ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୌତୁକ ପାଇଁ ଝିଅକୁ ପୋଡି ମାରି ଦେଇଥିବା ଅଭିଯୋଗ , ନ୍ୟାୟ ଆଶାରେ ମାଲକାନଗିରି ଏସପିଙ୍କ ଦ୍ଵାରସ୍ଥ ହେଲେ ପରିବାର ଲୋକେ

 ମାଲକାନଗିରି,୧୮/୫ : ଯୌତୁକ ପାଇଁ ଝିଅକୁ ପୋଡି ମାରି ଦେଇଥିବା ନେଇ ଅଭିଯୋଗ କରି ନ୍ୟାୟ ଆଶାରେ ମାଲକାନଗିରି ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ । 

  ମାଲକାନଗିରି ଥାନା ସ୍ଥ ଏମଭି ୧୦ ଗ୍ରାମର ଗଗନ ମଣ୍ଡଳଙ୍କ ଝିଅ ଶିବାନୀ କୋରାପୁଟ ଜିଲ୍ଲାର ପାଡୁଆ ଥାନା ଅନ୍ତର୍ଗତ ପୂଜାରୀଗୁଡ଼ା ଗ୍ରାମରେ ବିମଲ ସିଂଙ୍କ ପୁଅ ପ୍ରଭାସ ସିଂକୁ ଗତ ମାର୍ଚ୍ଚ ମାସ ୧୨ ତାରିଖରେ ବିବାହ କରିଥିଲେ  ତେବେ ଅର୍ଥ ଅଭାବ ଯୋଗୁଁ ଗଗନ ଯୌତୁକ ଦେଇ ପାରୁନଥିବାରୁ ତାଙ୍କ ଝିଅକୁ ଶ୍ଵଶୁର ଘର ଲୋକେ ନିର୍ଯାତନା ଦେବା ସହ ବାପ ଘରକୁ ଚାଲି ଯିବାକୁ ଧମକ ଦେଉଥିଲେ । ତେବେ ଗତ ୧୩ ତାରିଖ ଦିନ ଯୌତୁକ ଲୋଭରେ ଶିବାନୀକୁ ମାଡ ମାରି ନିଆଁ ଲଗାଇ ପୋଡି ମାରି ଦେଇଥିବା ନେଇ ଜାଣି ବାପା ଗଗନ କୋରାପୁଟ ଜିଲ୍ଲା ପାଡୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ଉପଯୁକ୍ତ ନ୍ୟାୟ ନ ମିଳିବାରୁ ନ୍ୟାୟ ଆଜି ପରିବାର ଲୋକେ ମାଲକାନଗିରି ଏସପି ନିତେଶ ୱାଧୱାନିଙ୍କ ଦ୍ଵାରସ୍ଥ ହୋଇଥିଲେ।  ଘଟଣାର ତଦନ୍ତ ଜାରି ରହିଛି, ନ୍ୟାୟ ନିଶ୍ଚିତ ମିଳିବ ବୋଲି ଶ୍ରୀ ୱାଧୱାନି ପ୍ରତିଶ୍ରୁତି ଦେବା ସହ ସେ ଏହା ଉପରେ ସମସ୍ତ ତଥ୍ୟ ସଂଗ୍ରହ କରିବେ ବୋଲି ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.