ମାଲକାନଗିରି, ୨୮।୮ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ବର୍ବରକାଣ୍ଡ ଘଟାଇ ଜଣେ ପୁଲିସ କର୍ମଚାରୀଙ୍କ ଭାଇକୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ମିଋତୁର ଥାନା ଅନୁର୍ଗତ ତିମନାର ଗ୍ରାମର ସୁଦ୍ରୁ କରାମ । ତାଙ୍କ ଭାଇ ଛତିଶଗଡ ପୁଲିସ ବିଭାଗରେ କାର୍ଯ୍ୟ କରୁଛନ୍ତି। ତେବେ ଏହି ହତ୍ୟାକାଣ୍ଡର ସମ୍ଭାବ୍ୟ କାରଣ ହୋଇପାରେ ବୋଲି ପୁଲିସ ଅନୁମାନ କରୁଛି।
ମାଓବାଦୀମାନେ ଗତକାଲି ରାତିରେ ସୁଦୃ ଘର ଉପରେ ଆକ୍ରମଣ କରିଥିଲେ। ଶୁଦୃ କରାମକୁ ଅପହରଣ କରି ଘର ନିକଟରେ ଥିବା ଜଙ୍ଗଲକୁ ନେଇ ଯାଇଥିଲେ। ମାଓବାଦୀମାନେ ତାଙ୍କୁ ମାଡ଼ ମାରିବା ପରେ ଏକ ତୀକ୍ଷ୍ଣ ଅସ୍ତ୍ର ସାହାଯ୍ୟରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଗାଁ ନିକଟ ଜଙ୍ଗଲ ରେ ଫିଙ୍ଗି ସେଠାରୁ ଫେରାର ହୋଇ ଯାଇଥିଲେ। ଗତ ଏକ ସପ୍ତାହ ମଧ୍ୟରେ ବିଜାପୁର ଜିଲ୍ଲାରେ ତିନିଜଣଙ୍କୁ ପୁଲିସ ସୂଚନାଦାତା କହି ହତ୍ୟା କରି ସାରିଲେଣି।