ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଖଳନାୟକ ଚଳଚ୍ଚିତ୍ର ଦେଖି ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ, ପ୍ରେମରେ ପାଇଥିଲା ପ୍ରତାରଣା…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦଶହରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକକୁ ପ୍ରେମରେ ପ୍ରତାରଣା ମିଳିବା ପରେ ତାର ପ୍ରେମିକାକୁ ଗଳା କାଟି ହତ୍ୟା କରିଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଖଳନାୟକ ଚଳଚ୍ଚିତ୍ର ଦେଖିବା ପରେ ଅଭିଯୁକ୍ତ ପ୍ରେମିକ ଏହି ଜଘନ୍ୟ ଅପରାଧ ଘଟାଇଛି । ଅଭିଯୁକ୍ତ ଅଦନାନକୁ ପୋଲିସ ଏବେ ଗିରଫ କରିଛି । 

ମଙ୍ଗଳବାର ସନ୍ଧ୍ୟାରେ ଖୁରଜାର ମୋହଲ୍ଲା ଖେରଖାନୀରେ ଅବସ୍ଥିତ କବରସ୍ଥାନରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକ ଦେଖିଥିଲେ। ମହିଳାଙ୍କୁ ତାଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ମହିଳା ଜଣକ ଖୁରଜା ନଗରର ମୋହଲ୍ଲା ନୂଆ ବସ୍ତିରେ ରହୁଥିବା ୩୦ ବର୍ଷିୟ ଅସମାନ ବୋଲି ଜଣାପଡିଛି।

ପୋଲିସ ଏହି ଘଟଣାର ଅନୁସନ୍ଧାନ ପରେ ଜାଣିବାକୁ ପାଇଥିଲା ଯେ,କାଲିନ୍ଦିକୁଞ୍ଜର ବାସିନ୍ଦା ଯୁବକ ଅଦନାନ ହେଉଛି ମୁଖ୍ୟ ଅଭିଯୁକ୍ତ । ପୋଲିସ ଅଦନାନକୁ ଗିରଫ କରିଛି ଏବଂ ତାକୁ ପଚରାଉଚରା ଜାରି ରଖିଛି । ସେ ହତ୍ୟାକାଣ୍ଡକୁ ସ୍ୱୀକାର କରିଥିବା ମଧ୍ୟ ପୋଲିସ କହିଛି । ଅଭିଯୁକ୍ତ ଅଦନନର କହିବା ଅନୁସାରେ, ପ୍ରେମିକା ଆସମାଙ୍କ ସହ ତାର ଦୀର୍ଘ ବର୍ଷ ଧରି ସମ୍ପର୍କ ଥିଲା। ତେବେ କିଛିଦିନ ପ୍ରେମିକାଙ୍କୁ ସନ୍ଦେହ କରୁଥିଲା ସେ । ଏଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । 

ଉଭୟେ ଖେରଖାନିରେ ଥିବା କବରସ୍ଥାନରେ ପ୍ରାୟତଃ ବିଭିନ୍ନ ସମୟରେ ସାକ୍ଷାତ କରୁଥିଲେ ।  ଆସମା ମଧ୍ୟ ମଙ୍ଗଳବାର ଦିନ ସେଠାକୁ ଆସିଥିଲେ । ଯେଉଁଠାରେ ସେ ଆସମାଙ୍କୁ ହତ୍ୟା କରିଥିଲା । ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତ ଅଦନନ୍ କହିଛନ୍ତି ଯେ ସେ ଏହି ଘଟଣା କରିବା ପୂର୍ବରୁ ଖଲନାୟକ ଚଳଚ୍ଚିତ୍ର ଦେଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.