ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖସୁଛି ଟ୍ରମ୍ପଙ୍କ ‘ଟ୍ରୁଥ ସୋସିଆଲ’ର ସେୟାର ମୂଲ୍ୟ, ୪ ବିଲିୟନ୍‌ ଡଲାର ହରାଇଲାଣି କମ୍ପାନି

Image Courtesy: wionews

ଓ୍ବାଶିଂଟନ୍‌ ଡିସି: ଆମେରିକାର ପୂର୍ବତନ ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପଙ୍କ ମିଡିଆ କମ୍ପାନି ଟ୍ରମ୍ପ ମିଡିଆ ଆଣ୍ଡ ଟେକନୋଲୋଜି ଗ୍ରୁପ୍‌ ୪ ବିଲିୟନ୍‌ ଡଲାରର କ୍ଷତି ସହିଛି । ସିବିଏସ୍‌ ନ୍ୟୁଜ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଡିଜେଟି ଟିକରରେ ମାର୍ଚ୍ଚ ୨୫ରେ କମ୍ପାନି ନିଜର ପ୍ରାଥମିକ ସଂପତ୍ତି ‘ଟ୍ରୁଥ ସୋସିଆଲ’ ପ୍ଲାଟଫର୍ମ ଲଞ୍ଚ କରିଥିଲା । ଆଉ ଏହାର ସେୟାର ମୂଲ୍ୟ ଲଗାତାର ହ୍ରାସ ପାଉଥିବା ନେଇ ମଧ୍ୟ ଖୁଲାସା ହୋଇଛି । ଫଳରେ ଏହାର ସ୍ଥିରତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । 

 ସୋମବାର ଦିନ କମ୍ପାନିର ସେୟାର ମୂଲ୍ୟ ୨୧ ପ୍ରତିଶତ ଅର୍ଥାତ ୧୩.୩୦ ଡଲାର ଖସିଛି । ଏବେ ଟ୍ରୁଥ ସୋସିଆଲ୍‌ର ଶେୟାର ମୂଲ୍ୟ ୪୮.୬୬ ଡଲାର  ରହିଛି । ତେବେ ଏହାର ଶେୟାର ମୂଲ୍ୟ ଏବେ ସୁଦ୍ଧା ୩୯ ପ୍ରତିଶତ ଖସିଆସିଥିବା ଜଣାପଡ଼ିଛି । ମାର୍ଚ୍ଚ ୨୬ରେ କମ୍ପାନିର ସେୟାର ମୂଲ୍ୟ ୭୯.୩୮ ଡଲାର ଥିଲା । ସବୁଠୁ ବଡ଼ କଥା ହେଉଛି, ଲଗାତାର ହ୍ରାସ ସତ୍ତ୍ବେ ଏବେ ବି କମ୍ପାନିର ସେୟାର ମୂଲ୍ୟ ୧୭୮ ବୃଦ୍ଧିରେ ଟ୍ରେଣ୍ଡ କରୁଛି । 

 କମ୍ପାନିର ମାର୍କେଟ କ୍ୟାପ୍‌ ୬.୭ ବିଲିୟନ୍‌ ଡଲାର ଥିବା ବେଳେ ଗତବର୍ଷ କମ୍ପାନି ୪.୧ ମିଲିୟନ୍‌ ଡଲାର ଆୟ କରିଥିଲା । ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ କମ୍ପାନିର ୫୭ ପ୍ରତିଶତ ଅଂଶଧନ ରହିଛି । ସେୟାର ମୂଲ୍ୟ ଖସି ଆସିଥିବା ଯୋଗୁ କମ୍ପାନିରେ ଟ୍ରମ୍ପଙ୍କ ସମ୍ପତ୍ତି ୨.୫ ବିଲିୟନ ଡଲାରକୁ କମିଆସିଛି । ଟ୍ରମ୍ପଙ୍କ ଟ୍ରୁଥ ସୋସିଆଲକୁ ନେଇ ଲୋକମାନଙ୍କ ଗହଣରେ ଉତ୍ସାହ ରହିଛି । ବିଶେଷ କରି ଫେସବୁକ୍‌, ୟୁଟ୍ୟୁବ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ବିବାଦ ପରେ ସେ ନିଜର ଏକ ନୂଆ ସୋସିଆଲ ମିଡିଆ ଲଞ୍ଚ କରିଥିଲେ । 

  • Donald Trump
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.