ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଅଡୁଆରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ, ହୋଇପାରେ ଜେଲ୍ ଦଣ୍ଡ…

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ କାର୍ଯ୍ୟକାଳ ଶେଷ କରିବା ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ଏକ ନୂଆ ଅଡୁଆ ସୃଷ୍ଟି ହୋଇଛି । ବାସ୍ତବରେ ଜୋ ବାଇଡେନଙ୍କ ପୁଅ ହଣ୍ଟର୍ ବାଇଡେନ ଏବେ ଅସୁବିଧାର ଜାଲରେ ଫସିଛନ୍ତି । ଅପରାଧିକ ମାମଲାର ଶୁଣାଣିକୁ ଏଡାଇବା ପାଇଁ ହଣ୍ଟର୍ ବାଇଡେନ ଫେଡେରାଲ୍ ଟ୍ୟାକ୍ସ ଅଭିଯୋଗକୁ ସ୍ବିକାର କରିଛନ୍ତି । ବର୍ତ୍ତମାନ ହଣ୍ଟର୍ ଜେଲ୍ ଯିବାର ବିପଦରେ ଅଛି । ଏବେ ଆସନ୍ତୁ ଜାଣିବା ଏହି ସମ୍ପୂର୍ଣ୍ଣ ଘଟଣା ବିଷୟରେ…

ବାସ୍ତବରେ, ହଣ୍ଟର ବାଇଡେନଙ୍କ ବିରୋଧରେ ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ଏକ ମାମଲା ଦାୟର କରାଯାଇଥିଲା, ଯେଉଁଥିରେ ତାଙ୍କୁ ୧୪ ଲକ୍ଷ ଆମେରିକୀୟ ଡଲାର ଟିକସ ଦିଆଯାଇନଥିବା ଅଭିଯୋଗ ହୋଇଛି । ତେବେ ଜୋ ବାଇଡେନଙ୍କ ପୁଅ ହଣ୍ଟର୍ ଲାଂସ ଏଞ୍ଜେଲେସରେ ଫେଡେରାଲ କୋର୍ଟରେ ଜଜ୍ ଚୟନ ଆରମ୍ଭ ହେବାର କିଛି ଘଣ୍ଟା ପରେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି ଏବଂ ଅଭିଯୋଗକୁ ସ୍ବିକାର କରିନେଇଛନ୍ତି । 

ତେବେ ଯେତେବେଳେ ଜଜ୍ ଟ୍ୟାକ୍ସ ମାମଲା ସହ ଜଡିତ ନଅଟି ଅଭିଯୋଗ ପଢିଲେ, ସେତେବେଳେ ହଣ୍ଟର୍ ବାଇଡେନ ନିଜକୁ ଦୋଷୀ ବୋଲି ସ୍ୱୀକାର କରିଥିଲେ। ଏହି ଅଭିଯୋଗ ଅନୁଯାୟୀ ୧୭ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି । ତେବେ ଟିକସ ସମ୍ବନ୍ଧିୟ ଜଡିତ ମାମଲାରେ ହଣ୍ଟରଙ୍କୁ ଦଣ୍ଟାଦେଶ ୧୬ ଡିସେମ୍ବରରେ ଶୁଣାଣି ହେବ । ଏହା ପୂର୍ବରୁ ଜୁନ୍ ମାସରେ ବନ୍ଧୁକ ସମ୍ବନ୍ଧୀୟ ମାମଲାରେ ହଣ୍ଟର ବାଇଡେନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ମାମଲାରେ ମଧ୍ୟ ତାଙ୍କୁ ଖବଶୀଘ୍ର ଦଣ୍ଡର ଶୁଣାଣୀ ହୋଇପାରେ ।  

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.