ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ

ଗାଏନା,୦୨/୦୬: ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆୟୋଜକ ୱେଷ୍ଟ ଇଣ୍ଡିଜ୍‌ ଘରୋଇ ଗ୍ରାଉଣ୍ଡ୍‌ରେ ପପୁଆ ନ୍ୟୁ ଗିନିକୁ ଭେଟିବ । ଏହି ମ୍ୟାଚ୍‌କୁ ନେଇ ସେଭଳି ଉତ୍କଣ୍ଠା ନଥିଲେ ମଧ୍ୟ ଫର୍ମରେ ଥିବା ଦୁର୍ଦ୍ଦର୍ଷ ୱେଷ୍ଟ ଇଣ୍ଡିଜ୍‌  ଦଳ ବିସ୍ଫୋରକ ବ୍ୟାଟିଂ ବଳରେ ରେକର୍ଡ କରିବା ସମ୍ଭାବନା ରହିଛି । ୨ଦିନ ତଳେ ଅନୁଷ୍ଠିତ ଏକ ଅଭ୍ୟାସ  ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇଥିବା ୱେଷ୍ଟ ଇଣ୍ଡିଜ୍‌ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି ।  

୨୦୧୨ ଓ ୨୦୧୬ରେ ଚାମ୍ପିଅନ୍‌ ହୋଇଥିବା ୱେଷ୍ଟ  ଇଣ୍ଡିଜ୍‌ ଗତ ୨ଟି ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ  କରିଥିଲା । ମାତ୍ର ଏଥର ଦଳ ବେଶ ସନ୍ତୁଳିତ ରହିଛି ।  ପ୍ରାୟ ସମସ୍ତ ଖେଳାଳି ଚମତ୍କାର ଫର୍ମରେ ରହିଛନ୍ତି । ଆନ୍ଦ୍ରେ  ରସେଲ, ନିକୋଲାସ ପୂରନ, ରୋଭମାନ ପାୱେଲ,  ସିମରନ ହେତମାୟର ପ୍ରମୁଖ ଭାରତରେ ଆଇପିଏଲ୍‌  ଖେଳି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ଥିବା ସଂକେତ ଦେଇଛନ୍ତି ।  

ପପୁଆ ନ୍ୟୁ ଗିନି ଦଳରେ ସେଭଳି ପରିଚିତ  ଖେଳାଳି ନଥିଲେ ମଧ୍ୟ ଅଲ୍‌ରାଉଣ୍ଡର ଚାର୍ଲ୍ସ ଅମିନିଙ୍କ  ଉପରେ ନଜର ରହିବ । ସେ ୪୮ଟି ଟି-ଟ୍ୱେଣ୍ଟି  ଖେଳି ୯୯୪ ରନ୍‌ ସଂଗ୍ରହ କରିବା ସହ ୪୭ଟି  ୱିକେଟ୍‌ ଅକ୍ତିଆର କରିଛନ୍ତି । ସେହିପରି ଅଧିନାୟକ  ଟୋନି ଉରାଙ୍କ ବ୍ୟାଟ୍‌ରୁ କିଛି ଦର୍ଶନୀୟ ସଟ୍‌  ଦେଖିବାକୁ ମିଳିପାରେ । ପପୁଆ ନ୍ୟୁ ଗିନିର ଏକମାତ୍ର  ବ୍ୟାଟର ଭାବେ ଉରା ଶତକ ଅର୍ଜନ କରିଛନ୍ତି । 

ପ୍ରୋଭିଡେନ୍ସ ଷ୍ଟାଡ଼ିୟମ୍‌ର ପିଚ୍‌ ସ୍ପିନରଙ୍କୁ ସହାୟତା  କରିବା ଏକ ପ୍ରକାର ନିଶ୍ଚିତ । ଦିନ ବେଳା ମ୍ୟାଚ୍‌ ଆୟୋଜିତ  ହେଉଥିବାରୁ ଟସ୍‌ ପ୍ରଭାବ ପକାଇବ ନାହିଁ । ତଥାପି ଟସ  ବିଜୟୀ ଦଳ ବ୍ୟାଟିଂ କରିବା ଏକ ପ୍ରକାର ନିଶ୍ଚିତ ।

ୱେଷ୍ଟ ଇଣ୍ଡିଜ୍‌: ଜନସନ ଚାର୍ଲ୍ସ, ବ୍ରାଣ୍ଡନ କିଙ୍ଗ, ନିକୋଲାସ  ପୂରନ, ରୋଭମାନ ପାୱେଲ୍‌(ଅଧିନାୟକ), ସିମରନ  ହେତମାୟର, ସେରଫାନ ରଦରଫୋର୍ଡ, ଆନ୍ଦ୍ରେ ରସେଲ,  ଅକିଲ ହୋସେନ, ଅଲଜାରୀ ଜୋଶେଫ, ସମର  ଜୋଶେଫ, ସମର ଜୋଶେଫ, ଗୁଦାକେଶ ମୋତି । 

ପପୁଆ ନ୍ୟୁ ଗିନି: ଟୋନି ଉରା(ଅଧିନାୟକ), ସେସେ  ବାଉ, ଆସାଦ ଭାଲା, ଲେଗା ସିଆକା, ଚାର୍ଲ୍ସ ଅମିନି, ହିରି  ହିରି, କିପଲିନ ଡୋରିଗା, ନର୍ମାନ ଭାନୁଆ, ଆଲେଇ ନାଓ,  ଜନ କାରିକୋ, ଚାଦ ସୋପର

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.