ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଜବରଦଖଲ କରୁଥିବା ମଶାଣିର ସୁରକ୍ଷା ପାଇଁ ତାର ବାଡ଼ ଲଗାଇଲେ ଗ୍ରାମବାସୀ

ମାଲକାନଗିରି,୨୫/୬ : ମାଲକାନଗିରି ଜିଲ୍ଲା ଏମଭି ୧୭ଗ୍ରାମରେ ଦୀର୍ଘ ବର୍ଷ ଧରି ରାଧାନାଥପୁର ଗାଁର ମଶାଣିକୁ ଲୋକେ ଅନ୍ତେଷ୍ଟି ପାଇଁ ବ୍ୟବହାର କରି ଆସୁଥିବାବେଳେ ଏହାକୁ କିଛି ବ୍ୟକ୍ତି ଜବରଦଖଲ କରୁଥିବାରୁ ଗ୍ରାମବାସୀ ମାନେ ଏହାକୁ ବିରୋଧ କରି ନିଜ ଖର୍ଚ୍ଚରେ ତାର ବାଡ଼ ପକାଇ ସୁରକ୍ଷିତ କରିଛନ୍ତି । ଅଭିଯୋଗ ଅନୁଯାୟୀ ଏମଭି ୧୭ ଗ୍ରାମର ଲୋକେ ଗ୍ରାମ ନିକଟରେ ରାଧାନାଥପୁର ଗାଁର ମଶାଣିରେ ମୃତ୍ୟୁ ହେଉଥିବା ଲୋକଙ୍କ ଦାହ ସଂସ୍କାର କରି ଆସୁଛନ୍ତି । 

କିନ୍ତୁ ଶ୍ୟାମଳ କୀର୍ତ୍ତନିୟା ଏବଂ ତାଙ୍କ ସମ୍ପର୍କୀୟ ସୁଷେନ୍ ବୋଷ ହଠାତ ଦିନେ ସମ୍ପୂର୍ଣ୍ଣ ମଶାଣିକୁ ଜେସିବି ମେସିନ ଲଗେଇ ସଫା କରିଦେଇଥିଲେ । ତେବେ ଏହି ସମୟରେ ଗ୍ରାମର ପଲ୍ଲୀ ମଙ୍ଗଳ କମିଟିର ସଦସ୍ୟ ତଥା ଅନ୍ୟ ଲୋକ ମାନେ ଏହାକୁ ବିରୋଧ କରିଥିଲେ । ସେହି ସମୟରେ ଶ୍ୟାମଳ କିର୍ତ୍ତନିୟା କହିଥିଲେ ଯେ, ରାଜସ୍ଵ ନିରୀକ୍ଷକ ଆମକୁ ଏହି ଜମି ଦେଖେଇ ଦେଇଛନ୍ତି, ତେଣୁ ଏହାକୁ ଆମେ ସଫା କରୁଛୁ । ଏଠାରେ ଭଲିବଲ ଖେଳିବା ପାଇଁ ଖେଳ ପଡିଆ ତିଆରି ହେବ ଓ ଲାଇଟ ଲାଗିବ। ଲୋକ ଏଠାକୁ ଆସି ବୁଲାବୁଲି କରି ପାରିବେ ବୋଲି କହିଥିଲେ । ତେବେ ଏହା ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଉତ୍ତମ ସ୍ଥାନ ଟିଏ ମିଳିବ ଭାବି ଅନ୍ୟମାନେ ନୀରବ ରହିଥିଲେ । 

କିନ୍ତୁ ଏହାର କିଛି ଦିନ ପରେ ଦିନେ ସଂପୂର୍ଣ୍ଣ ଗାଁ ଲୋକେ ଶ୍ୟାମଳ କିର୍ତ୍ତନିୟାଙ୍କୁ ଏହି ଖେଳ ପଡିଆ ହେବାକୁ ଥିବା ସ୍ଥାନ ନିରୂପଣ ପାଇଁ କହିବାରୁ ସେ ଲୋକଙ୍କୁ ୧୫ଦିନ ସମୟ ମାଗିଥିଲେ । କିନ୍ତୁ ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ଅତିକ୍ରମ କରିବା ସତ୍ତ୍ଵେ ଶ୍ୟାମଳ ଲୁଚି ଲୁଚି ଉକ୍ତ ଜମି ଅନ୍ୟ ଲୋକଙ୍କ ପାଖରେ ବିକ୍ରି କରିବାର ସୂଚନା ଗାଁ ଲୋକଙ୍କ ପାଖରେ ପଞ୍ଚିବାରୁ ଗ୍ରାମବାସୀ ଏଥିରେ ଉତ୍ତ୍ୟକ୍ତ ହୋଇ ଏକ ବୈଠକ କରିଥିଲେ । 

ଗ୍ରାମର ପ୍ରତି ପରିବାରରୁ ଜଣେ ଜଣେ ବ୍ୟକ୍ତି ଗାଁ ମଶାଣିର ସୁରକ୍ଷା ପାଇଁ ମଶାଣି ପଡିଆକୁ ଯାଇ ସେଠାରେ ତାର ବାଡ଼ ଲଗେଇବାକୁ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ଆଧାରରେ ଆଜି ଶତାଧିକ ସ୍ଥାନୀୟ ଲୋକେ ନିଜସ୍ୱ ଖର୍ଚ୍ଚରେ ଗ୍ରାମର ଏହି ମଶାଣି ଜାଗାରେ ତାର ବାଡ଼ ପକାଇ ଏହାକୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.