ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ ଗୁଟଖା ସମ୍ପୂର୍ଣ୍ଣ ବନ୍ଦ, ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡ଼ି

ପୁରୀ, ୦୮/୧୨ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ସବକମିଟି ବୈଠକ ଶେଷ।‌ ବୈଠକରେ ପହିଲି ଭୋଗ, ଧନୁ ସଂକ୍ରାନ୍ତି ନୀତି ଚୂଡ଼ାନ୍ତ ହୋଇଛି। ରାତ୍ର ୨ଟାରେ ଫିଟିବ ଦ୍ବାର। ୩୧ ତାରିଖ ରାତି ଓ ୧୬ ତାରିଖ ରାତିରେ ଆବଶ୍ୟକ ପଡ଼ିଲେ ରାତ୍ର ପହୁଡ଼ ହେବ ନାହିଁ। ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ନୀତି ପ୍ରଶାସକ, ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ମହାନାୟକଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାନୁଯାୟୀ, ଜାନୁୟାରୀ ୧ ତାରିଖରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ ନିୟମକୁ କଡ଼ାକଡ଼ି ଲାଗୁ କରାଯିବ। ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ଉତ୍ତର ଦ୍ଵାରର ରାମ୍ପ୍ ବ୍ୟବସ୍ଥା କରାଯିବ। ୧୭ ତାରିଖ ଯାତ୍ରୀ ପରିକ୍ରମା ଲୋକାର୍ପଣ ପାଇଁ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ଓ ଭାରତବର୍ଷର ପ୍ରମୁଖ ତୀର୍ଥ ଓ ଧର୍ମ ସ୍ଥାନରୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.