ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖୁବଶୀଘ୍ର ଭାରତୀୟ କ୍ରିକେଟ୍‌ ଟିମ୍‌କୁ ମିଳିପାରନ୍ତି ହେଡ୍‌ କୋଚ୍, ଖୁଲାସା କଲେ ଜୟ ଶାହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ ଜୁନରେ ଟି-୨୦ ବିଶ୍ବକପରେ ଖେଳିବାକୁ ପ୍ରସ୍ତୁତ ହେଉଛି । ବିଶ୍ବକପ ଲାଗି ଟିମ୍‌ ଇଣ୍ଡିଆ ମଧ୍ୟ ଘୋଷଣା ହୋଇସାରିଛି । ଆଉ ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିସିସିଆଇ ସଚିବ ଜୟ ଶାହ ସୂଚନା ଦେଇଛନ୍ତି ଯେ, ଜୁନ୍ ମାସ ପରେ ଭାରତୀୟ ଦଳକୁ ମୁଖ୍ୟ ପ୍ରଶିକ୍ଷକ (ହେଡ୍‌ କୋଚ୍‌) ମିଳିପାରନ୍ତି । ଭାରତୀୟ କ୍ରିକେଟ ବୋର୍ଡ ଖୁବଶୀଘ୍ର ମୁଖ୍ୟ କୋଚ ଲାଗି ବିଜ୍ଞପ୍ତି ପ୍ରକାଶ କରିବ ବୋଲି ଜୟ ଶାହ କହିଛନ୍ତି । ଏବେ ରାହୁଲ ଦ୍ରାବିଡ ଦଳର ମୁଖ୍ୟ କୋଚ୍‌ ଅଛନ୍ତି । ହେଲେ ତାଙ୍କାର କାର୍ଯ୍ୟକାଳ ଜୁନରେ ଶେଷ ହେଉଛି ।  ଏହାକୁ ନେଇ ଟିମ୍‌ ଇଣ୍ଡିଆ ନୂଆ କୋଚ୍‌ ଖୋଜିବା ଆରମ୍ଭ କରିଦେଇଛି । 

ବିସିସିଆଇ ସଚିବ ଜୟ ଶାହ କହିଛନ୍ତି, ରାହୁଲଙ୍କ କାର୍ଯ୍ୟକାଳ ଜୁନ୍‌ ପର୍ଯ୍ୟନ୍ତ ରହିଛି । ଏହା ପରେ ଯଦି ସେ ହେଡ କୋଚ୍‌ ଲାଗି ପୁଣି ଥରେ ଆବେଦନ କରୁଛନ୍ତି ତେବେ ଏଥିରେ କୌଣସି ଅସୁବିଧା ନାହିଁ । ସେପଟେ ମୁଖ୍ୟ କୋଚଙ୍କ ପରାମର୍ଶ କ୍ରମେ ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂ କୋଚଙ୍କ ନିଯୁକ୍ତି ହେବେ । ଏହା ସହ ବିଦେଶୀ କୋଚ୍‌ଙ୍କ ସମ୍ଭାବନାକୁ ମଧ୍ୟ ଜୟ ଶାହ ଅସ୍ବୀକାର କରିନାହାନ୍ତି । ଏନେଇ ସେ ଅଧିକ କିଛି କହିନାହାନ୍ତି । ବିସିସିଆଇ ଅଧିକାରୀଙ୍କ ମତରେ, ନୂଆ କୋଚ୍‌ ଭାରତ କିମ୍ବା ବାହାର ଦେଶର ହେବେ ସେନେଇ ପୂର୍ବରୁ ସ୍ପଷ୍ଟ କରିହେବ ନାହିଁ । ତେବେ ବିଭିନ୍ନ ଫର୍ମାଟ ଲାଗି  ଭିନ୍ନ ଭିନ୍ନ କୋଚ୍‌ଙ୍କ ନିଯୁକ୍ତି ଉପରେ ବିଚାର କରିବାର ସମ୍ଭାବନା ନାହିଁ ବୋଲି ସେ ସଙ୍କେତ ଦେଇଛନ୍ତି ।

ଅନ୍ୟପଟେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଇମ୍ପାକ୍ଟ ପ୍ଲେୟର ନିୟମ ଉପରେ ଜୟ ଶାହ ମନ୍ତବ୍ୟ ଦେଇଛନ୍ତି । ଇମ୍ପାକ୍ଟ ପ୍ଲେୟର ନିଷ୍ପତ୍ତି ଉପରେ ଅଧିନାୟକ ଏବଂ କୋଚଙ୍କ ସହ ଆଲୋଚନା ପରେ ବିଚାର କରାଯିବ । ଏହା ଦ୍ବାରା ଅଲରାଉଣ୍ଡର ପ୍ରଭାବିତ ହୋଇପାରନ୍ତି ବୋଲି ପ୍ରଶ୍ନରେ ଶାହ କହିଛନ୍ତି ଯେ, ଇମ୍ପାକ୍ଟ ପ୍ଲେୟର ନିୟମ ଦ୍ବାରା ଦୁଇ ଜଣ ଭାରତୀୟ ଖେଳାଳିଙ୍କୁ ଆଇପିଏଲରେ ସୁଯୋଗ ମିଳୁଛି । ତେବେ ଇମ୍ପାକ୍ଟ ପ୍ଲେୟର ନିୟମ ଜାରି ରଖିବୁ କି ନାହିଁ ସେନେଇ ଆମେ ସବୁ ଫ୍ରାଞ୍ଚାଇଜଙ୍କ ସହ ଆଲୋଚନା କରିବୁ । କିନ୍ତୁ କେହି ଏହି ନିୟମ ବିରୋଧରେ ପ୍ରତିକ୍ରିୟା ଦେଇନାହାନ୍ତି । 

  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.