ଭୁବନେଶ୍ବର,୨୦।୮ : ପଳାଶୁଣି ରସୁଲଗଡ଼ ରାସ୍ତା ଜାମ୍ ଘଟଣାକୁ ନେଇ କମିଶନରେଟ୍ ପୋଲିସ ପଦକ୍ଷେପ ନେଇଛି । ଏ ନେଇ ବିଏମସିକୁ କମିଶନରେଟ୍ ପୋଲିସ ଚିଠି ଲେଖିଛି । ସପିଂ ମଲର ଆପ୍ରୁଭାଲ ଡକ୍ୟୁମେଣ୍ଟ ଯାଞ୍ଚ କରିବେ ବିଡ଼ିଏ ଓ ବିଏମସି। ପାର୍କିଂ ନଥିଲେ ବନ୍ଦ୍ ହେବ ସପିଙ୍ଗ ମଲ୍।
ଗତ ସପ୍ତାହରେ ଏକାଧିକ ଥର ପଳାଶୁଣୀ ରସୁଲଗଡ଼ ଛକ ଜାମ୍ ହୋଇଥିଲା। ଯାହାର କାରଣ ପୋଲିସ ଖୋଜିବା ବେଳକୁ ଜଣା ପଡିଥିଲା ଯେ ଉଭୟ ପଟ ରାସ୍ତାରେ ଥିବା ଶପିଂ ମଲକୁ ଆସୁଥିବା ଲୋକେ ମନଇଚ୍ଛା ଗାଡି ମୋଟର ପାର୍କିଂ କରୁଛନ୍ତି। ଏମିତିକି ରାସ୍ତା ଉପରେ ଗାଡ଼ି ପାର୍କିଂ ହେଉଛି । ଫଳରେ ଉକ୍ତ ରାସ୍ତାରେ ଯିବା ଆସିବା ବେଳେ ଟ୍ରାଫିକ ଜାମ ହେବା ସହ ଘଣ୍ଟା ଘଣ୍ଟା ଫସି ରହୁଥିଲା ଗାଡ଼ି ଏହି ଘଟଣାକୁ ନେଇ କମିଶନରେଟ୍ ପୋଲିସ କଡା ଆଭିମୁଖ୍ୟ ନେଇଛି। ଏନେଇ କମିସନରେଟ ପୋଲିସ ପକ୍ଷରୁ ବିଏମସିକୁ ଚିଠି ଲେଖା ଯାଇଥିବା ସୂଚନା ମିଳିଛି। ଆଗକୁ ରାଜଧାନୀରେ ଥିବା ସମସ୍ତ ସପିଂ ମଲ୍ ନିଜ ଗ୍ରାହକଙ୍କ ପାଇଁ ସଠିକ୍ ପାର୍କିଂ ବ୍ୟବସ୍ଥା କରିଛନ୍ତି ନା ନାହିଁ ତାହା ଯାଞ୍ଚ୍ କରିବ ବିଡ଼ିଏ ଏବଂ ବିଏମସି। ଯଦି କେହି ଏହାର ଖିଲାପ ବା ସଠିକ୍ କାଗଜ ନଦେଖାଇବେ ତେବେ ସେହି ସପିଂ ମଲ୍ ବନ୍ଦ୍ କରାଯିବ।
ଆହୁରି ପଢନ୍ତୁ : ଟ୍ରେନ ଆଗକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ : ପ୍ରେମିକା ମୃତ, ପ୍ରେମିକ ଗୁରୁତର