ଗୌହାଟୀ – ପୂର୍ବ ସିକ୍କିମରେ ମଙ୍ଗଳବାର ସକାଳେ ଭୟଙ୍କର ଭୂସ୍ଖଳନ ହୋଇଛି। ଏହି କାରଣରୁ ତିସ୍ତା ଡ୍ୟାମ୍ ଉପରେ ନିର୍ମିତ ପାୱାର ଷ୍ଟେସନଟି ଧ୍ୱଂସବିଧ୍ୱଂସ ହୋଇ ଯାଇଛି। ଏଠାରେ ଗତ କିଛି ସପ୍ତାହରୁ ଲଗାତାର ଛୋଟ ଛୋଟ ଭୂସ୍ଖଳନର ଘଟଣା ଘଟୁଛି। ଫଳରେ ୫୧୦ ମେଗାୱାଟର ପାୱାର ଷ୍ଟେସନ ନିକଟରେ ଥିବା ପାହାଡ ବିପଦରେ ରହିଛି। ମଙ୍ଗଳବାର ସକାଳେ ପାହାଡ଼ର ଏକ ବଡ଼ ଅଂଶ ଭୁଶୁଡ଼ି ଯାଇଥିଲା ଏବଂ ନ୍ୟାସନାଲ ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର କର୍ପୋରେସନ (ଏନଏଚପିସି)ର ତିସ୍ତା ଷ୍ଟେଜ୍ -୫ ଡ୍ୟାମ୍ର ପାୱାର ଷ୍ଟେସନ ଭଗ୍ନାବଶେଷରେ ଢାଙ୍କି ହୋଇ ଯାଇଛି। ଏହି ଘଟଣା ପୂର୍ବ ସିକ୍କିମ୍ର ସିଙ୍ଗତାମର ଦୀପୁ ଦାରା ନିକଟସ୍ଥ ବାଲୁତାରରେ ଘଟିଛି।
ପାହାଡ଼ ନିକଟରେ ଥିବା ସ୍ଥାନୀୟ ନିବାସୀଙ୍କ ଦ୍ୱାରା କଏଦ କରାଯାଇଥିବା ଭିଡ଼ିଓରୁ ଭୂସ୍ଖଳନରେ ବଡ଼ ବଡ଼ ପଥର ଓ ଭଗ୍ନାବଶେଷ ଖୁବ୍ ଜୋରରେ ପାୱାରହାଉସ୍ ଆଡ଼କୁ ଖସୁ ଥିବାର ଦେଖିବାକୁ ମିଳୁଛି। ଯେଉଁଥିରେ ଖୁବ୍ କ୍ଷତି ଘଟିଛି। ସୌଭାଗ୍ୟର କଥା ଏହା କି, ଉକ୍ତ ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।
କହି ରଖୁଛୁ କି, ବାରମ୍ୱାର ଭୂସ୍ଖଳନ କାରଣରୁ କିଛି ଦିନ ପୂର୍ବେ ପାୱାର ଷ୍ଟେସନକୁ ଖାଲି କରି ଦିଆ ଯାଇଥିଲା। ପାୱାର ଷ୍ଟେସନ ପାଖରେ କାମ କରୁଥିବା ଲୋକଙ୍କ ଦ୍ୱାରା ରେକର୍ଡ କରାଯାଇ ଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି , ଚଟାଣର ଗୋଟିଏ ଭାଗ ଖସୁଛି ଏବଂ କିଛି ସମୟ ପରେ ଏହାର ଏକ ବଡ଼ ଅଂଶ ଜୋରସୋରରେ ପାୱାର ଷ୍ଟେସନ ଉପରେ ଖସି ପଡ଼ୁଛି।
A massive landslide hit the NHPC Teesta Stage V Power House in Sikkim.#ViralVideo #Viral #Landslide #Sikkim #PowerCorridors pic.twitter.com/6S1l7llDQG
— POWER CORRIDORS (@power_corridors) August 20, 2024
ନିବାସୀଙ୍କ ମୁତାବିକ , ସକାଳ ୭ଟା ପାଖାପାଖି ହୋଇଥିବା ଭୂସ୍ଖଳନ ସମ୍ଭବତଃ ଏନଏଚପିସି ତିସ୍ତା ଷ୍ଟେଜ୍-୫ ଡ୍ୟାମ୍ କାରଣରୁ ହୋଇଛି, ଯାହା ଏହି ଅଞ୍ଚଳରେ ନିମ୍ନ ଦେଇ ଯାଇଛି। ସ୍ଥାନୀୟ ମିଡ଼ିଆ ରିପୋର୍ଟ ମୁତାବିକ, ଭୂସ୍ଖଳନରେ ୧୭-୧୮ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇ ଯାଇଛି, ଯେଉଁଥିରେ ୫-୬ ପରିବାରକୁ ସୁରକ୍ଷା ପାଇଁ ଏନଏଚପିସି କ୍ୱାଟର୍ସକୁ ଯିବାକୁ ପଡ଼ିଛି। ଆବାସୀୟ କ୍ଷତି ବ୍ୟତୀତ , ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ଘର ମଧ୍ୟ ଖୁବ୍ କ୍ଷତି ହୋଇଛି।