ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ରେକର୍ଡ, ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବାକୁ ୧୦୦୦ ଦିନ

Published By : Prameya | February 29, 2024 8:22 AM

ଭୁବନେଶ୍ୱର,୨୯/୦୨: ରାଜଧାନୀରେ ନୂତନ କରି ଆରମ୍ଭ ହୋଇଥିବା ମଲ୍ଟି ସୁପର ସ୍ପେଶାଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଫେବ୍ରୁଆରୀ ୨୯, ୨୦୨୪ ଦିନ ଚାରି ବର୍ଷ ପୂରଣ କରିଛି । ବୈଷୟିକ ଜ୍ଞାନକୌଶଳ, କୁଶଳୀ ମାନବ ସମ୍ବଳ, ଅତ୍ୟାଧୁନିକ ସରଞ୍ଜାମ ଓ ସମର୍ପିତ ସ୍ୱାସ୍ଥ୍ୟସେବା ଯୋଗୁ ଏହି ମଲ୍ଟି ସୁପର୍‌ ସ୍ପେଶାଲିଟି ହସ୍ପିଟାଲ ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।

ଶିକ୍ଷା ଓ ସ୍ୱାସ୍ଥ୍ୟସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପକ୍ଷରୁ ଫେବ୍ରୁଆରୀ ୨୯, ୨୦୨୦ରେ ଏହି ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା । ଇମର୍ଜେନ୍‌ସି ଓ ଟ୍ରମା କେୟାର, କାର୍ଡିଆକ କେୟାର, ଆଡଭାନ୍‌ସଡ୍‌ ସର୍ଜିକାଲ୍‌ ପ୍ରକ୍ରିୟା, ଡାଇଗ୍ନୋଷ୍ଟିକ୍ସ ଆଣ୍ଡ୍‌ ଇମେଜିଂ, ମାଟରନିଟି କେୟାର, ଫିଜିଓଥେରାପି, ପ୍ରୋସ୍ଥେଟିକ୍ସ ଆଣ୍ଡ ଅର୍ଥୋଟିକ୍ସ, ସ୍ମୋକିଂ ସେସେସନ୍‌, ସ୍ଲିପ ଲ୍ୟାବ ଓ ରିହାବିଲେଟେସନ ସର୍ଭିସ୍‌ ଭଳି ଉନ୍ନତ ଧରଣର ପ୍ରାୟ ୩୦ରୁ ଅଧିକ ବିଶେଷଜ୍ଞ ବିଭାଗ ଏଠାରେ ଉପଲବ୍ଧ ।

‘ସମ୍ମମ’ରେ କାର୍ଡିଆକ ସାଇନ୍ସେସ୍‌, ନ୍ୟୁରୋ ସାଇନ୍ସେସ୍‌, ପ୍ଲାଷ୍ଟିକ, କସମେଟିକ୍‌ ଆଣ୍ଡ ରିକନ୍‌ଷ୍ଟ୍ରକ୍ଟିଭ ସର୍ଜରୀ, କ୍ରିଟିକାଲ କେୟାର, ପଲମୋନୋଲୋଜି, ଗ୍ୟାଷ୍ଟ୍ରୋସାଇନ୍ସେସ୍‌, ଜଏଣ୍ଟ ରିପ୍ଲେସ୍‌ମେଣ୍ଟ ଆଣ୍ଡ ଅର୍ଥୋପେଡିକ୍ସ, ରେନାଲ ସାଇନ୍ସେସ୍‌, ଅଙ୍କୋ ସାଇନ୍ସେସ୍‌ ଓ ନ୍ୟୁକ୍ଲିଅର ମେଡିସିନ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କାର୍ଯ୍ୟ କରୁଛି ।

