ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଦେବ ସ୍ନାନ ପୂର୍ଣ୍ଣିମାକୁ ନେଇ ଦଇତାପତି ନିଯୋଗ ସହ ଆଲୋଚନା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶୃଙ୍ଖଳିତ ନୀତି କାନ୍ତି ପାଇଁ ଲୋଡିଲେ ସହଯୋଗ

Published By : Prameya | June 18, 2024 12:53 PM

ପୁରୀ,୧୮/୦୬: ଜୁନ୍‌ ୨୨ ରେ ପବିତ୍ର ଦେବ ସ୍ନାନ  ପୂର୍ଣ୍ଣିମା, ଜୁଲାଇ ୨୨ରେ ରଥଯାତ୍ରା। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକ‌ରେ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନ ଯାତ୍ରା  କିଭଳି ସୁରୁଖୁରୁରେ ଆୟୋଜନ ହୋଇପାରିବ, । ସ୍ନାନ ଯାତ୍ରା ପାଇଁ ଶୃଙ୍ଖଳିତ ନୀତି କାନ୍ତି, ପହଣ୍ଡି, ହାତୀବେଶ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ବୈଠକରେ ଜିଲ୍ଲାପାଳ, ଦଇତାପତି ନିଯୋଗ ସଭାପତି, ସମ୍ପାଦକଙ୍କ ସହ ନିଯୋଗର ସଦସ୍ୟ ଉପସ୍ଥିତ।

ସୂଚନା ମୁତାବିକ, ୧୯ରେ ଚମ୍ପକ ଦ୍ୱାଦଶୀ, ୨୦ରେ  ଦଇତାପତି ପ୍ରବେଶ, ୨୧ରେ  ଚତୁର୍ଥୀ ହୋମ ଓ ସେନାପଟା ଲାଗି,  ୨୨ରେ ଦେବସ୍ନାନ ପୂର୍ଣ୍ଣିମା । ଦେବସ୍ନାନ ପୂର୍ଣ୍ଣିମା ଦିନ ୧୨ଟା ୨୦ରୁ ୧ଟା ୪୫ ଭିତରେ ଜଳ  ବିଜେ ପୂଜା ଏବଂ ସ୍ନାନ ନୀତି ସରିବ । ୩ଟାରେ ଛେରା ପହଁରା, ୩ଟା ୪୦ରେ ହାତୀ ବେଶ  ସନ୍ଧ୍ୟା ସାଢ଼େ ୭ରୁ ସାଢ଼େ ୧୦ ସାହାଣ ମେଲା ହେବ ବୋଲି ପ୍ରଶାସନ ନୀତି ନିର୍ଘଣ୍ଟ ହୋଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.