ଭୁବନେଶ୍ୱର, ୨୭।୦୩ : ଏପ୍ରିଲରେ ବଢିବ ଖରାର ପ୍ରକୋପ। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିପାରେ ତାପମାତ୍ରା। ସତର୍କ ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ ଶରତ ସାହୁ। ବଙ୍ଗୋପସାରରେ ଗୁରୁଚାପ ବଳୟ ରହୁଛି। ଏହା ପ୍ରଭାବରେ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ ହେଉଛି। ଆଜି ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି।
ସୂଚନାନୁଯାୟୀ, ଆଜି ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୮.୩ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ଵରରେ ୩୪.୮ ଡିଗ୍ରୀ ଓ କଟକରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି। ତେବେ ୨୮ ରୁ ପୁଣି ତାପମାତ୍ରା ବଢ଼ିବ। ୨୯ ଯାଏଁ ଏହାର ପ୍ରକୋପ ରହିବ। କେତେକ ସ୍ଥାନରେ ୪୦ ଡିଗ୍ରୀ ମଧ୍ୟ ତାପମାତ୍ରା ରହିପାରେ। ଏହାରି ଭିତରେ କାଳବୈଶାଖୀ ପ୍ରଭାବ ରହିବ। ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, କନ୍ଧମାଳ ଓ ଯାଜପୁର ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହୋଇପାରେ। କିନ୍ତୁ ୩୧ରୁ କାଳବୈଶାଖୀର ପ୍ରଭାବ ଅଧିକ ରହିବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୮ ଡିଗ୍ରୀ ଉପରେ ତାପମାତ୍ରା ରହିପାରେ। ପୁଣି ୨ରୁ ତାପମାତ୍ରା ବୃଦ୍ଧି ହେବ। ୪୨ ଡିଗ୍ରୀ ଉପରେ ରହିବ।