ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିଏମ ସିନ୍ଦେଙ୍କ ସହ ଯୋଗାଯୋଗ କରିଛନ୍ତି ଉଦ୍ଧବ କ୍ୟାମ୍ପର ୨ ସାଂସଦ, ଏନଡିଏରେ ହେବେ ସାମିଲ !

Image Courtesy: economictimes

ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଆସିବା ପରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ଚିନ୍ତା ବୃଦ୍ଧି ପାଇଛି ।  ୨୦୧୯ ନିର୍ବାଚନ ଅପେକ୍ଷା ଏଥର ଉଦ୍ଧବ ଠାକରେଙ୍କ ଶିବସେନା କମ ଆସନ ପାଇଛି । ଏସବୁ ଭିତରେ ତାଙ୍କର ଦୁଇ ଜଣ ସାଂସଦ ଏକନାଥ ସିନ୍ଦେଙ୍କ ସହ ଯୋଗାଯୋଗ କରିଛନ୍ତି । ସେମାନେ ଏନଡିଏରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ଦାବି କରିଛି । ଏକନାଥ ସିନ୍ଦେଙ୍କ ଶିବସେନା ଦାବି କରିଛି ଯେ, ଶିବସେନା (ୟୁବିଟି)ର ଦୁଇ ଜଣ ନବନିର୍ବାଚିତ ସାଂସଦ ଏନଡିଏରେ ସାମିଲ ହେବାକୁ ଚାହୁଁଛନ୍ତି ଏବଂ ଅନ୍ୟ ୪ ଜଣ ଲାଇନ୍‌ରେ ଅଛନ୍ତି । 

ସିନ୍ଦେଙ୍କ କ୍ୟାମ୍ପର ନେତା ନରେଶ ମସ୍କେଙ୍କ ଏଭଳି ଦାବି ପରେ ୟୁବିଟି ଶିବିରରେ ହଇଚଇ ସୃଷ୍ଟି ହୋଇଛି । ଏହା ଉପରେ ଉଦ୍ଧବ ଗୋଷ୍ଠୀର କୌଣସି ନେତା ପ୍ରତିକ୍ରିୟା ଦେଇନାହାନ୍ତି । ଏକନାଥ ସିନ୍ଦେଙ୍କ  ଶିବସେନା ପ୍ରଥମ ଥର ବିଜେପି ଏବଂ ଏନସିପି (ଅଜିତ ପାଓ୍ବାର) ସହ ମିଶି ଲୋକସଭା ନିର୍ବାଚନ ଲଢ଼ିଥିଲା । ୧୫ ଆସନରେ ପ୍ରାର୍ଥୀ ଦେଇଥିବା ସିନ୍ଦେଙ୍କ ଶିବସେନା ୭ଟି ଆସନରେ ବିଜୟୀ ହୋଇଛି । ସେହିଭଳି ଉଦ୍ଧବ ଠାକରେଙ୍କ ଶିବସେନାକୁ ୯ଟି ଆସନ ମିଳିଛି । 

ଏହା ପୂର୍ବରୁ ଶୁକ୍ରବାର ଶିବସେନା ବିଧାୟକ ସଂଜୟ ଶିରସାଟ ଦାବି କରିଥିଲେ ଯେ, କିଛି ଦିନ ମଧ୍ୟରେ ଶିବସେନା (ୟୁବିଟି)ର କେତେକ ନେତା ତାଙ୍କ ପାର୍ଟିରେ ସାମିଲ ହେବେ । ଶିରସାଟ ଗଣାମଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଶିବସେନାର(ୟୁବିଟି)ର କେତେକ ଗୁରୁତ୍ବପୂର୍ଣ୍ଣ ଲୋକ ଜୁନ ୧୦ ପୂର୍ବରୁ ଆମ ପାର୍ଟିରେ ସାମିଲ ହେବେ । ସେପଟେ ନିର୍ବାଚନ ପୂର୍ବରୁ ଉଦ୍ଧବଙ୍କ ଶିବସେନା ନେତା ଦାବି କରିଥିଲେ ଯେ, ସିନ୍ଦେଙ୍କ କ୍ୟାମ୍ପର ୫-୭ ବିଧାୟକ ତାଙ୍କ ଦଳରେ ସାମିଲ ହେବେ। 

  ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏଥର ନିର୍ବାଚନରେ ଏନଡିଏକୁ ବଡ଼ ଝଟକା ଲାଗିଛି । ଏନିଡିଏ କେବଳ ୧୭ଟି ଆସନରେ ବିଜୟୀ ହୋଇଛି । ସେପଟେ ଇଣ୍ଡି ମେଣ୍ଟର ଖାତାକୁ ୩୦ଟି ଆସନ ଯାଇଛି । ସେଥିମଧ୍ୟରୁ କଂଗ୍ରେସକୁ ୧୩, ଶିବସେନା ୟୁବିଟିକୁ ୯, ଏନସିପି (ଶରଦ ପାଓ୍ବାର)କୁ ୮ଟି ଆସନ ମିଳିଛି । ୨୦୧୯ରେ ଏନଡିଏ ମୋଟ ୪୧ଟି ଆସନରେ ବିଜୟୀ ହୋଇଥିଲା । ସେଥିମଧ୍ୟରୁ ବିଜେପି ଏକାକୀ ୨୩ଟି ଆସନ ପାଇଥବା ବେଳେ ଅବିଭକ୍ତ ଶିବସେନାକୁ ୧୮ଟି ସିଟ୍‌ ମିଳିଥିଲା ।

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.