ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୁଣି ଫେରିବ ହିଟ୍ ୱେଭ; ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି

ଭୁବନେଶ୍ବର,୨୮/୫ :  ଆଗାମୀ ତିନି ଦିନ ଯାଏ ରାଜ୍ୟରେ ୩ରୁ ୫ ଡିଗ୍ରୀ ଦିନ ତାପମାତ୍ରା ବୃଦ୍ଧି ପାଇବ । ରାଜ୍ୟରେ ଉଷ୍ମ ଓ ଆଦ୍ର ସ୍ଥିତି ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ରହିବ କାଳବୈଶାଖୀ ପ୍ରଭାବ ରହିବ  । ସେପଟେ ଚାଷୀଙ୍କ ପାଇଁ ଖୁସି ଖବର ଜୁନ ପହିଲାରେ କେରଳ ଛୁଇଁପାରେ ପାରେ ମୌସୁମୀ ।  ରଜରେ ମୌସୁମୀ ବର୍ଷା ହୋଇପାରେ । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହେବ । ଉପକୂଳରେ ଗୁଳୁଗୁଳିର ପ୍ରକୋପ ରହିବ। ଆସନ୍ତା ୩୦ ଯାଏଁ ତାପମାତ୍ରା ବୃଦ୍ଧି ପାଇବ । 

ପୁଣି ଫେରିବ ହିଟ୍ ୱେଭ । ଅସହ୍ୟ ହେବ ଗରମ ଗୁଳୁଗୁଳି ।  ଏଥିସହ ଦିନର ତାପମାତ୍ରା ବୃଦ୍ଧି ପାଇବ । ଖରା  ଓ ଅସହ୍ୟ ଗରମରେ ସନ୍ତୁଳି ହେବେ ରାଜ୍ୟବାସୀ। ଆଗାମୀ ତିନି ଦିନ ଯାଏ ରାଜ୍ୟରେ ୩ ରୁ ୫ ଡିଗ୍ରୀ  ଯାଏ ତାପମାତ୍ରା ବୃଦ୍ଧି ହେବ।  ଆସନ୍ତା ୨୪ ଘଂଟାରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର,ପୁରୀ , ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୂତି ହେବ । ଏ ନେଇ ଏ ସମସ୍ତ ଜିଲ୍ଲାକୁ ୟେଲୋ ୱର୍ଣିଙ୍ଗ ଜାରୀ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା କାଲି ଗ୍ରୀଷ୍ମ ପ୍ରବାହ ନେଇ ୫ ଜିଲ୍ଲାକୁ ୟେଲୋ ୱର୍ଣୀଙ୍ଗ ଜାରୀ ହୋଇଛି । ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲା । ସେହିପରି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ଗରମ ଓ ଗୁଳୁଗୁଳି ପ୍ରଭାବ ଦେଖାଦେବ । 

ସେହିପରି ୩୦ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା,ବଲାଙ୍ଗୀର, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବ । ଏଥିସହ ଆଜି ରାଜ୍ୟର କିଛି କିଛି  ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା  ରହିଛି । ୩୦ ରେ ଉତ୍ତର ଉପକୁଳର ଗୋଟେ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ସେହିପରି ୩୧ ରେ ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ,ଗଜପତି, ଝାରସୁଗୁଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦ କିଲୋମିଟର ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଭୁବନେଶ୍ଵର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.