ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବଡ ଦାବି, କହିଲେ ରାଜ୍ୟରେ ୨୦ ରୁ କମ୍ ଆସନ ପାଇବ କଂଗ୍ରେସ…

ନୂଆଦିଲ୍ଲୀ: ତେଲେଙ୍ଗାନାରେ ରାଜ୍ୟ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) । କହିଛନ୍ତି ଯେ ଚଳିତ ନିର୍ବାଚନରେ ଏହା ୨୦ ଟି ଆସନ ମଧ୍ୟ ଜିତିବ ପାରିବ ନାହିଁ । ଏହି ସମୟରେ ସେ ଦାବି କରିଛନ୍ତି ଯେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ସଂଖ୍ୟା ଗରିଷ୍ଠତା ହାସଲ କରିବ । 

ତେଲେଙ୍ଗାନାର ମାଧୀରା ଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ରାଓ କଂଗ୍ରେସ ଉପରେ ଆକ୍ରମଣ କରି କହିଛନ୍ତି ଯେ, କଂଗ୍ରେସରେ ଏକ ଡର୍ଜନରୁ ଅଧିକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି । ସେ କହିଛନ୍ତି, “କଂଗ୍ରେସ ଜିତିବାକୁ ଯାଉ ନାହିଁ… ମୁଁ ଆପଣଙ୍କୁ ନିଶ୍ଚିତ ଭାବରେ ଏହା କହୁଛି । କଂଗ୍ରେସ ପାଇଁ ୨୦ ଟି ଆସନ ଜିତିବା ବି କଷ୍ଟକର । ସେ ଆହୁରି କହିଛନ୍ତି, “ନିର୍ବାଚନ ପ୍ରଚାରର ଏକ ଅଂଶ ଭାବରେ ମୁଁ ୭୦ ତମ ନିର୍ବାଚନମଣ୍ଡଳୀ ମାଧୀରା ପରିଦର୍ଶନ କରିବାକୁ ଆସିଛି । ବର୍ତ୍ତମାନ କେବଳ ୩୦ ଟି ବାକି ଅଛି । ଯଦି ମୁଁ ଅବଶିଷ୍ଟ ୩୦ ଟି ନିର୍ବାଚନ ମଣ୍ଡଳୀକୁ ଯାଏ, ତେବେ କଂଗ୍ରେସ ଆହୁରି ହାରିବ । ଯେହେତୁ ମୁଁ ଭ୍ରମଣ କରୁଛି, କଂଗ୍ରେସ ହାରି ହାରି ଯାଉଛି । 

କେସିଆର ଅଭିଯୋଗ କରିଛନ୍ତି ଯେ, ୨୦୧୪ରେ ତେଲେଙ୍ଗାନା ରାଜ୍ୟ ଗଠନ ପୂର୍ବରୁ ଅବିଭକ୍ତ ଆନ୍ଧ୍ରପ୍ରଦେଶକୁ ଶାସନ କରୁଥିବା କଂଗ୍ରେସ ଦଳ ପାନୀୟ ଓ ଜଳସେଚନ ପାଇଁ ପର୍ଯ୍ୟାପ୍ତ ଜଳ ଯୋଗାଣ ମଧ୍ୟ ନିଶ୍ଚିତ କରିପାରି ନଥିଲା । ବହୁ ସଂଖ୍ୟାରେ ରାଜ୍ୟରେ ବିଆରଏସ ସରକାର ଗଠନ ହେବ ବୋଲି ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି । ଏଥିରେ କୌଣସି ପ୍ରକାରର ସନ୍ଦେହ ନାହିଁ । 

ସୂଚନାଥାଉକି, ଯେ ତେଲେଙ୍ଗାନାର ୧୧୯ ଟି ସିଟ୍ ପାଇଁ ୩୦ ନଭେମ୍ବରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାର ଫଳାଫଳ ୩ ଡିସେମ୍ବରରେ ଆସିବ । 



Copyright © 2022 - Summa Real Media Private Limited. All Rights Reserved.