‘ସମ୍ମମ’ରେ ପ୍ରତ୍ୟେକ ବିଭାଗ ଓ ସେଣ୍ଟର ଅଫ୍‌ ଏକ୍ସିଲେନ୍‌ସ ରୋଗୀଙ୍କୁ ଉତ୍ସର୍ଗୀକୃତ ମନୋଭାବ ନେଇ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି । ଅତ୍ୟାଧୁନିକ ଚିକିତ୍ସା ଓ ପ୍ରକ୍ରିୟାରେ ରୋଗୀଙ୍କୁ ସୁଫଳ ମିଳିପାରୁଛି । କୌଣସି ଜଟିଳ ଅସ୍ତ୍ରୋପଚାର ହେଉ ଅଥବା ଦୈନନ୍ଦିନ ସ୍ୱାସ୍ଥ୍ୟ ପରୀକ୍ଷଣ ‘ସମ୍ମମ’ର ବିଶେଷଜ୍ଞ ଡାକ୍ତରୀ ଦଳ ଅବିରତ କାର୍ଯ୍ୟ କରିବା ସହ ରୋଗୀଙ୍କୁ ସର୍ବୋତ୍ତମ ମାନର ସେବା ଯୋଗାଇ ଦେଉଛନ୍ତି।

ଏହି ୩୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ସ୍ପେକ୍ଟ ଗାମା କ୍ୟାମେରା, ଲିନାକ (ଟ୍ରୁ ବିମ) ଡେଡିକେଟେଡ୍‌ ଟ୍ରମା ଆଇସିୟୁ, ପେଟ୍‌ ସିଟି ସ୍କାନ, ଥ୍ରି ଟେସଲା ଏମଆରଆଇ, ୧୪ଟି ମୋଡୁଲାର ଅସ୍ତ୍ରୋପଚାର ଗୃହ, ୧୨୮ ସ୍ଲାଇସେସ୍‌ ସିଟି ସ୍କାନ ଓ ଏଚଡିଆର ବ୍ରାଭୋଜ୍‌ ବ୍ରାକି ଥେରାପି ସେବା ଉପଲବ୍ଧ ।

କୋଭିଡ୍‌ ୧୯ ଭଳି ଜଟିଳ ପରିସ୍ଥିତିରେ ମଧ୍ୟ ମାତ୍ର ୨ ବର୍ଷ ସମୟ ସୀମା ମଧ୍ୟରେ ‘ସମ୍ମମ’ ଏନଏବିଏଲ ଓ ଏଚଏସିସିପି ସ୍ୱୀକୃତି ଲାଭ କରିଥିବାବେଳେ ୩୬୫ ଦିନ ମଧ୍ୟରେ ଏନଏବିଏଚ ସ୍ୱୀକୃତି ପାଇଛି । ଭାରତର ପ୍ରଥମ ହସ୍ପିଟାଲ୍‌ ଭାବେ ଏନଏବିଏଚ୍‌ ପଞ୍ଚମ ସଂସ୍କରଣର ମାନ୍ୟତା ପାଇଛି ସମ୍ମମ ।

ଏହା ବ୍ୟତୀତ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ଅନେକ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ ପୁରସ୍କାର ଲାଭ କରିଛି । ଏହି ପୁରସ୍କାରଗୁଡିକ ହେଉଛି ପୂର୍ବାଞ୍ଚଳର ଅଗ୍ରଣୀ ସ୍ୱାସ୍ଥ୍ୟସେବା ବ୍ରାଣ୍ଡ୍‌, "ଟାଇମ୍‌ସ ଷ୍ଟେଲାର ବ୍ରାଣ୍ଡ୍‌ ଆୱାର୍ଡ-୨୦୨୦', "ହେଲ୍‌ଥକେୟାର ଆଇକନ୍ସ ଆୱାର୍ଡ-୨୦୨୧', ‘୨୦୨୨ରେ ସିକ୍ସ ସିଗ୍‌ମା ହେଲ୍‌ଥ କେୟାର ଏକ୍ସିଲେନ୍‌ସ ଆୱାର୍ଡ’, "ବେଷ୍ଟ ହସ୍ପିଟାଲ ଆୱାର୍ଡ ଆଣ୍ଡ୍‌ ପେସେଣ୍ଟ କେୟାର ପ୍ରୋଭାଇଡର ଆୱାର୍ଡ’, ବିଜିନେସ କ୍ଲବ ଅଫ ଏଣ୍ଟରପ୍ରିିନ୍ୟୁର୍ସ (ବିସିଇ) ପକ୍ଷରୁ ‘ବେଷ୍ଟ କର୍ପୋରେଟ୍‌ ହସ୍ପିଟାଲ ଆୱାର୍ଡ’ ଓ ୨୦୨୩ରେ ଟାଇମ୍ସ ହେଲ୍‌ଥ ଆଇକନ ଓଡ଼ିଶା ପକ୍ଷରୁ ‘ବେଷ୍ଟ ହିଲିଂ ଏନଭାଇରନମେଣ୍ଟ୍‌ ଫର ଟ୍ରିଟ୍‌ମେଣ୍ଟ ଆୱାର୍ଡ’ । 

