ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଶୋଏବ ଅଖତର ଶେୟାର କଲେ ଗୀତା ଶ୍ଳୋକ, ପୋଷ୍ଟ୍‌କୁ ନେଇ ସୋସିଆଲ ମିଡିଆରେ ଥମୁନି ପ୍ରତିକ୍ରିୟା

ନୂଆଦିଲ୍ଲୀ ୦୨/୦୭: ଯଦି ଜଣେ ପାକିସ୍ତାନୀ ହିନ୍ଦୁ ଧର୍ମର ସବୁଠୁ ବଡ଼ ଗ୍ରନ୍ଥ ଭଗ୍‌ବତ ଗୀତାର ଫଟୋ ସହିତ ତା’ର ଏକ ଶ୍ଳୋକ ସୋସିଆଲ ମିଡିଆରେ ପୋଷ୍ଟ୍‌ କରନ୍ତି, ତେବେ ପ୍ରତିକ୍ରିୟା ବିଷୟରେ ଆପଣ ଅନୁମାନ କରିପାରୁଥିବେ । ପାକିସ୍ତାନ କ୍ରିକେଟ୍‌ ଦୁନିଆର ଅନ୍ୟତମ ସୁପର୍‌ଷ୍ଟାର ଶୋଏବ ଅଖତର ଏହି ପୋଷ୍ଟ୍‌ କରିଛନ୍ତି । ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେ ଏହି ପୋଷ୍ଟ୍‌ କରିବା ପରଠୁ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି । ଦେଖୁ ଦେଖୁ ଭାରତରେ ବି ସେ ଖବରର ଶିରୋନାମା ପାଲଟିଛନ୍ତି । ତାଙ୍କ ପୋଷ୍ଟ୍‌କୁ ନେଇ ପ୍ରତିକ୍ରିୟା ଥମୁନାହିଁ । 




ଶୋଏବ ଗୀତାରେ ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ର ସହ ପୋଷ୍ଟ୍‌ରେ ଲେଖିଛନ୍ତି ‘ଏକ ଅନିୟନ୍ତ୍ରିତ ମସ୍ତିଷ୍କଠୁ ବଡ଼ ଶତ୍ରୁ ଆଉ କେହି ନାହିଁ ।’ ଚାହୁଁ ଚାହୁଁ ତାଙ୍କ ପୋଷ୍ଟ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା । ତେବେ ଶୋଏବ କିନ୍ତୁ ପରେ ପୋଷ୍ଟ୍‌କୁ ହଟାଇଦେଲେ । ହେଲେ ସେତେବେଳକୁ ଏହା ଭାଇରାଲ ହୋଇ ସାରିଥିଲା । ଶୋଏବଙ୍କ ଫ୍ୟାନ୍‌, ଖାସ୍‌କରି ଭାରତୀୟମାନେ ସ୍କ୍ରିନ୍‌ ଶଟ୍‌ ସହିତ ଏହାକୁ ପ୍ରସାର କରୁଛନ୍ତି । ଶୋଏବଙ୍କର ଗୀତା ଶ୍ଳୋକ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିବା ତାଙ୍କ ଫ୍ୟାନ୍‌ଙ୍କ ପାଇଁ ଆଶ୍ଚର୍ଯ୍ୟକର କଥା ଥିଲା । କାରଣ ଏଭଳି ଆଧ୍ୟାତ୍ମିକ ବାର୍ତ୍ତା ସେ ପୂର୍ବରୁ କେବେ ଦେଇନଥିଲେ । ଏହି ଆଧ୍ୟାତ୍ମିକ ପୋଷ୍ଟ୍‌ ପଛର ଉଦ୍ଦେଶ୍ୟ ଜଣାପଡ଼ିବା ପୂର୍ବରୁ ଶୋଏବ ତାକୁ ହଟାଇଦେଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି, ଏଥିପାଇଁ ତାଙ୍କୁ ପାକିସ୍ତାନରୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିବ । ଏହା ପୂର୍ବରୁ ଶୋଏବ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ୍‌ ଭାରତକୁ ଅଭିନନ୍ଦନ ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.