ସମ୍ବଲପୁର,୦୯/୧୧: ସମ୍ବଲପୁରରେ ସମଲେଇ ଯୋଜନାର ସମୀକ୍ଷ କଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ସମ୍ବଲପୁରରେ ରାତ୍ରୀ ଯାପନ କରି ଗୁରୁବାର ଭୋର ୫ଟା ଜିଲ୍ଲାର ଅଧିକାରୀଙ୍କ ସହ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଆରଡିସିଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ମହାନଗର ନିଗମ କମିଶନର ସମସ୍ତେ ଉପସ୍ଥିତ ଥିଲେ।
ସୂଚନା ମୁତାବିକ, ଗୁରୁବାର ସକାଳ ୬ଟାରେ ମା ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ମା' ସମଲେଶ୍ୱରୀଙ୍କର ଦର୍ଶନ କରିବା ସହ ସମଲେଇ ପ୍ରକଳ୍ପ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଆସନ୍ତା ନବବର୍ଷରେ ଶ୍ରଦ୍ଧାଳୁ ମାଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ବୋଲି ଯେଉଁ ସମୟ ଧାର୍ଯ୍ୟ କରାଯାଇଛି ତାର କାର୍ଯ୍ୟର କେତେ ଦୂର ଗଲା ତାହା ସମୀକ୍ଷା କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।