ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଚିନ୍ତା ବଢ଼ାଉଛି ଟ୍ରେଡିଂ ସ୍କାମ୍, ୪ ମାସରେ ଉଡ଼ିଗଲାଣି ୧୭୫୦ କୋଟି

Published By : Prameya | May 28, 2024 2:38 PM

ନୂଆଦିଲ୍ଲୀ,୨୮/୦୫: ଏବେ ସାଇବର ଅପରାଧୀଙ୍କ ଉତ୍ପାତ ବଢ଼ିଚାଲିଛି । ଚିନ୍ତା ବଢ଼ାଇଛି ଟ୍ରେଡିଂ ସ୍କାମ । ଏଥିଯୋଗୁ ଗତ ୪ ମାସରେ ଉଡିଗଲାଣି ୧୭୫୦ କୋଟି । ନଭି ମୁମ୍ବାଇର ଜଣେ ୪୮ ବର୍ଷୀୟ ବ୍ୟକ୍ତି ଏଭଳି ସ୍କାମରେ ୧.୦୭ କୋଟି ଟଙ୍କା ହରାଇଛନ୍ତି । ଭାରତୀୟ ସାଇବର କ୍ରାଇମ କୋଅର୍ଡିନେସନ ସେଣ୍ଟର ୨୦,୦୪୩ଟି ଟ୍ରେଡିଂ ସ୍କାମ ରିପୋର୍ଟ କରିଛି । ୨୦୨୪ ଜାନୁଆରୀ-ଏପ୍ରିଲ ଅବଧିରେ ଏହି ସ୍କାମ ଗୁଡିକରେ ୧୪,୨୦୪.୮୩ କୋଟି ଟଙ୍କା ଜଡ଼ିତ ରହିଛି ।

ମୁମ୍ବାଇ ସାଇବାର ଠକେଇ ମାମଲାରେ ରବିବାର ୧୫ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ଏଥିରେ ଏକ ଆପ୍‌ ଏବଂ ୱେବ୍‌ସାଇଟ ମାଲିକ ମଧ୍ୟ ସାମିଲ ରହିଛନ୍ତି । ନଭି ମୁମ୍ବାଇର ବରିଷ୍ଠ ପୁଲିସ ଅଧିକାରୀ ଗଜାନନ କଦମ କହିଛନ୍ତି, ସାଇବର ଅପରାଧୀମାନେ ଲୋକଙ୍କୁ ବାରମ୍ବାର କଲ୍‌ କରିବା ସହ ସେୟାର ଟ୍ରେଡିଂ କଲେ ଭଲ ରିଟର୍ଣ୍ଣ ମିଳିବ ବୋଲି ପ୍ରଲୋଭିତ କରୁଛନ୍ତି ।

ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୧.୦୭ କୋଟି ଟଙ୍କା ଜମା କରିବାକୁ ଅପରାଧୀମାନେ ଏହି ବ୍ୟକ୍ତିଙ୍କୁ କହିଥିଲେ । ବ୍ୟକ୍ତି ଯେତେବେଳେ ତାଙ୍କ ନିବେଶ ଅର୍ଥର ରିଟର୍ଣ୍ଣ ମାଗିଲେ ଠକେଇ କରିଥିବା ବ୍ୟକ୍ତିଙ୍କ ଠାରୁ କୌଣସି ଉତ୍ତର ଆସି ନ ଥିଲା । ଏହା ପରେ ବ୍ୟକ୍ତି ଜଣକ ବାଧ୍ୟ ହୋଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ । 

ଅନ୍‌ଲାଇନରେ ନିବେଶ, ଗେମିଂ ଆପ୍‌, ଆଲଗୋରିଦିମ ମାନିପୁଲେସନ, ବେଆଇନ ଋଣ ଆପ୍‌, ସେକ୍ସଟରସନ ଏବଂ ଓଟିପି ଫର୍‌ୱାର୍ଡ ଭଳି ଟୁଲ୍‌ଗୁଡିକୁ ବ୍ୟବହାର କରୁଛନ୍ତି ସାଇବର ଅପରାଧୀ । ସୂଚନା ମୁତାବକ, ୨୦୨୩ରେ ୧ ଲକ୍ଷ ନିବେଶ ସମ୍ପର୍କିତ ସ୍କାମ୍‌ ସାମ୍ନାକୁ ଆସିଥିଲା । ୪୫୯୯ ମାମଲାରେ ଭାରତୀୟ ୧୨୦ କୋଟି ଟଙ୍କା ହରାଇଥିଲେ । ସେହିଭଳି ନିବେଶ ସ୍କାମରେ ୬୨ ହଜାର ମାମଲା ସାମ୍ନାକୁ ଆସିଛି । ଏଥିରେ ୨୨୨ କୋଟି ଟଙ୍କା ହରାଇଛନ୍ତି ଲୋକେ ।

ଆଇଫୋରସିର ସିଇଓ ରାଜେଶ କୁମାର କହିଛନ୍ତି, ଦକ୍ଷିଣ ଏସିଆର ବିଭିନ୍ନ ସ୍ଥାନ ଯଥା ପୁରସାତ, କୋହକଙ୍ଗ, ସିହାନୌକଭିଲେ, କଣ୍ଡାଲ, ବାଭେଟ, ପୋଇପେଟ୍‌, କାମ୍ବୋଡିଆ, ଥାଇଲାଣ୍ଡ, ମାୟାଦି, କୋକୋ ଏବଂ ମ୍ୟାନ୍‌ମାର ଭଳି ସ୍ଥାନଗୁଡିକରୁ ଭାରତୀୟଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଅପରାଧୀ । ସାଇବର ଠକେଇକୁ ରୋକିବା ଲାଗି ସରକାର ୩.୨୫ ଲକ୍ଷ ସନ୍ଦିଗ୍ଧ ବ୍ୟାଙ୍କ ଆକାଉଣ୍ଟ ଏବଂ ୫.୩ ଲକ୍ଷ ସିମ୍‌ କାର୍ଡ ବ୍ଲକ କରିଛନ୍ତି । ସେହିଭଳି ୩୪୦୧ ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ ଅଚଳ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.