ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ବାତୀ ମାଲିଓ୍ବାଲଙ୍କ ଘରେ ଦିଲ୍ଲୀ ପୋଲିସ,ବିଭବ କୁମାରଙ୍କୁ ଏନସିଡବ୍ଲୁର ନୋଟିସ

ନୂଆଦିଲ୍ଲୀ,୧୬/୫:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିବେକ କୁମାରଙ୍କୁ ରାଷ୍ଟ୍ରୀୟ ମହିଳା ଆୟୋଗ(ଏନସିଡବ୍ଲ୍ୟୁ)ର ନୋଟିସ । ସେ ଆମ୍ ଆଦମୀ ପାର୍ଟି ସାଂସଦ ସ୍ବାତୀ ମାଲିଓ୍ବାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେପଟେ ଦିଲ୍ଲୀ ପୋଲିସର ଦୁଇଜଣ ବରିଷ୍ଠ ଅଧିକାରୀ ମାଲିୱାଲଙ୍କ ଘରେ ପହଞ୍ଚିଛନ୍ତି। ସ୍ବାତୀ ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରାଷ୍ଟ୍ରୀୟ ମହିଳା ଆୟୋଗ ବିଭବ କୁମାରଙ୍କୁ ଆସନ୍ତା ୧୭ ତାରିଖ ଦିନ ୧୧ ଟା ସମୟରେ ହାଜର ହେବାକୁ କହିଛନ୍ତି। 

ତେବେ ଗୁରୁବାର ସକାଳେ ଲକ୍ଷ୍ନୌ ଏୟାରପୋର୍ଟରେ ବିଭବ କୁମାର ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ଦେଖିବାକୁ ମିଳିଥିଲା । କେଜ୍ରିୱାଲ ଲକ୍ଷ୍ନୌରେ ଇଣ୍ଡିଆ ବ୍ଲକ ନେତାଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିଲେ । ଏହାରି ମଧ୍ୟରେ ଯେତେବେଳେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସ୍ବାତୀ ମାଲିଓ୍ବାଲଙ୍କ ବିଷୟରେ ପଚରାଯାଇଥିଲା । ସେତେବେଳେ କେଜ୍ରିଓ୍ବାଲ କୌଣସି ଉତ୍ତର ଦେଇନଥିଲେ। ଏଥିସହ କେଜ୍ରିଓ୍ବାଲଙ୍କୁ ବିଭବ କୁମାରଙ୍କ ସହ ଗାଡିରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ମାମଲାରେ ରାଷ୍ଟ୍ରୀୟ ମହିଳା ଆୟୋଗ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋଡାଙ୍କୁ ଚିଠି ଲେଖିଥିଲେ। ଏଥିରେ ଦିଲ୍ଲୀ ପୋଲିସକୁ ଏହି ମାମଲାର ତିନି ଦିନ ଭିତରେ ଆକ୍ସନ ଟେକେନ ରିପୋର୍ଟ ମାଗିଥିଲେ । ସେପଟେ ଦିଲ୍ଲୀ ପୋଲିସର ଦୁଇ ବରିଷ୍ଠ ଅଧିକାରୀ ସ୍ବାତୀ ମାଲିଓ୍ବାାଲଙ୍କ ଘରକୁ ଯାଇଛନ୍ତି । ସ୍ପେଶାଲ ସେଲର ଆଡିଶନାଲ ସିପି ଓ ଆଡିଶନାଲ ଡିସିପି ମାଲିଓ୍ବାଲଙ୍କ ଘରକୁ  ଯାଇଥିଲେ। କୁହାଯାଉଛି ଯେ ଏହି ମାମଲାରେ ପୋଲିସ ମାଲିଓ୍ବାଲଙ୍କ ଷ୍ଟେଟମେଣ୍ଟ ରେକର୍ଡ କରିବାକୁ ଯାଇଛନ୍ତି। 

ବିଭବ କୁମାରଙ୍କ ଉପରେ କ'ଣ ରହିଛି ଅଭିଯୋଗ? 

ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ  ସିଏମଙ୍କ ବାସଭବନରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ସେ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିଭବ କୁମାରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ପରେ ଦଳର ନେତା ସଞ୍ଜୟ ସିଂ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ବାତୀ ମାଲିୱାଲଙ୍କ ସହ ହୋଇଥିବା ଏହି ଘଟଣା ସମ୍ପର୍କରେ ଜାଣିଛନ୍ତି ଏବଂ ସେ ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସେ କହିଛନ୍ତି ଯେ,ସ୍ବାତୀ ମାଲିଓ୍ବାଲ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଆସିଥିଲେ। ସେ ତାଙ୍କ ଘରେ ଅପେକ୍ଷା କରିଥିବା ବେଳେ ସେହି ସମୟରେ ବିଭବ କୁମାର ଆସି ତାଙ୍କୁ ଖରାପ ବ୍ୟବହାର କରିଥିଲେ।  



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.