ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-୨୦ ବିଶ୍ବକପ୍‌: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ବଢ଼ିଲା ଭାରତୀୟ ଟିମ୍‌ର ଟେନସନ୍‌

ନୂଆଦିଲ୍ଲୀ: ଆଇପିଏଲ୍‌ ପରେ ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ବକପ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟ ଆମେରିକାରେ ଜୁନ୍‌ ୨ରୁ ଆରମ୍ଭ ହେବ । ଭାରତୀୟ ଟିମ ଆୟର୍ଲାଣ୍ଡ ବିପକ୍ଷରେ ଜୁନ୍‌ ୫ରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ହେଲେ ରୋହିତ ବାହିନୀ ନିଜର ଗୁରୁତ୍ବପୂର୍ଣ୍ଣ ମୁକାବିଲା ଜୁନ୍‌ ୯ରେ ଖେଳିବ । ଏହି ଦିନ ଭାରତ ଏବଂ ପାକିସ୍ତାନ ମୁକାବିଲା ହେବ । ଏହି ମ୍ୟାଚ ଲାଗି ଆଇସିସି ଅମ୍ପାୟାରଙ୍କ ନାଁ ଘୋଷଣା କରିଛି । ଆଉ ଏହି ଘୋଷଣା ପରେ ଭାରତୀୟ ଟିମ୍‌ ଲାଗି ଚିନ୍ତା ବୃଦ୍ଧି ପାଇଛି । 

ଅମ୍ପାୟାରଙ୍କ ନାଁ ଘୋଷଣାକୁ ନେଇ ଭାରତୀୟ ଦଳ ଚିନ୍ତିତ ହେବାର କାରଣ କ’ଣ ? ଆସନ୍ତୁ ଜାଣିବା କାହିଁକି ଟିମ୍‌ ଇଣ୍ଡିଆ ପାଇଁ ଅଡ଼ୁଆ ଆଇସିସି ଏହି ଅମ୍ପାୟାରଙ୍କ ନାଁ ଘୋଷଣା । ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌ରେ ରଡ୍‌ ଟକର ଏବଂ ରିଚାର୍ଡ ଇଲିଂଓ୍ବର୍ଥ ଅମ୍ପାୟାର ରହିବେ । ଇଲିଂଓ୍ବର୍ଥ ଟିମ୍‌ ଇଣ୍ଡିଆ ଲାଗି ଅନଲକି୍‌ ବୋଲି କୁହାଯାଏ । 

ସେ ଯେଉଁସବୁ ବଡ଼ ମ୍ୟାଚ୍‌ରେ ଅମ୍ପାୟାର ରହିଛନ୍ତି ସେହି ମ୍ୟାଚ୍‌ରେ ଭାରତକୁ ପରାଜୟ ଭୋଗିବାକୁ ପଡ଼ିଛି । ଇଲିଂଓ୍ବର୍ଥ ୨୦୧୯ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଅମ୍ପାୟାର ଥିଲେ ଏବଂ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ପାଖରୁ ହାରିଥିଲା । ଏହା ପରେ ୨୦୨୧ ଏବଂ ୨୦୨୩ରେ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଇଲିଂଓ୍ବର୍ଥ ଅମ୍ପାୟାରିଂ କରୁଥିଲେ । ଦୁଇ ଥର ଯାକ ଭାରତୀୟ ଦଳ ପରାଜର ବରଣ କରିଥିଲା । 

ପ୍ରଥମେ ନ୍ୟୁଜିଲାଣ୍ଡ ଏବଂ ପରେ ଅଷ୍ଟ୍ରେଲିଆ ଭାରତୀୟ ଟିମକୁ ହରାଇଥିଲା । ଆଉ ଏବେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଇଲିଂଓ୍ବର୍ଥ ଅମ୍ପାୟାର ରହିବେ ।  ଏହାକୁ ନେଇ ଭାରତର କ୍ରିକେଟ ପ୍ରେମୀଙ୍କ ଚିନ୍ତା ବୃଦ୍ଧି ପାଇଛି । ସେପଟେ ଟି-୨୦ ବିଶ୍ବକପରେ ଭାରତର ଦୁଇ ଜଣ ଅମ୍ପାୟାର ଅଂଶଗ୍ରହଣ କରିବେ । ଜୟରମଣ ମଦନଗୋପାଳ ଏବଂ ନୀତିନ ମେନନ୍‌ ଅମ୍ପାୟାରିଂ କରିବେ ।

ଏହା ବ୍ୟତୀତ ବାଂଲାଦେଶର ଶାହିଦ ସୌକତ ପ୍ରଥମ ଥର ଏହି ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାର ହେବେ । କ୍ରିସ୍‌ ବ୍ରାଉନ୍‌, କୁମାର ଧର୍ମସେନା, କ୍ରିସ୍‌ ଗୗଫନୀ, ମାଇକେଲ୍‌ ଗଫ୍‌, ରଚାର୍ଡ   କ୍ୟାଟଲବୋରା ,ପଲ ରାଇଫଲ୍‌, ରଡ୍‌ ଟକର, ଏଲେକ୍ସ ଓ୍ବାର୍ଫ ମଧ୍ୟ ଟି-୨୦ ବିଶ୍ବକପ୍‌ରେ ଅମ୍ପାୟାରିଂ କରିବେ । 

  • Team India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.