ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଛାତ୍ରୀ ଭୂମିକାରେ ଉର୍ବଶୀ, ଛାତ୍ର ରାଜନୀତି ଉପରେ ପର୍ଯ୍ୟବସିତ ଫିଲ୍ମରେ ଆସିବେ ନଜର

ମୁମ୍ବାଇ ୦୧/୦୪: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଦମଦାର୍‌ ଅଭିନୟ ଲାଗି ଜଣା । ତାଙ୍କ ଅଭିନୀତ ‘ଜେଏନ୍‌ୟୁ’ ଆଗକୁ ରିଲିଜ୍‌ ହେବାର ଅଛି । ଦେଶର ଜଣାଶୁଣା ୟୁନିଭର୍ସିଟି ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ଛାତ୍ର ରାଜନୀତି ଉପରେ ଫିଲ୍ମଟି ପର୍ଯ୍ୟବସିତ । ଫିଲ୍ମରେ ତାହାକୁ ଜାହାଙ୍ଗୀର ନ୍ୟାସନାଲ ବିଶ୍ୱବିଦ୍ୟାଳୟ ଭାବେ ଦର୍ଶାଯାଇଛି । ରୌତେଲା ଜଣେ ଛାତ୍ରୀ ଭାବେ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । 

ଏ ସଂପର୍କରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ଏହା ଏକ କଲେଜ ପଲିଟିକାଲ ଫିଲ୍ମ । ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ରାଜନୀତି କିପରି ଛାତ୍ରଛାତ୍ରୀଙ୍କ ଜୀବନ ଉପରେ ପ୍ରଭାବ ପକାଇଛି ତାହା ଏଥିରେ ଦର୍ଶାଯାଇଛି । ମୋ ବାପା ସବୁବେଳେ ଚାହୁଁଥିଲେ ଯେ ମୁଁ ଜେଏନ୍‌ୟୁରେ ପଢ଼େ । ବାସ୍ତବ ଜୀବନରେ ସତରେ ପରିଣତ ହୋଇ ନ ପାରିଲେ ସୁଦ୍ଧା ପରଦାରେ ତାହା ସତ ହେଉଛି । ମୁଁ ଏଥିରେ ଜଣେ ଛାତ୍ରୀ ଭୂମିକାରେ ନଜର ଆସିବି । ଗ୍ଲାମର ନ ଥିଲେ ବି ଏହା ଏକ ଦମଦାର ଭୂମିକା । ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ଛାତ୍ରସଂଗଠନର ବିଚାରଧାରା ଉପରେ ଫିଲ୍ମରେ ଦର୍ଶାଯାଇଛି । ଦର୍ଶକେ ମୋର ଏହି ନୂଆ ପ୍ରକାର ଭୂମିକାକୁ ପସନ୍ଦ କରିବେ ବୋଲି ଆଶା । ଜେଏନ୍‌ୟୁ ଏପ୍ରିଲ ୫ ତାରିଖରେ ରିଲିଜ୍‌ ହେବ । ସେଥିରେ ତାଙ୍କ ସହିତ ପୀୟୁଷ ମିଶ୍ରା, ରଶ୍ମି ଦେଶାଇ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ ।

ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଉର୍ବଶୀ ଆଗକୁ ‘ଦିଲ୍‌ ହେ ଗ୍ରେ’ରେ ନଜର ଆସିବେ । ତାହା ଏକ ତାମିଲ ଫିଲ୍ମର ହିନ୍ଦୀ ରିମେକ୍‌ । ଏଥିସହିତ ସେ ଏକ ତେଲୁଗୁ ଫିଲ୍ମରେ ବି ନଜର ଆସିବେ । ନିଜ ପ୍ରଫେସନାଲ ଜୀବନ ସହ ପର୍ସନାଲ ଲାଇଫକୁ ନେଇ ଉର୍ବଶୀ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ଅନେକ ସମୟରେ ତାଙ୍କ ନାଁ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଯୋଡ଼ା ଯାଇଥାଏ । ହେଲେ ଏବେ ଉଭୟେ ଉଭୟଙ୍କ ଉପରେ କଟାକ୍ଷ କରିବାକୁ ନେଇ ଚର୍ଚ୍ଚାକୁ ଆସୁଛନ୍ତି । କିଛିଦିନ ପୂର୍ବରୁ ରିଷଭଙ୍କୁ ବିବାହ କରିବା କିମ୍ବା କାହାକୁ ଡେଟ୍‌ କରୁଥିବା ନେଇ ଉର୍ବଶୀଙ୍କୁ ପ୍ରଶ୍ନ କରାଯାଇଥିଲା । ଏହା ଉପରେ ଉର୍ବଶୀ କହିଥିଲେ, ସେ କୌଣସି ପ୍ରତିକ୍ରିୟା ଦେବେନାହିଁ । ଏହି ଅନୁମାନ ତାଙ୍କ ପ୍ରଶଂସକମାନେ କରନ୍ତୁ । ଯଦି କେବେ ବିବାହ ହୁଏ ତେବେ ନିଶ୍ଚିତ ଭାବେ ସେ ନିମନ୍ତ୍ରଣ ପତ୍ର ପଠାଇବେ । ତେବେ କେବେ କାହାକୁ ବିବାହ କରିବେ ତାହା ତାଙ୍କୁ ଜଣାନାହିଁ ବୋଲି କହିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.