ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଚୀନ୍- ଆମେରିକାରେ ବଢିଲା କରୋନା ମାମଲା, କ’ଣ ଭାରତରେ ହେବ କି ସଂକ୍ରମଣ ?

ନୂଆଦିଲ୍ଲୀ,୧୯।୧୧:  କରୋନା ସହ ଲଢେଇ ପରେ ଧୁନିଆ  ନିଜ ରାସ୍ତାରେ ଫେରୁଛି। ସେଭଳି ଥଣ୍ଡା ବଢୁଥିବାର ଦେଖି କରୋନା ପୁଣିଥରେ ବଢୁଥିବାର ନଜର ଆସୁଛି। ଗତ କିଛି ସପ୍ତାହରେ ଆମେରିକାରେ କରୋନା ସଂକ୍ରମିତ ଲୋକଙ୍କୁ ହସ୍ପିଟାଲାଇଜଡ୍‌ ହେବାର ମାମଲା ବଢିବାରେ ଲାଗିଛି। ୧୧ ନଭେମ୍ବର ପର୍ଯ୍ୟନ୍ତ ଏକ ସପ୍ତାହରେ ୟୁଏସ୍‌ରେ ୧୬୨୩୯ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଭାବରେ କରୋନା ମାମଲାରେ ୮.୬ ୫ ବଢିଥିବାର ଦେଖିବାକୁ ମିଳିଛି। ସିଡିସିର ମ୍ୟାଚ୍‌ ଅନୁସାରେ, ଆମେରିକାର ୧୪ ପ୍ରାନ୍ତରେ କରୋନାର ପ୍ରକୋପ ବଢୁଛି।

ରିପୋର୍ଟ ଅନୁସାରେ, ଆମେରିକାର ଅପର ମିଡଓ୍ବେଷ୍ଟ, ସାଉଥ୍ ଆଟଲାଣ୍ଟିକ୍ ଓ ସଦର୍ଣ୍ଣ ମାଉଣ୍ଟେନ୍‌ରେ କରୋନା ମାମଲା ଦୃତ ଗତିରେ ବଢିଥିବର ରେକର୍ଡ କରଯାଇଛି। ମିଳିଥିବା ସୂଚନା ଅନୁସାରେ, ଯେତେ ଥଣ୍ଡା ବଢୁଛି, କରୋନା ସଂକ୍ରମଣ ମଧ୍ୟ ବଢୁଛି। ସିଡିସି କହିଛି ଥଣ୍ଡା ବଢିରେ ସଂକ୍ରମାକ ରୋଗ ବଢିବାର ବିପଦ ରହିଥାଏ। ୨୦୨୦ ରେ ଏକ ଅଧ୍ୟୟନ କହୁଛି କରୋନା ଭାଇରସ୍ ଥଣ୍ଡାରେ ଅଧିକ ବଢିଥାଏ। ଏଭଳି ସ୍ଥିତିରେ ଥଣ୍ଡା ଓ ଡ୍ରାଏ ସିଜିନ୍‌ ବଡ ଚ୍ୟାଲେଞ୍ଜ ପାଲଟିପାରେ।

ଆମେରିକାରେ ଜୁନ୍ ପରେ ସେପ୍ଟେମ୍ବର ପର୍ଯ୍ୟନ୍ତ ମଧ୍ୟ କରୋନା ମାମଲା ବଢିଛି। ତେବେ ଅକ୍ଟୋବରରେ ଏହାର ବେଗ ଥମି ଯାଇଥିଲା। ଏବେ ବି ଗତ ବର୍ଷ ଜାନୁଆରୀ ତୁଳନାରେ କରୋନା ମାମଲା କମ୍ ହୋଇଛି। ଗତ ବର୍ଷ ଜାନୁଆରୀ ୧୫୦,୬୦୦ ରୋଗୀ ସାମନାକୁ ଆସିଥିଷଳ। ସେଭଳି ବିଶେଷଜ୍ଞଙ୍କ ମତରେ ଯେଉଁ ଅଞ୍ଚଳରେ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ନଥିଲେ, ସେଠାରେ କରୋନା ମାମଲା ବଢିଛି, କିନ୍ତୁ ଏହା ଜଣାପଡି ନାହିଁ। ଆମେରିକାରେ କରୋନାର ବଢୁଥିବା ମାମଲା କାରଣରୁ ପୁଣି ସେଠାରେ ନିୟମ କଡାକଡି କରାଯାଇଛି। ସେଭଳି ମଧ୍ୟ ଚୀନ୍‌ରେ ଶୀତ ବଢିବାରୁ କରୋନା ଏକ ଚ୍ୟାଲେଞ୍ଜ ପାଲଟିଛି। ଲୋକଙ୍କୁ ଶୀଘ୍ର ଟୀକାକରଣ କରିବାକୁ ଚେତାବନୀ ଦିଆଯାଇଛି। ଅକ୍ଟୋବର ମାସରେ ଚୀନ୍‌ରେ୨୪ ଜଣଙ୍କର  କରୋନାରେ ଜୀବନ ଯାଇଥିଲା। 

Copyright © 2022 - Summa Real Media Private Limited. All Rights Reserved.