ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ରାଜସ୍ଥାନ ନିରାଶ: ଏଥର ଆଇପିଏଲ ଫାଇନାଲରେ ହାଇଦ୍ରାବାଦ-କୋଲକାତା ଟକ୍କର

Published By : Tapas Panda | May 24, 2024 11:21 PM

ଚେନ୍ନାଇ: ଏଲିମିନେଟରରେ ପାସ୍‌ କିନ୍ତୁ କ୍ବାଲିଫାୟରରେ ଫେଲ୍‌ । ସନରାଇର୍ଜସ ହାଇଦ୍ରାବାଦ ପାଖରୁ ପରାଜୟ ବରଣ କରିଛି ରାଜସ୍ଥାନ ରୟାଲ୍ସ । ଲଗାତାର ସଂଘର୍ଷ କରି ପ୍ରଥମେ ଏଲିମିନେଟରେ ପହଞ୍ଚିଥିଲା ରାଜସ୍ଥାନ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇ କ୍ବାଲିଫାୟର-୨ରେ ପ୍ରବେଶ କରିଥିଲା । ହେଲେ ହାଇଦ୍ରବାଦ ଆଗରେ ଆତ୍ମସମର୍ପଣ କରିଛି ରାଜସ୍ଥାନ । ଆଉ ୩୬ ରନରେ ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ ।  ଏହା ସହ ଟିମ୍‌ ଆଇପିଏଲ ୨୦୨୪ ଫାଇନାଲରେ ପ୍ରବେଶ କରିଛି । ଏଥର ଆଇପିଏଲ ଫାଇନାଲରେ କୋଲକାତା ବନାମ ହାଇଦ୍ରାବଦ ଫାଇଟ୍‌ ଦେଖିବାକୁ ମିଳିବ । ଚେନ୍ନାଇର ଚେପକ ଷ୍ଟାଡିୟମ୍‌ରେ ଆଇପିଏଲ ୨୦୨୪ର ବିଜେତା ନିର୍ଣ୍ଣୟ ହେବ । 

ଆଜିର ମ୍ୟାଚ୍‌ରେ ୧୭୬ ରନ୍‌ ଟାର୍ଗେଟ ହାସଲ କରିବାରେ ବିଫଳ ହୋଇଛି ରାଜସ୍ଥାନ । ଧ୍ରୁବ ଜୁରେଲଙ୍କ ଦମଦାର ଅର୍ଦ୍ଧଶତକ ବେକାର ଯାଇଛି । ଯଶସ୍ବୀ ଜୟସ୍ବାଲ (୪୨), ଟମ୍‌ କୋହଲର (୧୦), ସଞ୍ଜୁ ସାମସନ (୧୦), ରିୟାନ ପରାଗ (୬), ଶିମରନ ହେଟମାୟର (୪), ରୋଭମାନ ପାଓ୍ବେଲ (୬) ଧ୍ରୁବ ଜୁରେଲ (୫୬*)ଙ୍କ ଯୋଗଦାନ ସତ୍ତ୍ବେ ପରାସ୍ତ ହୋଇଛି ରାଜସ୍ଥାନ । ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ଦଳ ୧୩୯ ରନ୍‌ରେ ଅଟକିଯାଇଛି । ତେବେ ମେ’ ୨୬ ତାରିଖରେ ଆଇପିଏଲ ଫାଇନାଲରେ ମୁହାଁମୁହିଁ ହେବେ କୋଲକାତା ଏବଂ ହାଇଦ୍ରାବାଦ । 


ଆଜିର ମ୍ୟାଚ୍‌ରେ ହାଇଦ୍ରବାଦର ବୋଲର କମାଲ କରିଛନ୍ତି । ଶାହବାଜ ଅହମ୍ମଦ ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି । ତାଙ୍କ ବ୍ୟତୀତ ଅଭିଷେଖ ଶର୍ମା ୨ଟି ଓ୍ବିକେଟ ନେଇଥିବା ବେଳେ ପାଟ କମିନ୍ସ ଏବଂ ଟି ନଟରାଜନ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । 

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ୨୦୨୪ର କ୍ବାଲିଫାୟର ୨ ମ୍ୟାଚ୍‌ରେ ରାଜସ୍ଥାନ ଏବଂ ହାଇଦ୍ରାବାଦ ଲଢ଼େଇ ହୋଇଥିଲା ।  ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ  ୧୭୫ ରନ୍‌ କରିଥିଲା ।  ଆଜି ହେନରିକ କ୍ଲାସେନ୍ ସର୍ବାଧିକ ୫୦ ରନ୍‌ କରିଥିଲେ । ସେହିଭଳି ଟ୍ରେଭିସ ହେଡ୍‌ (୩୪), ଅଭିଶେଖ ଶର୍ମା (୧୨), ରାହୁଲ ତ୍ରିପାଠୀ (୩୭), ଏଡନ୍ ମାର୍କରମ (୧), ନିତୀଶ ରେଡ୍ଡୀ (୫), ଶାହବାଜ ଅହମ୍ମଦ (୧୮),  ପାଟ କମିନ୍ସ (୫*) ଏବଂ ଜୟଦେବ ଉନଦକଟ (୫)ଙ୍କ  ବଳରେ ଦଳ ରାଜସ୍ଥାନକୁ ୧୭୬ ରନ୍‌ର ଟାର୍ଗେଟ ଦେଇଥିଲା । ହେଲେ ରାଜସ୍ଥାନ ଏହି ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି ।  

ଆଜିର ମ୍ୟାଚରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ ରୟାଲ୍ସ । ରାଜସ୍ଥାନର ଟ୍ରେଣ୍ଟ ବୋଲ୍ଟ ଏବଂ ଆଭେଶ ଖାନ ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ସନ୍ଦୀପ ଶର୍ମା ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ବ୍ୟାଟିଂ ବିର୍ଯ୍ୟୟର ସାମ୍ନା କରିଥିଲା । ଦଳୀୟ ସ୍କୋର ୧୩ ରନରେ ଅଭିଷେଖ ଶର୍ମା ଆଉଟ ହୋଇଥିଲେ । ପରେ ପରେ ରାହୁଲ ତ୍ରିପାଠୀ, ଏଡନ ମାର୍କରମ, ଟ୍ରେଭିସ ହେଡ, ନୀତିଶ ରେଡ୍ଡୀ ଏବଂ ଅବ୍ଦୁଲ ସମଦ ପ୍ୟାଭିଲିୟନ ଫେରିଥିଲେ । ହେଲେ ହେନରିଚ୍‌ କ୍ଲାସେନ ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ମଜଭୁତ ସ୍ଥିତିକୁ ନେଇଥିଲେ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.