ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାସ୍ତା ମଝିରେ ଆମ୍ୱୁଲାନ୍ସକୁ ରୋକିଲେ ଶାହରୁଖ , ବାହାରକୁ ଆସି ହାତ ଯୋଡ଼ି କହିଲେ ...

ମୁମ୍ୱାଇ – ପ୍ରଶଂସକଙ୍କ ପ୍ରିୟ ଶାହରୁଖ ଖାନଙ୍କର କଥା ଯେବେ ଆସେ ତ ସମସ୍ତଙ୍କ ଉତ୍କଣ୍ଠା ବଢିଯାଏ ଏବଂ ଯେବେ କାହାକୁ ଜଣାପଡ଼ି ଯାଏ କି ଦିଲୱାଲେଙ୍କ ଦିଲ୍ଲୀରେ କିଙ୍ଗ ଖାନ୍‌ ସୁଟ୍‌ କରୁଛନ୍ତି ,ତ ପ୍ରଶଂସକଙ୍କ ଭିଡ଼ ଜମିଯାଏ। ୧୯୯୯ର କଥା ଯେବେ ଶାହରୁଖ ଖାନ ଓ ମନିଷା କୋୟରାଲା ‘ଦିଲ୍‌ ସେ ’ ଫିଲ୍ମର ସୁଟିଂ ଦିଲ୍ଲୀରେ କରୁ ଥିଲେ। 

ଉଭୟଙ୍କ ପାଇଁ ଏହି ଫିଲ୍ମ ହୃଦୟରେ ରହି ଯାଇଛି। ମଣିରତ୍ନମ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ। ପ୍ରୀତି ଜିଣ୍ଟା ,ସଞ୍ଜୟ ମିଶ୍ରା, ମଲାଇକା ଇରୋରା, ଶିବା ଚଢା ଓ ଗଜରାଜ ରାଓ ଏହି ଫିଲ୍ମରେ ଲିଡ୍‌ ରୋଲରେ ନଜର ଆସିଥିଲେ। ବଲିଉଡ୍ ବବଲ ସହ କଥାବାର୍ତ୍ତାରେ ଗଜରାଜ ରାଓ ଏକ ହୃଦୟସ୍ପର୍ଶୀ କଥା ସେୟାର କରିଛନ୍ତି । ସେ କହିଛନ୍ତି ଥରେ ଶାହରୁଖ ଆମ୍ୱୁଲାନ୍ସରେ ସୁଟ୍‌ କରୁଥିଲେ ଏବଂ ଲୋକଙ୍କ ଭିଡ଼ ଲାଗି ଯାଇଥିଲା। ଏହି ପୂରା ସ୍ଥିତିକୁ ଶାହରୁଖ କେମିତି ହ୍ୟାଣ୍ଡେଲ କଲେ ...ତାହା ଥିଲା ଖୁବ୍‌ ଉତ୍ସାହପୂର୍ଣ୍ଣ। 

ଗଜରାଜ ରାଓ କହିଛନ୍ତି – ସେ ଫିଲ୍ମରେ ଗୋଟିଏ ସିନ୍‌ ଥିଲା , ଯେଉଁଥିରେ ଆମେ ଶାହରୁଖଙ୍କକୁ ଆମ୍ୱୁଲାନ୍ସରେ ନେଇ ଯାଉ ଥିଲୁ ,ତାହା ବି ଦିଲ୍ଲୀର ସଡ଼କରେ । ଏହା କୌଣସି ପ୍ରକାରରେ ଲୋକଙ୍କୁ ଜଣା ପଡ଼ିଗଲା। ବହୁ ସଂଖ୍ୟାରେ ଲୋକେ ଆମ୍ୱୁଲାନ୍ସକୁ ପିଛା କରିବାକୁ ଲାଗିଲେ। ଶାହରୁଖ ପୁଣି କୌଣସି ପ୍ରକାରରେ ଆମ୍ୱୁଲାନ୍ସ ରୋକି ବ୍ୟାକ୍‌ ଗେଟ୍‌ରେ ଯାଇ ଲୋକଙ୍କୁ ଅନୁରୋଧ କଲେ। 

ଶାହରୁଖ କହିଲେ , ମୁଁ ଏକ ଜରୁରି ସିନ୍‌ କରୁଛି , ଯଦି କୌଣସି ଦୁର୍ଘଟଣା ହେବ ତ ଆପଣଙ୍କର କ୍ଷତି ହେବ ଏବଂ ଆମର ସୁଟିଂ ସ୍ଥଗିତ ରହିବ ,ଏହା କଣ ଆପଣମାନେ ଚାହୁଁଛନ୍ତି ? ସେ ଯେମିତି ଏହା କହିଲେ , କିଛି ମ୍ୟାଜିଲ ହୋଇଗଲା। ସାରା କ୍ରାଉଡ୍‌ ପଛକୁ ହଟି ଗଲେ। 

ୱାର୍କଫ୍ରଣ୍ଟର କଥା ଯଦି କହିବା ତ ଗତରାଜ ରାଓ ଅନେକ ଫିଲ୍ମରେ କାମ କରିଛନ୍ତି ଏବଂ ଲୋକଙ୍କ ହୃଦୟରେ ରହିଛନ୍ତି । ନୀନା ଗୁପ୍ତାଙ୍କ ସହ ତାଙ୍କର ଯୋଡ଼ି ବଧାଇ ଦୋ ରେ ଖୁବ୍‌ ପସନ୍ଦ କରାଯାଇ ଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.