ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଦଳିଗଲା ରଣନୀତି; ଆଶା ଠାରୁ କମ୍‌ ମାର୍ଜିନ୍‌ରେ ପରାଜୟ ଭୋଗିଲେ ଏହି ସବୁ ହେଭିଓ୍ବେଟ

ଭୁବେନଶ୍ବର,୦୪/୦୬: କିଏ ଜାଣିଥିଲା ଏମିତି ହେବ..କାହାର ପୂର୍ବାନୁମାନ ସତ ହେଲା..ତ ଆଉ କାହାର ଆଶା ଠାରୁ କମ୍‌ ବହୁତ। କିନ୍ତୁ ଏକଥା ସତ ଯେ, ଦୀର୍ଘ ଅଢ଼େଇ ଦଶନ୍ଧୀ ଧରି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ ଗଢ଼ି‌ଥିବା ଦୁର୍ଗ ଆଜି ଭୁଶୁଡ଼ି ପଡ଼ିଛି। ଚଳିତ ନିର୍ବାଚନରେ ବିଜେପିର ଆଶାଜନକ ବିଜୟ ହୋଇଛି। ଓଡ଼ିଶାରେ ବିଜେପିକୁ ସଂନ୍ଧ୍ୟା ୭.୩୦ ସୁଦ୍ଧା ୭୮ଟି ଆସନ ମିଳିଥିବା ବେଳେ ବିଜେଡିକୁ ୫୧ଟି ଆସନ ଓ କଂଗ୍ରେସକୁ ୧୪ ଟି ଆସନ ମିଳିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଓଡ଼ିଶାରେ ବିଜୁ ଜନତା ଦଳ ହରାଇବା ଯେଉଁଠି ପ୍ରାୟତଃ ପ୍ରମୁଖ ରାଜନୈତିକ ଦଳଙ୍କ ପାଇଁ ବାଧକ ଥିଲା, ତାହା ଚଳିତ ନିର୍ବାଚନରେ ବିଜେପି କରିଦେଖାଇଛି। କେଉଁଠି ନା କେଉଁଠି ସାଧାରଣ ଜନତାଙ୍କ ବିଶ୍ବାସଭାଜନ ହେବାରେ ବିଫଳ ହୋଇଛି ବିଜେଡି। 

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏପରି କିଛି ଆସନ ରହିଛି, ଯେଉଁଠି ବିଜେଡ଼ିର ହେଭିଓ୍ବେଟମାନଙ୍କର ଦବଦବା ଥିଲା, ସେଠାରେ ଚଳିତ ନିର୍ବାଚନରେ ସେମାନେ ପରାଜୟ ଭୋଗିଛନ୍ତି। ସେମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ଆସନରୁ ବିଜେପିର ପ୍ରଦ୍ୟୁମ୍ନ କୁମାର ନାୟକଙ୍କଠୁ ୧୬୩୨୪ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି। ମନ୍ତ୍ରୀ ପ୍ରଦୀପ କୁମାର ଅମାତ ନିଜର ବୌଦ୍ଧ ଆସନରୁ ମଧ୍ୟ ବିଜେପିର ସରୋଜ ପ୍ରଧାନଙ୍କଠୁ ୨୭୬୫ଖଣ୍ଡ ଭୋଟରେ ହାରିଛନ୍ତି। ମୟୁରଭଞ୍ଜରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଲୋକସଭା ଆସନରୁ ବିଜେପିର ନବଚରଣ ମାଝୀଙ୍କଠୁ ୨ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ହାରିଛନ୍ତି। ସେହିପରି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ା ଆସନରୁ ବିଜେପିର ଦୁର୍ଗାପ୍ରସନ୍ନ ନାୟକଙ୍କ ଠାରୁ ୩୩ ହଜାରରୁ ଅଧିକ ଭୋଟରେ ହାରିଛନ୍ତି।

ଟିଟିଲାଗଡ଼ ଆସନରୁ ମନ୍ତ୍ରୀ ଟୁକୁନି ସାହୁଙ୍କ ଦବଦବା ଥିବା ବେଳେ ଏଥର କିନ୍ତୁ ଜନମତ ଯାଇଛି ବିଜେପି ଖାତାକୁ। ବିଜେପିର ନବୀନ ଜୈନଙ୍କଠୁ ୧୭୩୯୯ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି ଟୁକୁନି ସାହୁ। ସେହିପରି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ସୁକିନ୍ଦା ଆସନରୁ ବିଜେପିର ପ୍ରଦୀପ ବଳସାମନ୍ତଙ୍କଠାରୁ ପରାଜିତ ହୋଇଛନ୍ତି । ମନ୍ତ୍ରୀ ରୀତା ସାହୁ ବିଜେପୁର ଆସନରୁ ବିଜେପିର ସନତ ଗରତିଆଙ୍କଠୁ ୧୦୦୬୬ଖଣ୍ଡ ଭୋଟରେ ହାରି ଯାଇଛନ୍ତି । ସେହିପରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭୁବନେଶ୍ୱର-ଏକାମ୍ର ଆସନରୁ ବିଜେପିର ବାବୁ ସିଂଙ୍କଠୁ ୫୦୦୫ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି । 

ସେପଟେ ବିଷମକଟକ ଆସନରୁ ନୀଳମାଧବ ହିକ୍କାଙ୍କଠୁ ୯୪୦୩ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା। ସେହିପରି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କରଞ୍ଜିଆ ଆସନରୁ ବିଜେପିର ପଦ୍ମଚରଣ ହାଇବ୍ରୁଙ୍କଠୁ ୨୯୪୯୯ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି । ତେବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ପ୍ରତାପ କେଶରୀ ଦେବ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶାରଦା ପ୍ରସାଦ ନାୟକ, ତୁଷାରକାନ୍ତି ବେହେରା ଓ ଅଶ୍ୱିନୀ କୁମାର ପାତ୍ର ବିଜୟୀ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.