ଗତ ଚାରି ବର୍ଷ ମଧ୍ୟରେ ‘ସମ୍ମମ’ ୧,୬୫,୦୦୦ରୁ ଊଦ୍ଧ୍ୱର୍ ରୋଗୀଙ୍କ ଚିକିତ୍ସା କରିଥିବା ବେଳେ ୧୭,୫୦,୦୦୦ ରୁ ଅଧିକ ପରୀକ୍ଷା ନିରୀକ୍ଷା କରିଛି । ସେହିପରି ୨୫,୦୦୦ରୁ ଊଦ୍ଧ୍ୱର୍  ଅସ୍ତ୍ରୋପଚାର କରାଯାଇଥିବା ବେଳେ ୩୯,୦୦୦ରୁ ଊଦ୍ଧ୍ୱର୍ ଥେରାପି ଓ ୧୫,୦୦୦ ରୁ ଅଧିକ ପେଟ୍‌ ସିଟି ଓ ଗାମା ସ୍କାନ୍‌ କରାଯାଇଛି । କ୍ୟାନସର ପୀଡ଼ିତଙ୍କ ପାଇଁ ଆଶାର ସଞ୍ଚାର ପାଲଟିଛି ‘ସମ୍ମମ’ର ହାପ ସ୍ପ୍ରିଂଙ୍ଗ୍‌ସ ବ୍ଲକ, ଯେଉଁଠାରେ ଏପର୍ଯ୍ୟନ୍ତ ୫,୦୦,୦୦୦ରୁ ଅଧିକ କ୍ୟାନସର ରୋଗୀଙ୍କୁ ଉତ୍କୃଷ୍ଟ ଧରଣ ଚିକିତ୍ସା ସେବା ପ୍ରଦାନ କରାଯାଇଛି । ଏହି ହାପ  ସ୍ପ୍ରିଂଙ୍ଗ୍‌ସ ବ୍ଲକ ହେଉଛି, ଓଡ଼ିଶାର ଏକ  ପୂର୍ଣ୍ଣାଙ୍ଗ କ୍ୟାନସର କେୟାର ସେଣ୍ଟର, ଯେଉଁଠାରେ ଗୋଟିଏ ଛାତ ତଳେ ରେଡିଏସନ୍‌ ଅଙ୍କୋଲୋଜି, ମେଡିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି, ପେଡ଼ିଆଟ୍ରିକ୍‌ ଅଙ୍କୋଲୋଜି, ହେମାଟୋ ଅଙ୍କୋଲୋଜି, ପାଲିଏଟିଭ ଅଙ୍କୋଲୋଜି, ଅଙ୍କୋ ପାଥୋଲୋଜି ଓ ନିଉକ୍ଲିୟର ମେଡିସିନ୍‌ ଭଳି ଓ ଚିକିତ୍ସା ପ୍ରଦାନ କରାଯାଇଥାଏ ।

ଗତବର୍ଷ ଓଡ଼ିଶା ଚିକିତ୍ସା ଇତିହାସରେ ‘ସମ୍ମମ’ ଏକ ନୂତନ ପୃଷ୍ଠା ଯୋଡ଼ିଥିଲା, ଯେତେବେଳେ ହସ୍ପିଟାଲରେ ଜଣେ ବ୍ରେନ ଡେଡ୍‌ ରୋଗୀଙ୍କ ଶରୀରର ଏକାଧିକ ଅଙ୍ଗକୁ ବାହାର କରାଯାଇ ତିନୋଟି ସହରର ବିଭିନ୍ନ ହସ୍ପିଟାଲରେ ଥିବା ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇପାରିଥିଲା ।

ପୁଲିସ ଏବଂ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗରେ ଓ ବିଶେଷଜ୍ଞ ଡାକ୍ତରଙ୍କ ସହାୟତାରେ ଏହି ପ୍ରକ୍ରିୟା କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗଗୁଡିକୁ କଢ଼ାଯାଇଥିଲା । ହସ୍ପିଟାଲର ଅପରେସନ ଥିଏଟର ଟିମ୍‌, ଆଇସିୟୁ ଟିମ ଓ ଅନ୍ୟ ଟେକ୍ନିକାଲ ଟିମ୍‌ ସହାୟତାରେ ଏହି ପ୍ରକ୍ରିୟା ସମ୍ପାଦିତ ହୋଇଥିଲା ।

