ଭୁବନେଶ୍ୱର ୧୯/୦୮ : ସିମ୍ ବକ୍ସ ଗୁମର ନେଇ ଖୋଲୁଛି ରହସ୍ୟ। ଟ୍ୱିନ୍ ସିଟିରୁ ସିମ୍ ବକ୍ସ ଜବତ ହେବା ପରେ ଆକ୍ସନକୁ ଆସିଛି କମିଶନରେଟ୍ ପୋଲିସ । ବାଂଲାଦେଶୀ ହ୍ୟାଣ୍ଡଲର ଆଶାଦ୍ଦୁର ଜମାନ୍ ରହିଥିବା ଲିଙ୍ଗରାଜ ହୋଟେଲ ସ୍ପେଶାଲ୍ ସ୍କ୍ୱାର୍ଡ ପକ୍ଷରୁ ଚାଲିଛି ଚଢାଉ । ଏହାସହିତ ହୋଟେଲ୍ ସିସିଟିଭି ଏବଂ ରେଜିଷ୍ଟାରକୁ ଯାଞ୍ଚ କରିବା ସହ ମ୍ୟାନେଜର ଏବଂ କର୍ମଚାରୀଙ୍କୁ ପଚରାଉଚରା କରୁଥିବା ଜଣାପଡିଛି ।
ଆଶାଦ୍ଦୁର ଜମାନ୍ କିଛି ଦିନ ତଳେ ଭୁବନେଶ୍ୱର ଆସିଥିଲା । ଆଉ ଭୁବନେଶ୍ୱରର ଲିଙ୍ଗରାଜ ହୋଟେଲରେ ଦୁଇ ମାସ ରହିଥିଲା । ସିମ୍ ବକ୍ସ ରାକେଟ୍ ପର୍ଦ୍ଦାଫାଶ ହେବା ଏହି ସବୁ ତଥ୍ୟ ସାମ୍ନାକୁ ଆସିଛି । ତେବେ ପୋଲିସ ହାତରେ ଏହି ତଥ୍ୟ ଲାଗିବା ପରେ ତୁରନ୍ତ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଲିଙ୍ଗରାଜ ହୋଟେଲରେ ଚଢାଉ କରିଛି ପୋଲିସ । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଉକ୍ତ ହୋଟେଲରେ ଚଢାଉ ସମୟରେ ରେଜିଷ୍ଟାର ଏବଂ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ।
ସୂଚନା ମୁତାବିକ, ଭୁବନେଶ୍ୱର ପରେ କଟକ ମଧୁପାଟଣା ଥାନା ଅଧୀନ ରାଜେନ୍ଦ୍ରନଗରରେ ଏକ ଘର ଭଡ଼ାରୁ ୫ଟି ସିମ୍ ବକ୍ସ ଜବତ କରିଥିଲା କମିଶନରେଟ୍ ପୁଲିସ । ଏହା ପଛରେ ଏକ ବଡ଼ ଅନ୍ତର୍ଜାତୀୟ ରାକେଟ୍ କାମ କରୁଥିବା ନେଇ ପୁଲିସକୁ ସୁରାକ୍ ମିଳିଥିଲା । ଖାଲି ଭୁବନେଶ୍ୱର ଓ କଟକରେ ସିମ୍ ବକ୍ସ ଖଞ୍ଜାଯାଇଛି ନା ଆଉ କେତେଟି ସହରକୁ ସିମ୍ ବାକ୍ସ ଚେର ଲମ୍ବିଛି? ଏହା ହିଁ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ସିମ୍ ବକ୍ସ ସନ୍ଧାନରେ ଏକ ସ୍ୱତନ୍ତ୍ର ପୁଲିସ ଦଳ ରାଜ୍ୟ ବାହାରକୁ ଯିବ ବୋଲି ସୂଚନା ରହିଛି ।
ସେହିପରି ଅଭିଯୁକ୍ତ ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ନେଇ ପୁଲିସ ମାରାଥନ୍ ଜେରା ଚଳାଇଛି ପୋଲିସ । ଜେରା ବେଳେ ରାଜୁ ଅନେକ ସାଂଘାତିକ ତଥ୍ୟ ଉଗାରିଛି । ରାଜୁର ଘର ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବଜିତ୍ପୁର ଅଞ୍ଚଳରେ । ୩୦ ବର୍ଷୀୟ ବାଂଲାଦେଶୀ ଆଶାଦ୍ଦୁର ଜାମାନ ହିଁ ରାକେଟ୍ର ମାଷ୍ଟରମାଇଣ୍ଡ । ତା’ ଘର ବାଂଲାଦେଶର ଫେନି ସହରରେ । ସିମ୍ ବକ୍ସ ପରିଚାଳନା ଓ ସଂଯୋଗ କରିବାରେ ସେ ସିଦ୍ଧହସ୍ତ । ଏପିରିକି ଆଶାଦ୍ଦୁର ଗତ ଅକ୍ଟୋବର ୨୧ରେ ତ୍ରିପୁରାର ଅଗରତାଲା ସୀମା ପଟେ ବାଂଲାଦେଶରୁ ଭାରତକୁ ଆସିଥିଲା । ଆସାମ ଓ ପଶ୍ଚିମବଙ୍ଗରେ ବୁଲିବା ପରେ ଡିସେମ୍ବରରେ ଟ୍ରେନ୍ ଯୋଗେ ଓଡି଼ଶା ଆସିଥିଲା । ରାଜୁ ମଣ୍ଡଳକୁ ସାଙ୍ଗରେ ଧରି ଭୁବନେଶ୍ୱର କଟକ ସ୍ଥିତ ଭଡ଼ାଘରକୁ ଯାଇଥିଲା । ସେଠାରେ ସିମ୍ ବକ୍ସ ସଂଯୋଗ କରିଥିଲା । ସେହିବର୍ଷ ଡିସେମ୍ବର ୨୪ରେ ପଶ୍ଚିମବଙ୍ଗ ହରିଦାସପୁର ବାଟ ଦେଇ ବାଂଲାଦେଶ ଫେରିଯାଇଥିଲା । ଆଶାଦ୍ଦୁର ନାଁରେ ଥିବା ଭିସାର ବୈଧତା ଆସନ୍ତା ଅକ୍ଟୋବର ୨୪ରେ ସରୁଛି ।