ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଆଜି ବିଶ୍ବକୁ ସମ୍ବୋଧନ କରିବେ ସୁନୀତା ୱିଲିୟମ୍ସ

ନୂଆଦିଲ୍ଲୀ,୧୩/୦୯ :  ଆଜି ବିଶ୍ବକୁ ସମ୍ବୋଧନ କରିବାକୁ ଯାଉଛନ୍ତି  ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବ୍ୟାରି ୱିଲମୋର।  ଆମେରିକାର ଟେକ୍ସାସ ସ୍ଥିତ ସହର ହ୍ୟୁଷ୍ଟନରେ ଥିବା ନାସାର ଜନସନ୍‌ ସ୍ପେଶ ସେଣ୍ଟର ନ୍ୟୁଜରୁମ ସହିତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ରୁ ସେମାନେ କଥାବାର୍ତ୍ତା ହେବେ ବୋଲି ଆମେରିକୀୟ ସ୍ପେଶ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି । ତେବେ ଏହି ସ୍ପେଶ କଲ୍‌ ଭାରତୀୟ ସମୟ ଅନୁସାରେ ଆଜି  ରାତି ୧୧ଟା ୪୫ମିନିଟରେ ହେବାକୁ ଯାଉଛି । ନାସାର ଜନସନ୍‌ ସ୍ପେଶ ସେଣ୍ଟର ସହିତ ଏହି ଦୁଇ ମହାକାଶଚାରୀ କଥାବାର୍ତ୍ତା ହେବାକୁ ଯାଉଛନ୍ତି । ତେବେ ସେମାନେ ମହାକାଶରୁ ପୃଥିବୀବାସୀଙ୍କ ପାଇଁ କଣ ମେସେଜ ଦେବେ ତାହା ଉପରେ ସାରା ବିଶ୍ବର ନଜର ରହିଛି ।

 ତେବେ ନିକଟରେ ଷ୍ଟାରଲାଇନର ଫେରିଥିବା ବେଳେ ଏହା ଉପରେ ମଧ୍ୟ ସେମାନେ କହିପାରନ୍ତି । ଏହାସହିତ ମହାକାଶରେ ସେମାନଙ୍କ ଦିନ କିପରି ବିତୁଛି ସେ ସମ୍ପର୍କରେ କହିପାରନ୍ତି। ପ୍ରକାଶ ଥାଉକି, ବୋଇଙ୍ଗ ଷ୍ଟାରଲାଇନର ମହାକାଶ ଯାନରେ ଗତ ଜୁନ ୫ ତାରିଖରେ ମହାକାଶକୁ ଯାତ୍ରା କରିଥିଲେ ମହାକାଶଚାରୀ ସୁନୀତା ୱିଲିୟମ୍ସ । ତାଙ୍କ ସହ ସାଥୀ ମହାକାଶଚାରୀ ବ୍ୟାରି ୱିଲମୋର ମଧ୍ୟ ଯାଇଥିଲେ । ସେମାନେ ଜୁନ ୬ ତାରିଖରେ ସ୍ପେଶ ଷ୍ଟେସନରେ ପହଞ୍ଚିଥିଲେ । କିନ୍ତୁ ଦୁଇ ମହାକାଶଚାରୀ ୮ଦିନ ପାଇଁ ଯାଇଥିବା ବେଳେ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ଫେରିପାରିନଥିଲେ । ଦୀର୍ଘ ୩ମାସ ପରେ ବିନା କ୍ରୁ ମେମ୍ବରରେ ଷ୍ଟାରଲାଇନର ଗତ ସେପ୍ଟେମ୍ବର ୭ ତାରିଖରେ ପୃଥିବୀକୁ ଫେରିଛି । ସେହିପରି  ଆସନ୍ତା ବର୍ଷ ୨୦୨୫ ଫେବୃଆରୀରେ ନାସାର ସ୍ପେଶ ଏକ୍ସ କ୍ରୁ-9 ମିଶନ ଜରିଆରେ ସୁନୀତା ଓ ସହଯୋଗୀ ପୃଥିବୀ ପୃଷ୍ଠକୁ ଫେରିବେ ବୋଲି ନାସା ପକ୍ଷରୁ ସୂଚନା ମିଳିଥିଲା। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.