ରୋଗୀ କୈନ୍ଦ୍ରିକ ସେବା ଓ ଚିକିତ୍ସାରେ ଗୁରୁତ୍ୱାରୋପ କରୁଥିବା ‘ସମ୍ମମ’ ଓଡ଼ିଶାର ଏକମାତ୍ର ହସ୍ପିଟାଲ, ଯେଉଁଠି ଏକ ଡେଡିକେଟେଡ୍‌ ଇଲେକ୍ଟ୍ରୋଫିଜିଓଲୋଜି ଲ୍ୟାବ୍‌ ଉପଲବ୍ଧ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକ ‘ସମ୍ମମ’ର ପ୍ରଚେଷ୍ଟାକୁ ଗୁରୁତ୍ୱ ଦେଇ କହିଛନ୍ତି, ଏହା କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ, ବରଂ ରାଜ୍ୟର ଚିକିତ୍ସା ପର୍ଯ୍ୟଟନକୁ ମଧ୍ୟ ବୃଦ୍ଧି କରିଛି । ‘ସମ୍ମମ’ର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗୁ ଓଡ଼ିଶା ବିଶ୍ୱର ସ୍ୱାସ୍ଥ୍ୟସେବା ମାନଚିତ୍ରରେ ନିଜକୁ ସ୍ଥାନୀତ କରିପାରିଛି । ଓଡ଼ିଶାକୁ ଚିକିତ୍ସା ପର୍ଯ୍ୟଟନର ହବ୍‌ ଭାବେ ପରିଣତ କରିବା ଆମର ସ୍ୱପ୍ନ । ‘ସମ୍ମମ’ର ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ଦ୍ୱାରା ଏହା ପୂରଣ ହାଇପାରୁଥିବା ଦେଖି ମୁଁ ଗର୍ବ ଅନୁଭବ କରୁଛି ବୋଲି ପ୍ରଫେସର ନାୟକ କହିଛନ୍ତି ।

ସମ୍ମମର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସ୍ୱାସ୍ଥ୍ୟସେବାର ପରିଧିକୁ ବୃଦ୍ଧି କରି ଆମେ ‘ସମ୍ମମ’ରେ ଅବିରତ ଭାବରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିଚାଲିଛୁ । ଆମେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରି ସମାଜର ବିଶ୍ୱାସଭାଜନ ହେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ । ଆମ ରୋଗୀ ଓ ସେମାନଙ୍କ ପରିବାର ଆମ ଉପରେ ବିଶ୍ୱାସ ରଖିଥିବାରୁ ଆମେ କୃତଜ୍ଞ । ଆମେ ସେମାନଙ୍କ ବିଶ୍ୱାସକୁ ଏହିଭଳି ଭାବେ ବଜାୟ ରଖିବୁ ବୋଲି ଡକ୍ଟର ଦାଶ କହିଛନ୍ତି ।

ଆମେ ଆମ ରୋଗୀଙ୍କୁ ଗୁଣାତ୍ମକ ଓ ସୁଲଭ ମୂଲ୍ୟର ଚିକିତ୍ସା ଯୋଗାଇବା ଏବଂ ସେମାନଙ୍କ ଜୀବନରେ ଏକ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ପ୍ରତିବଦ୍ଧତା ଆମର ମିଶନ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାକୁ ଆମେ ଜାରି ରଖିବୁ ବୋଲି କହିଛନ୍ତି  ‘ସମ୍ମମ’ର ଚିଫ୍‌ ଅଫ୍‌ ମେଡିକାଲ ସର୍ଭିସେସ୍‌ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର । ଶ୍ରେଷ୍ଠ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ଆମେ ସଂକଳ୍ପବଦ୍ଧ ଏବଂ ଟ୍ରାନ୍‌ସପ୍ଲାଣ୍ଟ ସର୍ଜରୀ ସମେତ ଆମେ ଅନେକ ସେବାକୁ ପ୍ରସାରିତ କରୁଛୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.