ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାରି ହେଲା ଉତ୍ତରପ୍ରଦେଶର ଦଶମ ଓ ଦ୍ୱାଦଶ ଫଳାଫଳ, ସୀତାପୁରର ପ୍ରାଚୀ ନିଗମ ଟପ୍ପର

ଲକ୍ଷ୍ନୌ, ୨୦।୪: ଜାରି ହେଲା ଉତ୍ତରପ୍ରଦେଶ ବୋର୍ଡର ୧୦ମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳାଫଳ । ଚଳିତ ବର୍ଷ ୧୦ମ ଶ୍ରେଣୀରୁ ୮୯.୫୦% ଛାତ୍ରଛାତ୍ରୀ ପାସ୍ ହୋଇଥିବା ବେଳେ ଦ୍ୱାଦଶ ଶ୍ରେଣୀରେ ୮୨.୬% ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ୧୦ମ ଶ୍ରେଣୀରେ ଉତ୍ତରପ୍ରଦେଶର ସୀତାପୁରର ଝିଅ ପ୍ରାଚୀ ନିଗମ ଓ ଇଣ୍ଟରମିଡିଏଟ୍ ପରୀକ୍ଷାରେ ସୀତାପୁରର ଶୁଭମ ବର୍ମା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଛାତ୍ରଛାତ୍ରୀ ନିଜ ନିଜର ପରୀକ୍ଷା ଫଳ ସରକାରୀ ୱେବସାଇଟ୍ upresults.nic.in କିମ୍ୱା result.upmsp.edu.in ଜରିଆରେ ପରୀକ୍ଷା ଫଳ ଜାଣିପାରିଛନ୍ତି । 

ୟୁପି ବୋର୍ଡର ୧୦ମ ଓ ଦ୍ୱାଦଶ ପରୀକ୍ଷା ଫଳାଫଳ ଜାଣିବା ଲାଗି ଛାତ୍ରଛାତ୍ରୀଙ୍କୁ ନିଜ ରୋଲ୍ ନଂ ଓ ଆଡମିଟ୍ କାର୍ଡର ବ୍ୟବହାର କରିବାକୁ ହେବ । ଚଳିତ ବର୍ଷ ୨୨ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ହାଇସ୍କୁଲ୍ ଓ ଇଣ୍ଟରମିଡିଏଟ୍ ପରୀକ୍ଷା ଆୟୋଜନ ହୋଇଥିଲା । ୟୁପି ବୋର୍ଡ ପରୀକ୍ଷା ଦେବା ଲାଗି ମୋଟ୍ ୫୫, ୨୫, ୩୦୮ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ । ଯେଉଁଥିରେ ୧୦ମ ଶ୍ରେଣୀରୁ ୨୯, ୪୭, ୩୧୧ ଜଣ ଓ ଦ୍ୱାଦଶ ଶ୍ରେଣୀରୁ ୨୫, ୭୭, ୯୯୭ ଛାତ୍ର ଅଛନ୍ତି । ତେବେ ୨୦୨୩ରେ ୧୦ମ ଶ୍ରେଣୀରୁ ମୋଟ୍ ୮୯.୭୮% ପିଲା ପାସ୍ ହୋଇଥିବା ବେଳେ ଦ୍ୱାଦଶ ଶ୍ରେଣୀରେ ମୋଟ୍ ୭୫.୫୨% ପାସ୍ କରିଥିଲେ । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.