ମୁମ୍ବାଇ,୯/୧୨ : ରଣବୀର କପୁରଙ୍କ ପରେ ଶାହିଦ କପୁରଙ୍କ ହାତରେ ବିଗ୍ ବଜେଟ ଫିଲ୍ମ ଲାଗିଛି । ଏହି ଫିଲ୍ମରେ ଶାହିଦ ଏଭଳି ଏକ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଯାହା ପୂର୍ବରୁ ଆପଣ କେବେ ତାଙ୍କୁ ଦେଖି ନ ଥିବେ । ଗଣମାଧ୍ୟମ ରିପୋର୍ଟ ମୁତାବକ ଶାହିଦ ମାଇଥୋଲଜିକାଲ ଫିଲ୍ମରେ ନଜର ଆସିବାରେ ଅଛନ୍ତି । ଫିଲ୍ମର ନାଁ ରହିଛି ଅଶ୍ବଥାମା ।
ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ମାଇଥୋଲୋଜିକାଲ ଫିଲ୍ମରେ ଶାହିଦ କପୁର ‘ଅଶ୍ବଥାମା’ର ଭୂମିକା ନିଭାଇବେ । ସୂଚନା ମୁତାବକ ଅଭିନେତାଙ୍କୁ ଏହି ଭୂମିକା ଲାଗି ପ୍ରସ୍ତାବ ଦିଆଯାଇଥିଲା ଏବଂ ସେ ଅଫରକୁ ସ୍ବୀକାର କରି ନେଇଛନ୍ତି । ମାତ୍ର ଏହି ଫିଲ୍ମକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।
ଶାହିଦ ଏହି ବିଗ୍ ବଜେଟ ଫିଲ୍ମରେ ଏଣ୍ଟ୍ରି ହୋଇସାରିଛନ୍ତି । ଖାଲି ଏତିକି ନୁହେଁ ଫିଲ୍ମର ସ୍କ୍ରିଫ୍ଟ ବି ଫାଇନାଲ ହୋଇସାରିଛି । ଏହାର ସୁଟିଂ ଆସନ୍ତାବର୍ଷ ଅଗଷ୍ଟରୁ ଆରମ୍ଭ ହୋଇପାରେ । ଏହି ଫିଲ୍ମକୁ ବାଶୁ ଭଗନାନା ଏବଂ ଜ୍ୟାକି ଭଗନାନୀ ପ୍ରଯୋଜନା କରିଛନ୍ତି । ଅନ୍ୟପଟେ ଏହି ଫିଲ୍ମର ଭିଜୁଆଲ ପ୍ରାୟ ଭିଏଫଏକ୍ସ କାମ ଉପରେ କରାଯିବ । ଯାହାକି ଗ୍ଲୋବାଲ ଭିଏଫଏକ୍ସ ଟିମ୍ ଦ୍ବାରା କରାଇବାକୁ ପ୍ଲାନିଂ ଚାଲିଛି । ଏହି ଫିଲ୍ମ ଲାଗି ଶାହିଦ କପୁର ନିଜର ଓ୍ବାର୍କଆଉଟ କରି ଅଶ୍ବଥାମା ଭୂମିକା ଲାଗି ବଡିର ପ୍ରସ୍ତୁତ କରିବା ଖୁବଶୀଘ୍ର ଆରମ୍ଭ କରିପାରନ୍ତି ।
ଶାହିଦ ଶେଷ ଥର ପାଇଁ ‘ବ୍ଲଡି ଡାଡି’ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମ ଓଟିଟିରେ ରିଲିଜ ହୋଇଥିଲା ଯେଉଁଥିରେ ଶାହିଦଙ୍କ ସହ ଅଭିନେତ୍ରୀ ଡାୟନା ବି ଥିଲେ । ଏହି ଫିଲ୍ମର ନିର୍ଦେଶନା ଅଲୀ ଅବ୍ବାସ ଜାଫର କରିଥିଲେ । ଏହା ପୂର୍ବରୁ ଅଭିନେତା ‘ଫର୍ଜି’ଓ୍ବେବ ସିରିଜରେ ନଜର ଆସିଥିଲେ ଯାହାକୁ ଖୁବ୍ ତାରିଫ କରାଯାଇଥିଲା ।