ପ୍ରମୂଖ ଖବର
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଈଶ୍ୱରନାଥଙ୍କ ପୀଠରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ

ଅସ୍ତରଙ୍ଗ, ୧୦।୪ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକଣ୍ଠ ଜିଉନ୍ତି ଗ୍ରାମର ବହୁପୁରାତନ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଈଶ୍ୱରନାଥ ପୀଠରେ ଶୀତଳଷଷ୍ଠୀ ତିଥିରେ ଈଶ୍ୱରନାଥ -ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ପୀଠର ଶକ୍ତିସୁରୂପଣି ମା’ ପାର୍ବତୀ କନ୍ୟା ଓ ମହାଦେବ ଇଶ୍ୱରନାଥ ବର ଭାବେ ବିବାହ ସମ୍ପୂର୍ଣ ହୋଇଥିଲା। ମମତା ପଣ୍ଡା ଓ ଶରତଚନ୍ଦ୍ର ପଣ୍ଡା କନ୍ୟା କର୍ତ୍ତା ଏବଂ ମଞ୍ଜୁଲତା ମିଶ୍ର ଓ ଅକ୍ଷୟ କୁମାର ଦାସ ବରକର୍ତ୍ତା ରୂପେ ଦାୟିତ୍ୱ ତୁଲାଇଥିଲେ। ସମ୍ପୂର୍ଣ ଓଡ଼ିଆ ପରମ୍ପରା ତଥା ବୈଦିକ ରୀତିନୀତିରେ ଦିଅଁମଙ୍ଗୁଳା, ଶିବ ପାର୍ବତୀଙ୍କ ମହାସ୍ନାନ, ବାଟବରଣୀ ନୀତି ସହ ଅନେକ ନୀତିସମ୍ପୂର୍ଣ ହୋଇ ବିବାହୋତ୍ସବ ଅନୁଷ୍ଠିତ ହୋଇଥିଲା। ବାବାଙ୍କ ଚଳନ୍ତି ପ୍ରତିମା ବିଗ୍ରହ ମହାଦେବ ଇଶ୍ୱରନାଥ ବରବେଶରେ ଏବଂ ମା’ ପାର୍ବତୀଙ୍କ ଚଳନ୍ତି ପ୍ରତିମା କନ୍ୟାବେଶରେ ସଜ୍ଜିତ କରାଯାଇ ବିବାହ ମଣ୍ଡପକୁ ଅଣାଯାଇଥିଲା।

ଭଜନ କୀର୍ତ୍ତନ, ବାଦ୍ୟ ଓ ରୋଷଣୀ କରାଯାଇ ଉଭୟ ବରକନ୍ୟାଙ୍କୁ ମନ୍ଦିର ବେଢା ପରିକ୍ରମା ସହ ଯଜ୍ଞ ବେଦୀକୁ ନିଆଯାଇଥିଲା। ବ୍ରାହ୍ମଣଙ୍କ ବେଦପାଠ ଓ ଜ୍ୟୋତିଷଙ୍କ ପଞ୍ଜିକା ନିର୍ଘଣ୍ଟ ଅନୁସାରେ ଉଭୟ ବରକନ୍ୟା ସୁସଜ୍ଜିତ ବିମାନରେ ବିଜେ କରିଥିଲେ। ସେଠାରେ କନ୍ୟାମାତା ମମତା ପଣ୍ଡା ଓ ବର ମାତା ମଞ୍ଜୁଲତା ମିଶ୍ର କନକାଞ୍ଜଳୀ ବାନ୍ଧିବା ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଓଡ଼ିଆ ରୀତିନୀତି ଅନୁସାରେ ୭ଜଣ ସଧବା ବିବାହ ବେଦିରେ ବରକନ୍ୟାଙ୍କୁ ବନ୍ଦାପନା କରିଥିଲେ। ଏହା ପରେ ଯଜ୍ଞ ଅନୁଷ୍ଠାନରେ ବରକନ୍ୟାଙ୍କ ହାତଗଣ୍ଠି ପଡିଥିଲା। ଶହଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତରେ ତଥା ମହିଳାଙ୍କ ଶଙ୍ଖହୁଳହୁଳି ଶବ୍ଦରେ ପରିବେଶ ଭକ୍ତିମୟ ହୋଇଥିଲା। ଈଶ୍ୱରନାଥ ପୀଠର ବଡ଼ପଣ୍ଡା ତଥା ପୂଜକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ତତ୍ୱାବଧାନରେ ଆୟୋଜିତ ସମସ୍ତ କର୍ମକାଣ୍ଡ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ଘନଶ୍ୟାମ କର ଓ ପଣ୍ଡିତ ଅମୁଲ୍ୟ କୁମାର ମିଶ୍ରଙ୍କ ମନ୍ତ୍ରପାଠରେ ବିବାହ ସମ୍ପର୍ଣ୍ଣ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ଗୋପବନ୍ଧୁ ଯୁବସାମାଜିକ ସଂଗଠନର ସମସ୍ତ କର୍ମକର୍ତ୍ତା ପରିଚାଳନା କରୁଥିଵାବେଳେ ଦେବଦମ୍ପତି ଙ୍କ ବିବାହ ଭୋଜିରେ ଉପସ୍ଥିତ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.