ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଦୋକାନର ହାଲୋଇନ୍‌ ସେକ୍ସନରେ ଥିଲା ସତ ସତିକା ମଣିଷ ଖପୁରୀ, ଗ୍ରାହକଙ୍କ ପାଖରୁ ଖବର ପାଇ ଛାନଭିନ୍‌ କରୁଛି ପୋଲିସ

Image Courtesy: spookylittlehalloween

ଫ୍ଲୋରିଡା: ଏକ ଦୋକାନରେ ହାଲୋଇନ୍‌ ଖପୁରୀ କିଣିବାକୁ ଯାଇ ଜଣେ ଆନ୍ଥ୍ରୋପଲୋଜିଷ୍ଟ  ଭୟଭୀତ ହୋଇପଡ଼ିବା ଖବର ଏବେ ସମଗ୍ର ଆମେରିକାରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । କାରଣ ହାଲୋଇନ୍‌ ସେକ୍ସନରେ ସଜା ଯାଇଥିବା କୃତ୍ରିମ ଖପୁରୀ ସ୍ଥାନରେ ଥିଲା ସତ ସତିକା ମଣିଷ ଖପୁରୀ । ଆଉ ଏହା ମଣିଷ ଖପୁରୀ ବୋଲି ଜାଣିପାରିଥିଲେ ଦୋକାନକୁ ଯାଇଥିବା ଗ୍ରାହକ । ଯିଏକି ଆନ୍ଥ୍ରୋପଲୋଜିଷ୍ଟ ଥିଲେ । ଏହା ପରେ ଖବର ପାଇ ଡିଟେକ୍ଟିଭ୍‌ ଏବଂ ପୋଲିସ ଆସି ତଦନ୍ତ କରିଛନ୍ତି । ନର୍ଥ ଫୋର୍ଟ ମେୟର ବାସିନ୍ଦା ଦୋକାନରେ ମଣିଷ ଖପୁରୀ ଥିବା କଥା ଜଣାଇବା ପରେ ଫ୍ଲୋରିଡା ସମେତ ସମଗ୍ର ଆମେରିକାରେ ଚାଞ୍ଚଲ୍ୟ ଖେଳିଯାଇଛି । 

ଶବ ବ୍ୟବଚ୍ଛେଦ କରିବା ମହିଳାଙ୍କ ବୃତ୍ତି, ୨୩ ବର୍ଷରେ କରିଛନ୍ତି ୨୦ ହଜାର ଶବ ବ୍ୟବଚ୍ଛେଦ

ତେବେ ଏହି ଖପୁରୀ ବହୁ ବର୍ଷ ପୂର୍ବେ ଦୋକାନର ମାଲିକ କିଣିଥିଲେ ବୋଲି ଜଣାପଡ଼ିଛି । ଏନେଇ ଲି କାଉଣ୍ଟି ଶେରିଫ କାର୍ଯ୍ୟାଳୟ(ଏଲସିଏସଓ) ପକ୍ଷରୁ କୁହାଯାଇଛି ଯେ, ଯଦିଓ ଏହା ମଣିଷ ଖପୁରୀ ବୋଲି କୁହାଯାଉଛି କିନ୍ତୁ ଏହାସହିତ କୌଣସି ଅପରାଧିକ କାର୍ଯ୍ୟକଳାପ ଜଡ଼ିତ ଥାଇପାରେ ବୋଲି ବିଶ୍ବାସ ହେଉନାହିଁ । ଏହାକୁ ନେଇ କୌଣସି ମାମଲା ହୋଇଛି କି ନାହିଁ ପୋଲିସ କୌଣସି ସୂଚନା ଦେଇନାହିଁ । 

ଏଲସିଏସଓ ମୁଖ୍ୟ ଅନୀତାଙ୍କ ଅନୁସାରେ, ଏଭଳି ଆଣ୍ଟିକ୍‌(ପ୍ରାଚୀନ୍‌) ସପ୍‌ ବା ଦୋକାନରେ ମଣିଷ ଖପୁରୀ ଥିବା ନେଇ କେବେ ଫୋନ୍‌ କଲ ଆସିନାହିଁ । ଏହି ଘଟଣା ବିରଳ । ଏହାସହ ଏହି ଦୋକାନ ଗତ ଶନିବାର ଜୀବାସ୍ମ ଦିବସ ପାଳିଥିଲା । ଏହାକୁ ନଜରରେ ରଖି ସଂପୃକ୍ତ ଆନ୍ଥ୍ରୋପଲୋଜିଷ୍ଟ ଦୋକାନରେ କିଛି ପୂରାତନ ସାମଗ୍ରୀ କ୍ରୟ କରିବାକୁ ଆସିଥିଲେ । ଏହି ସମୟରେ ସେ ହାଲୋଇନ୍‌ ଖପୁରୀ ଦେଖିଥିଲେ। ହେଲେ ଏଥିମଧ୍ୟରୁ ଗୋଟିଏ ମଣିଷ ଖପୁରୀ ବୋଲି ସେ ଜାଣିବାକୁ ପାଇଥିଲେ। 

ସେପଟେ ଫ୍ଲୋରିଡାରେ ଜାରି ନିୟମ ଅନୁସାରେ କୌଣସି ବ୍ୟକ୍ତି ଜାଣିଶୁଣି ମଣିଷ ଅଙ୍ଗ କିଣାବିକା କରିପାରିବେ ନାହିଁ । ଏହି ତାଲିକାରେ ମଣିଷର ଆଖି, କର୍ଣ୍ଣିଆ, କିଡନୀ, ଯକୃତ, ହୃତପିଣ୍ଡ, ଫୁସଫୁସ, ଅଗ୍ନାଶୟ, ହାଡ଼ ଏବଂ ଚର୍ମ ସାମିଲ ରହିଛି । ଅନ୍ୟପକ୍ଷରେ ଏଭଳି ଘଟଣା ଗତ ସେପ୍ଟେମ୍ବର ମାସରେ ଆରିଜୋନାରେ ଘଟିଥିଲା। ଏକ ଷ୍ଟୋରରେ ମଣିଷ ଖପୁରୀ ଥିବା ନେଇ ଜଣାପଡ଼ିବା ପରେ ପୋଲିସ ତଦନ୍ତ କରିଥିଲା । ହେଲେ ଏହି ଖପୁରୀ ବହୁ ପୁରୁଣା ହୋଇଥିବା ବେଳେ ଏଥିସହ କୌଣସି ଅପରାଧର ସଂପର୍କ ନଥିଲା ।  

ହାଇକୋର୍ଟଙ୍କ ଭର୍ତ୍ସନାକୁ ବି ଖାତିର କଲେନି ଉଦୟନିଧି, କହିଲେ-‘ସର୍ବଦା ସନାତନକୁ ବିରୋଧ କରିବି’

 

 

 

 

  • America
  • Copyright © 2022 - Summa Real Media Private Limited. All Rights Reserved.