ପ୍ରମୂଖ ଖବର

ଆଜି ମୋର ଶେଷ ଦିନ, ବିଧାନସଭାକୁ ମିସ୍ କରିବି... ମୁଣ୍ଡିଆ ମାରି ବିଦାୟ ନେଲେ ସୁର

ଭୁବନେଶ୍ଵର, ୦୯/୦୨ : ଆଜି ମୋର ଶେଷ ଦିନ। ବିଧାନସଭାକୁ ମିସ୍ କରିବି। କଂଗ୍ରେସରେ ରହିଛି ମଲା ପର୍ଯ୍ୟନ୍ତ ରହିବି। ଲୋକଙ୍କ ସେବା କରୁଛି, ଆଗକୁ ମଧ୍ୟ କରିବି। ଆଉ ନିର୍ବାଚନ ଲଢିବିନି ବୋଲି ନିଷ୍ପତ୍ତି ନେଇଛି। ଏବେ ଦୁଇ ପୁଅ ରାଜନୀତିକୁ ଓହ୍ଲାଇଛନ୍ତି। ସେମାନେ ଲୋକଙ୍କ ସେବା କରିବେ। ଆଜି ବିଧାନସଭାରେ ଶେଷ ଦିନ ଥିବାରୁ ଗୃହରୁ ବାହାରିବା ବେଳେ ଭାବବିହ୍ଵଳ ହୋଇ ପଡିଛନ୍ତି ବିଧାୟକ ସୁର ରାଉତରାୟ। ସେ ଶେଷ ମୁଣ୍ଡିଆ ମାରି ବିଧାନସଭାରୁ ବିଦାୟ ନେଇଛନ୍ତି।

ବିଦାୟ ନେବା ବେଳେ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ୧୯୭୭ ମସିହାରେ ପ୍ରଥମ ଥର ବିଧାୟକ ହୋଇଥିଲେ। ତାପରଠୁ ବିଧାନସଭାରେ ଲୋକଙ୍କ ପାଇଁ ସ୍ଵର ଉଠାଇଛି। ଲୋକଙ୍କ କାମ କରିବାକୁ ସମସ୍ତଙ୍କ ଠାରୁ ସହଯୋଗ ମିଳିଛି। ତେବେ ବିଧାନସଭାକୁ ଆଉ ଆସିପାରିବିନି। ବାହାରେ ଲୋକଙ୍କ ପାଇଁ ସ୍ଵର ଉଠାଇବି। 

ସୂଚନାଥାଉକି, ୨୦୨୪ରେ ଜଟଣୀରୁ ଲଢିବେନି ସୁର ରାଉତରାୟ। ରାଜନୈତିକ ଜୀବନରୁ ସେ ଅବସର ନେଇଛନ୍ତି। ତାଙ୍କ ବଦଳରେ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛନ୍ତି। ସେପଟେ ନିମାପଡ଼ା ଆସନରୁ ସୁରଙ୍କ ବଡ଼ ପୁଅ ନିର୍ବାଚନ ଲଢି ପାରନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.