ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଯେତେବେଳେ ବି ଶୁଣାଣି ହୁଏ, ଅର୍ଥାତ୍ ନ୍ୟାୟିକ ପ୍ରକ୍ରିୟା ଚାଲିଥାଏ, ସେତେବେଳେ ଓକିଲ ମାନେ ବିଚାରପତିଙ୍କୁ ଦୁଇଟି ସ୍ବତନ୍ତ୍ର ଶବ୍ଦ ମାଧ୍ୟମରେ ସମ୍ବୋଧିତ କରିଥାନ୍ତି । ଏହି ଶ ବ୍ଦଗୁଡ଼ିକ ହେଉଛି ‘ମାଇଁ ଲର୍ଡ ଏବଂ ୟୋର ଲର୍ଡସିପ୍ ‘। ଇଂରେଜ ମାନଙ୍କ ସମୟରୁ କୋର୍ଟରେ ବିଚାରପତି ମାନଙ୍କୁ ସମ୍ବୋଧିତ କରିବା ପାଇଁ ଏହି ଶବ୍ଦ ଗୁଡ଼ିକ ବ୍ୟବହୃତ ହୋଇଛି । ସ୍ବାଧୀନତା ପରେ ମଧ୍ୟ କୌଣସି ପ୍ରକାରର ପରିବର୍ତ୍ତନ ହୋଇନଥିଲା ଏବଂ ଏହି ଶବ୍ଦ ଗୁଡ଼ିକ ଗତ ୭ ଦଶନ୍ଧି ଧରି ବ୍ୟବହୃତ ହେଉଛି ।
ବର୍ତ୍ତମାନ ଏହି ଦୁଇଟି ଶଦ୍ଧ ଅର୍ଥାତ, ‘ମାଇଁ ଲର୍ଡ ଏବଂ ୟୋର ଲର୍ଡସିପ୍ ଶବ୍ଦକୁ ନେଇ ଆପତ୍ତି ଉଠିଛି । ଏହି ଆପତ୍ତି ଆଉ କେହି ନୁହଁନ୍ତି ବରଂ ସୁପ୍ରିମକୋର୍ଟର ବିଚାରପତିଙ୍କ ଠାରୁ ଆସିଛି । ସୂଚନାଥାଉକି, ସୁପ୍ରିମକୋର୍ଟର ଜଣେ ଓକିଲ ନ୍ୟାୟିକ ପ୍ରକ୍ରିୟା ସମୟରେ ଓକିଲ ମାନଙ୍କ ଦ୍ୱାରା ବାରମ୍ବାର ‘ମାଇଁ ଲର୍ଡ ଏବଂ ୟୋର ଲର୍ଡସିପ୍ ସମ୍ବୋଧନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଏହି ସମ୍ବୋଧନ ଉପରେ ଏତେ ରାଗି ଯାଇଥିଲେ ଯେ, ଏହି ସମୟରେ ସେ କହିଥିଲେ କି, ଯଦି ଓକିଲ ମାନେ ଏହା କହିବା ବନ୍ଦ କରନ୍ତି, ତେବେ ସେ ତାଙ୍କ ବେତନର ଅଧା ଦେବାକୁ ପ୍ରସ୍ତୁତ ରହିବେ ।
ସୂଚନା ଅନୁସାରେ ଜଷ୍ଟିସ୍ ଏ.ଏସ ବୋପାନ୍ନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଖଣ୍ଡପୀଠରେ ଜଷ୍ଟିସ୍ ପି ଏସ ନରସିଂହ ଏକ ନିତିଦିନିଆ ମାମଲାର ଶୁଣାଣି କରୁଥିଲେ। ଏହି ସମୟରେ ଜଷ୍ଟିସ ନରସିଂହ ଜଣେ ବରିଷ୍ଠ ଓକିଲଙ୍କୁ କହିଥିଲେ, 'ତୁମେ କେତେଥର' ମାଇଁ ଲର୍ଡ 'କହିବ ? ଯଦି ତୁମେ ଏହା କହିବା ବନ୍ଦ କର, ମୁଁ ତୁମକୁ ମୋର ବେତନର ଅଧା ଦେବି । ଯେଉଁମାନେ ‘ମାଇଁ ଲର୍ଡ କିମ୍ବା ‘ୟୋର ଲର୍ଡସିପ୍ କହିବାର ଏହି ଅଭ୍ୟାସକୁ ବିରୋଧ କରନ୍ତି, ସେମାନେ ଏହାକୁ ଉପନିବେଶ ଯୁଗର ଏକ ସ୍ମୃତି ଏବଂ ଦାସତ୍ୱର ସଙ୍କେତ ବୋଲି କହନ୍ତି ।
ଜଷ୍ଟିସ ନରସିଂହ କହିଛନ୍ତି ଯେ, 'ତୁମେ ଏହା ପରିବର୍ତ୍ତେ' ସାର୍ 'କାହିଁକି ବ୍ୟବହାର କରୁନାହଁ ? ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ୨୦୦୬ ରେ ଏକ ସଂକଳ୍ପ ପାରିତ କରିଥିଲା, ଯେଉଁଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ କୌଣସି ଓକିଲ ବିଚାରପତିଙ୍କୁ ‘ମାଇଁ ଲର୍ଡ କିମ୍ବା ‘ୟୋର ଲର୍ଡସିପ୍ ବୋଲି ସମ୍ବୋଧନ କରିବେ ନାହିଁ, କିନ୍ତୁ ଏହାକୁ ଅଭ୍ୟାସରେ ପାଳନ କରାଯାଇ ନାହିଁ ।