ୩୬ ଜଣ ଆହତ ହୋଇଛନ୍ତି ଏବଂ ରବିବାରକୁ ଶୋକ ଦିବସ ଭାବେ ଘୋଷଣା କରାଯାଇଛି ।

ବିଲ୍ନିୟାସ୍କ ଜାପୋରିଜିଆ ଅଂଚଳରେ ଅବସ୍ଥିତ, ଯେଉଁଠାରେ କି ଏହି ଆକ୍ରମଣ ହୋଇଛି । ଏହା ସ୍ଥାନୀୟ ରାଜଧାନୀଠାରୁ ୩୦ କିଲୋମିଟର ଦୂରରେ ରହିଛି । ସ୍ଥାନୀୟ ରାଜ୍ୟପାଳ ଇଭାନ ଫେଡୋରୋଭ କହିଛନ୍ତି ଯେ, ମୃତକଙ୍କ ମଧ୍ୟରେ ତିନି ପିଲା ମଧ୍ୟ ଅଛନ୍ତି । ଟେଲିଗ୍ରାମରେ ଏକ ପୋଷ୍ଟରେ ଫେଡୋରୋଭ କହିଛନ୍ତି ଯେ ଏହି ଆକ୍ରମଣ ବିଲ୍ନିୟାସ୍କର ଏକ ଦୋକାନ, ଆବାସିକ କୋଠା ଏବଂ ଭିତ୍ତିଭୂମି ସୁବିଧାକୁ କ୍ଷତି ପହଞ୍ଚାଇଛି । ଏହି ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ବିଭ୍ର ପାଶ୍ଚାତ୍ୟ ଅଂଶୀଦାର ମାନଙ୍କୁ ଋଷର ଆକ୍ରମଣ ବନ୍ଦ କରିବାକୁ ଆହ୍ବାନ କରିଛନ୍ତି ।

ସ୍ଥାନୀୟ ରାଜ୍ୟପାଳଙ୍କ ଅନୁଯାୟୀ ଶନିବାର ରାତିରେ ୟୁକ୍ରେନର ହିଂସା ପ୍ରଭାବିତ ପୂର୍ବ ଡୋନେଟସ୍କ ଅଞ୍ଚଳରେ ଆଠ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଏହି ସମୟରେ, ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର ଦାବି କରିଛି ଯେ ଏହାର ସୈନ୍ୟବାହିନୀ ରାତାରାତି ଋଷର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ୬ଟି ଅଞ୍ଚଳରେ ୩୬ ଟି ୟୁକ୍ରେନ ଡ୍ରୋନ୍‌କୁ ଗୁଳି କରି ହତ୍ୟା କରିଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ୟୁକ୍ରେନ ମଧ୍ୟ ଋଷ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା ଯେଉଁଥିରେ ପ୍ରାୟ ୫ ଜଣଙ୍କର ମୃତ୍ୟୁ ଘଟିଥିଲା।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.