ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରମଜାନର ଫଳ ଖଜୁରି, ଜାଣନ୍ତୁ କାହିଁକି ଖଜୁରି ଖାଇ ରୋଜା ଭଙ୍ଗ କରନ୍ତି ଉପବାସଧାରୀ

ଭୁବନେଶ୍ୱର ୨୬/୦୩: ଏବେ ଚାଲିଛି ପବିତ୍ର ରମଜାନ ମାସ । ରମଜାନ ମାସ ସହ ଖଜୁରି କୋଳି ବା ଖଜୁରର  ସମ୍ପର୍କ ବେଶ୍‌ ନିବିଡ । ରମଜାନ ମାସରେ ପ୍ରତ୍ୟେକ ମୁସଲମାନ ସୂର୍ଯ୍ୟୋଦୟ ଠାରୁ  ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସ ବ୍ରତ ପାଳନ କରିଥାନ୍ତି । ଏହି ସମୟ କେବଳ ଖାଦ୍ୟ ନୁହେଁ ଜଳ  ସ୍ପର୍ଶ ମଧ୍ୟ କରନ୍ତି ନାହିଁ । ଯାହାକୁ କୁହାଯାଏ ରୋଜା । ସୂର୍ଯ୍ୟାସ୍ତ ପରେ ରୋଜା ଭଙ୍ଗ କରି ଖାଦ୍ୟ  ଗ୍ରହଣ (ଇଫ୍‌ତାର)ର ପର୍ବ ଚାଲେ । ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଏହି ଇଫ୍‌ତାରରେ  ଯୋଗ ଦେଇଥାନ୍ତି । ଦିନ ତମାମ ଉପବାସ ରହିବା ପରେ ଉପବାସଧାରୀମାନେ ଖଜୁରି ଖାଇ ଉପବାସ ଭଙ୍ଗ କରିଥାନ୍ତି । ପରସ୍ପରକୁ ଖଜୁରି ମଧ୍ୟ ଦେଇଥାନ୍ତି । 

ଖଜୁରି ଖାଇ ଉପବାସ ଭଙ୍ଗ କରିବାର ପ୍ରଥା କାହିଁ କେଉଁ କାଳରୁ ଚଳିଆସୁଛି । ଏହାର ଧାର୍ମିକ ବିଶେଷତ୍ୱ ହେଲା ଇସଲାମ୍‌ ଧର୍ମର  ପ୍ରତିଷ୍ଠାତା ମହାପୁରୁଷ ମହମ୍ମଦ ଯେବେ ରୋଜା ପାଳନ କରିଥିଲେ  ପ୍ରଥମେ ୩ଟି ଖଜୁରି ଖାଇବା ସହ ଜଳ ଗ୍ରହଣ କରି ରୋଜା ଭଙ୍ଗ  କରିଥିଲେ । ଏଣୁ ତାଙ୍କର ଅନୁଗାମୀମାନେ ସମସ୍ତେ ଦିନତମାମର ଉପବାସ  ବ୍ରତକୁ ଖଜୁରି ଖାଇ ଭଙ୍ଗ କରିବା ଏକ ବିଧିରେ ପରିଣତ ହୋଇଛି । ଆରବ ଦେଶରେ ଖଜୁରି ପ୍ରଚୁର ପରିମାଣରେ ଉପଲବ୍‌ଧ ହୋଇଥାଏ ।  ଏହା ‘ସ୍ୱର୍ଗର ଫଳ’ ନାମରେ ପରିଚିତ । ତୁର୍କୀରେ ଜଣଙ୍କୁ କୃତଜ୍ଞତା  ଜଣାଇବାର ମାଧ୍ୟମ ଭାବେ ଖଜୁରିକୁ ବ୍ୟବହାର କରାଯାଇଥାଏ । ଏଣୁ ଇଫ୍‌ତାର ଭୋଜି  ହେଉ ଅବା କାହାକୁ ଖାଦ୍ୟ ଉପହାର ସ୍ୱରୂପ ଦେବାକୁ ହେଉ, ଏଥିରେ ଖଜୁରି ରହିବା  ନିଶ୍ଚିତ । ଏକ ମୁସଲମାନ ଘରପରିବାର ସମ୍ପର୍କରେ ଖଜୁରି ବିନା ଚିନ୍ତା କରାଯାଇନପାରେ । 

ଧାର୍ମିକ,ପାରମ୍ପରିକ ବିଶେଷତ୍ୱ ବ୍ୟତୀତ ବିଜ୍ଞାନ ଦୃଷ୍ଟିକୋଣରୁ ଖଜୁରିର ମହତ୍ୱ  ରହିଛି । ଉପବାସ ପରେ ଖଜୁରି ଖାଇବା ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ । କାରଣ  ଏଥିରେ ରହିଛି ପ୍ରାକୃତିକ ଶର୍କରା । ଏହା ଜଳୀୟ ଅଂଶରେ ବି ଭରପୁର । ଖଜୁରିରେ ତନ୍ତୁ   ରହିଥାଏ । ପୁଣି ପୋଟାସିଅମ,ମାଗ୍ନେସିଅମ ଏବଂ ବିଭିନ୍ନପ୍ରକାର ଜୀବସାର ବି ରହିଛି ।  ଦୀର୍ଘ ସମୟର ଉପବାସ ପରେ ଖଜୁରି ଗ୍ରହଣ କଲେ ଏହା କ୍ରମେ ଶରୀରକୁ  ଶକ୍ତି ଓ ଫୁର୍ତ୍ତି ଯୋଗାଇବା ସହିତ ପେଟରେ ଅମ୍ଳ ସୃଷ୍ଟି କରେ ନାହିଁ । ଏଣୁ  ସବୁଦୃଷ୍ଟିରୁ ରୋଜା ପରେ ଖଜୁରି ଖାଇବାକୁ ପ୍ରାଧାନ୍ୟ ଦିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.