ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ, ୭ଡିସେମ୍ବରରେ ନେବେ ଶପଥ

ନୂଆଦିଲ୍ଲୀ,୫/୧୨ : ୫ରାଜ୍ୟରୁ ଗୋଟିଏ ରାଜ୍ୟରେ ସରକାର ଗଢିବାକୁ ଯାଉଛି କଂଗ୍ରେସ । ଏଥିଲାଗି କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦ ପାଇଁ ରେବନ୍ତ ରେଡ୍ଡୀଙ୍କ ନାଁକୁ ଚୁଡ଼ାନ୍ତ କରିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଆସନ୍ତା ଡିସେମ୍ବର ୭ତାରିଖରେ ରେବନ୍ତ ରେଡ୍ଡୀ ଶପଥ ଗ୍ରହଣ କରିବେ । ତାଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । 

ଏଏନଆଇର ସୂଚନା ମୁତାବକ ହାଇଦ୍ରାବାଦରେ ସିଏଲପି ବୈଠକରେ ସର୍ବସମମ୍ମତି କ୍ରମେ ଏହି ନିର୍ଣ୍ଣୟ ନିଆଯାଇଛି । ସିଏମ୍ ନିଯୁକ୍ତ କରିବାର ଅନ୍ତିମ ନିର୍ଣ୍ଣୟ ପାର୍ଟି ହାଇକମାଣ୍ଡ ଉପରେ ଛଡ଼ାଯାଇଛି । ଏହି ମାମଲାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କି ଏହାର ନିର୍ଣ୍ଣୟ ବି ନିଆଯାଇଛି । ପ୍ରକାଶ ଯେ, ସେ ନାଁର ଖୁଲାସା କରିନାହାନ୍ତି । ଦିଲ୍ଲୀରେ ହୋଇଥିବା ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ରାଷ୍ଟ୍ରୀୟ ମହାସଚିବ କେସି ବେଣୁଗୋପାଳଙ୍କ ସମେତ କେତେକ ନେତା ସାମିଲ ଥିଲେ ।

ତେଲେଙ୍ଗାନାରେ କଂଗ୍ରେସର ବିଜୟ ଅଭିଯାନର ଚେହେରା ରହିଥିବା ରେବନ୍ତ ରେଡ୍ଡୀଙ୍କୁ ପାର୍ଟିର ବରିଷ୍ଠ ନେତାଙ୍କ ବିରୋଧୀ ସାମ୍ନା କରିବାକୁ ମଧ୍ୟ ପଡ଼ୁଛି । ରାଜ୍ୟ କଂଗ୍ରେସର ନେତାଙ୍କ ତରଫରୁ କରାଯାଉଥିବା ବିରୋଧ ପରେ ମୁଖ୍ୟମନ୍ତ୍ରୀ ପଦ ଲାଗି ଆସନ୍ତାକାଲି ସନ୍ଧ୍ୟାରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହକୁ ରଦ୍ଦ କରିବାକୁ ପଡ଼ିଥିଲା ମଧ୍ୟ । ଏହାପରେ ପୁଣି ନୂଆ ଚେହେରାକୁ ନେଇ ଚର୍ଚ୍ଚା କରାଯାଉଛି ।

ଏହି ବିରୋଧିଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ରାଜ୍ୟ କଂଗ୍ରେସର ପ୍ରମୁଖ ଏନ ଉତ୍ତମ କୁମାର ରେଡ୍ଡୀ, ପୂର୍ବତନ ସିଏଲପି ନେତା ଭଟ୍ଟୀ ବିକ୍ରମାର୍କ, ପୂର୍ବତନ ମନ୍ତ୍ରୀ କୋମାଟିରେଡ୍ଡୀ, ବ୍ୟାଙ୍କଟ ରେଡ୍ଡୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦାମଦୋର ରାଜନରସିହ୍ମା ସାମିଲ ଅଛନ୍ତି ।

Also Read :-

‘ଆଶ୍ଚର୍ଯ୍ୟ ! ନିଜ ଗାଁରେ ବି ବିଧାୟକଙ୍କୁ ମିଳିଲାନି ୫୦ ଖଣ୍ଡ ଭୋଟ୍’: କଂଗ୍ରେସ ହାରିବା ପରେ କମଲନାଥଙ୍କ ପ୍ରତିକ୍ରିୟା  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.