ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଗରମରେ ହୃଦୟର ନିଅନ୍ତୁ ଖାସ୍‌ ଯତ୍ନ, ନଚେତ୍‌ ହୋଇପାରେ ଏହି ସବୁ ବଡ ସମସ୍ୟା

Published By : Prameya | March 1, 2024 12:03 PM

ଭୁବନେଶ୍ୱର ୦୧/୦୩: ଦିନକୁ ଦିନ ବାହାରର ତାପମାତ୍ରା ବଢିବାରେ ଲାଗିଛି । ସେମିତି ଶରୀରର କାମ କରିବାର ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି । ଫଳରେ ହୃଦୟକୁ ଅଧିକ ପରଶ୍ରମ କରିବାକୁ ପଡୁଛି । ଏହି ସ୍ଥିତିରେ ରକ୍ତକୁ ତୀବ୍ର ବେଗରେ ପମ୍ପିଂ କରିବାକୁ ପଡୁଛି, କାରଣ ଶରୀରର ତାପମାତ୍ରାକୁ ବଜାୟ ରଖିବା ଦରକାର । ଯଦି ଶରୀର ଭିତରୁ ଥଣ୍ଡା ନ ରହେ, ତେବେ ବ୍ୟକ୍ତିକୁ ହିଟ୍‌ ଷ୍ଟ୍ରୋକ୍‌ ହେବାର ଆଶଙ୍କା ବଢିଥାଏ । ଖରାଦିନେ ହୃଦୟକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ଏହି ପରିସ୍ଥିତିରେ ଯେଉଁ ଲୋକମାନଙ୍କୁ ପୂର୍ବରୁ ହୃଦ୍‌ ସମସ୍ୟା ରହିଥାଏ । ସେମାନଙ୍କୁ ହୃଦ୍‌ଘାତ କିମ୍ବା ଷ୍ଟ୍ରୋକ୍‌ ହେବାର ଆଶଙ୍କା ବଢିଥାଏ । ତେଣୁ ହୃଦ୍‌ ସମସ୍ୟା ଥିବା ଲୋକମାନେ ଗରମ ଦିନେ ନିଜର ଖାସ୍‌ ଯତ୍ନ ନେବା ଆବଶ୍ୟକ । 

ଅଧିକ ପାଣି ପିଅନ୍ତୁ :

କେତେକ ହୃଦ୍‌ରୋଗୀଙ୍କୁ କମ୍‌ ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ । କିନ୍ତୁ ଖରାଦିନେ ଅଧିକ ମାତ୍ରାରେ ପାଣି ପିଇବା ଶୁଭପ୍ରଦ । ଏହାଦ୍ୱାରା ଶରୀରର ତାପମାତ୍ରା ବଜାୟ ରହିଥାଏ । ଏପରି କରିବା ଦ୍ୱାରା ଶରୀରରେ ପାଣିର ଅଭାବ ଦେଖା ଦେଇ ନଥାଏ । ଫଳରେ ଅନ୍ୟାନ୍ୟ ଅଙ୍ଗ ମଧ୍ୟ ଠିକ୍‌ ଭାବେ କାମ କରିଥାନ୍ତି । ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା ହୃଦ୍‌ସ୍ପନ୍ଦନ ନିୟନ୍ତ୍ରିତ ରହିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । 

ସନ୍ତୁଳିତ ଖାଦ୍ୟ :

ଡାଏଟ୍‌ରେ ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ସାମିଲ୍‌ କରିବାକୁ ଚେଷ୍ଟା କରନ୍ତୁ । ସତେଜ ପନିପରିବା, ଶସ୍ୟ, ଡାଲି ଓ ଫଳ ଆଦି ନିଶ୍ଚୟ ସାମିଲ୍‌ କରନ୍ତୁ । ଜଙ୍କ୍‌ ଫୁଡ୍‌, ଛଣାଛଣି ଓ ତୈଳାକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । 

ଆବଶ୍ୟକଠାରୁ ଅଧିକ ବ୍ୟାୟାମ ଆଦୌ ନୁହେଁ :

ଗରମ ଦିନେ ଶରୀର ତାପମାତ୍ରା ଅଧିକ ରହିଥାଏ । ତେଣୁ ହୃଦୟକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ଏହି ସ୍ଥିତିରେ ଯଦି ଆପଣ ଅଧିକ ୱାର୍କଆଉଟ୍‌ କରନ୍ତି, ତେବେ ହୃଦୟକୁ ରକ୍ତ ସଞ୍ଚାଳନ ପାଇଁ ଆହୁରି ଅଧିକ ପରିଶ୍ରମ କରିବାକୁ ପଡିପାରେ । ତେଣୁ ଖରାଦିନେ ଘରେ ହିଁ ୱାର୍କଆଉଟ୍‌ କରନ୍ତୁ । ଆଉ ତାହା ପୁଣି ସକାଳ ୧୦ ପୁର୍ବରୁ କିମ୍ବା ୪ଟା ପରେ । କାରଣ ଦିନରେ ଅଧିକ ଗରମ ଅନୁଭୂତ ହୋଇଥାଏ । 

କ୍ୟାଫିନ୍‌ ଓ ମଦ୍ୟପାନ କରନ୍ତୁନି :

କ୍ୟାଫିନ୍‌ ଓ ମଦ ଶରୀରରୁ ପାଣିର ମାତ୍ରାକୁ କମ୍‌ କରି ଦେଇଥାଏ । ଯେଉଁ ଲୋକମାନେ ହୃଦ୍‌ରୋଗରେ ପୀଡିତ ସେମାନଙ୍କଠାରେ ଜଳୀୟ ଅଂଶର ଅଭାବ ଖୁବ୍‌ କ୍ଷତିକାରକ । ଗରମଦିନେ ଶରୀରକୁ ଅଧିକ ମାତ୍ରାର ପାଣି ଆବଶ୍ୟକ । ଏହାଦ୍ୱାରା ଶରୀରର ତାପମାତ୍ରା ବଜାୟ ରହିଥାଏ । କଫି, ଚା’ ଓ ମଦ ପିଇବା ଦ୍ୱାରା ଶରୀରରେ ପାଣିର ଅଭାବ ଦେଖାଦେଇଥାଏ । ତେଣୁ ଏହାଠାରୁ ଦୂରେଇ ରହିବା ଜରୁରି । ବିଶେଷକରି ଖରାଦିନେ ନିୟମିତ ସମୟ ଅନ୍ତରାଳରେ ହୃଦ୍‌ଘାତ ରୋଗୀ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନେବା ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.